ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ। ଯଦି ସେମିରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ଏବଂ ଭାରତ ଇଂଲଣ୍ଡକୁ ପରାସ୍ତ କରିବ, ତେବେ ଫାଇନାଲ ମ୍ୟାଚରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବା ସମ୍ଭାବନା ରହିଛି।
ସେପଟେ ଚୁଡାନ୍ତ ହୋଇଛି ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲ ଲାଇନ ଅପ। ଗ୍ରୁପ-୧ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ସହ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ମୁକାବିଲା ହେବ। ଆସନ୍ତା ୯ ତାରିଖରେ ସିଡନୀରେ ଖେଳାଯିବ ଏହି ମ୍ୟାଚ୍।
ସେହିପରି ଅନ୍ୟ ଏକ ସେମିଫାଇନାଲରେ ଗ୍ରୁପ-୨ର ପ୍ରଥମ ସ୍ଥାନରେ ଥିବା ଭାରତକୁ ଭେଟିବ ଗ୍ରୁପ-୨ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ । ଆଡିଲେଡରେ ଆସନ୍ତା ୧୦ ତାରିଖରେ ହେବ ଏହି ମ୍ୟାଚ।