Advertisment

ପନ୍ତ ଓ ଗିଲଙ୍କ ଶତକୀୟ ପାଳି, ୫୧୫ ରନର ଟାର୍ଗେଟ ଦେଲା ଭାରତ

ଦ୍ୱିତୀୟ ଇନିଂସରେ ୪ ୱିକଟ ବିନିମୟରେ ୨୮୭ ରନ୍ ସଂଗ୍ରହ କରିଛି ଭାରତ।

ଅଦ୍ୟତନ ହୋଇଛି
Rishabh Pant & Shubman Gill

Rishabh Pant & Shubman Gill

Advertisment

ଚେନ୍ନାଇରେ ଖେଳା ଯାଉଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ଆଜି ତୃତୀୟ ଦିନର ମ୍ୟାଚ୍ ଚାଲି ଥିବାବେଳେ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। 

Advertisment

ପ୍ରଥମ ଇନିଂସ ଖେଳି ୩୭୬ ରନ୍ କରିଥିଲା ଭାରତ। ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନରେ ଅଲ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିଛି। ଫଳରେ ବାଂଲାଦେଶକୁ ପ୍ରଥମ ଟେଷ୍ଟ ଜିତିବା ୫୧୫ ରନର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୨୨୭ ରନର ଲିଡ୍ (ଅଗ୍ରଣୀ) ହାସଲ କରିଥିଲା।

ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୈସ୍ୱାଲ ୧୦, ରୋହିତ ଶର୍ମା ୫ ଏବଂ ବିରାଟ କୋହଲି ୧୭ ରନ୍ କରି ଆଉଟ୍ ହୋଇଯିବା ପରେ ଶୁବମନ ଗିଲ୍ ଏବଂ ଋଷବ ପନ୍ତ ଶତକୀୟ ପାଳି ଖେଳିଛନ୍ତି। ଉଭୟ ଜଗି ରଖି ଖେଳିବା ସହ ବଡ଼ ସ୍କୋର୍ ଯୋଡ଼ିବାରେ ସଫଳ ହୋଇଛନ୍ତି।

Advertisment

ଶୁବମନ ଗିଲ୍ ୧୧୯ ରନ୍ କରି ଅପରାଜିତ ରହି ଥିବାବେଳେ ଋଷବ ପନ୍ତ ୧୦୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ସେହିପରି କେଏଲ ରାହୁଲ ୨୨ ରନ୍ କରି ଅପରାଜିତ ଥିଲେ।

ଏହାପରେ ବାଂଲାଦେଶ ପାଳି ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୬ ଓଭରରେ ୩୩ ରନ୍ କରିଥିଲା। ଜାକିର ହାସନ ଏବଂ ଶାଦମନ ଇସଲାମ ବ୍ୟାଟିଂ କରୁଥିଲେ। 

IndVsBan Test Match Test Match Shubman Gill Ind Vs Ban Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe