Advertisment

ଭାରତକୁ ମିଳିଲା ଆଉ ଦୁଇ ବିଶ୍ୱକପ୍, ପାକିସ୍ତାନକୁ ଖୁସି କରିଦେଲା ଆଇସିସି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୪ରୁ ୨୦୩୧ ଯାଏ ହେବାକୁଥିବା ୮ ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ ଜାରି କରିଦେଇଛି। ୧୭ ସଦସ୍ୟ ବିଶିଷ୍ଟ ଦେଶ ୨୦୨୪ରୁ ୨୦୩୧ ଯାଏ ହେବାକୁଥିବା ୮ ପୁରୁଷ ସୀମିତ ଓଭର ଆଇସିସି ଇଭେଣ୍ଟର ଆୟୋଜନ ପାଇଁ ବିଡ୍ ଦାଖଲ କରିଥିଲେ। ଏଥିରେ ପାକିସ୍ତାନକୁ ଏଥର ଏକ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଅଧିକାର ମିଳିଛି। ଆଉ ଏଥିସହ ପାକିସ୍ତାନରେ ଦୁଇ ଦଶନ୍ଧିରୁ ଅଧିକ ସମୟ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭାରତକୁ ମିଳିଲା ଆଉ ଦୁଇ ବିଶ୍ୱକପ୍, ପାକିସ୍ତାନକୁ ଖୁସି କରିଦେଲା ଆଇସିସି

world-cup

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୪ରୁ ୨୦୩୧ ଯାଏ ହେବାକୁଥିବା ୮ ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ ଜାରି କରିଦେଇଛି। ୧୭ ସଦସ୍ୟ ବିଶିଷ୍ଟ ଦେଶ ୨୦୨୪ରୁ ୨୦୩୧ ଯାଏ ହେବାକୁଥିବା ୮ ପୁରୁଷ ସୀମିତ ଓଭର ଆଇସିସି ଇଭେଣ୍ଟର ଆୟୋଜନ ପାଇଁ ବିଡ୍ ଦାଖଲ କରିଥିଲେ। ଏଥିରେ ପାକିସ୍ତାନକୁ ଏଥର ଏକ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଅଧିକାର ମିଳିଛି। ଆଉ ଏଥିସହ ପାକିସ୍ତାନରେ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର କମବ୍ୟାକ୍ ହେବ। ପାକିସ୍ତାନ ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବ। ଆଇସିସି ବୋର୍ଡ ମଙ୍ଗଳବାର ପାକିସ୍ତାନକୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଦାୟିତ୍ୱ ହସ୍ତାନ୍ତର କରିଛି।

Advertisment

୨୦୨୪ରୁ ୨୦୩୧ ଯାଏ ଆଇସିସିର ଦୁଇଟି ଦିନିକିଆ ବିଶ୍ୱକପ୍, ୪ ଟି-୨୦ ବିଶ୍ୱକପ୍ ଏବଂ ୨ଟି ଚାମ୍ପିୟନ୍ସ ଟ୍ରଫି ଖେଳାଯିବ। ଏଥିରେ ଆମେରିକା ଓ ୱେଷ୍ଟଇଣ୍ଡିଜକୁ ଯୁଗ୍ମ ଭାବେ ୨୦୨୪ ଟି-୨୦ ବିଶ୍ୱକପ୍ ଆୟୋଜନ ପାଇଁ ଚୟନ କରାଯାଇଛି। ଏହା ଉତ୍ତର ଆମେରିକାରେ ପ୍ରଥମ ଗ୍ଲୋବାଲ୍ ପ୍ରତିଯୋଗିତା ହେବ।

ଘୋଷଣା ଅନୁସାରେ ଏହି ୭ ବର୍ଷ ଭିତରେ ଭାରତକୁ ୩ଟି ଆଇସିସି ଇଭେଣ୍ଟ ଆୟୋଜନ କରିବାର ଅଧିକାର ମିଳିବ। ଯେଉଁଥିରେ ୨୦୨୬ ଟି-୨୦ ବିଶ୍ୱକପ୍, ୨୦୨୯ରେ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ସାମିଲ୍ ଅଛି। ଭାରତ ସହ ଶ୍ରୀଲଙ୍କା ଓ ବାଂଲାଦେଶ ଯଥାକ୍ରମେ ମିଳିତ ଭାବେ ୨୦୨୬ ଟି-୨୦ ଓ ୨୦୩୧ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ। ୧୯୯୬ ବିଶ୍ୱକପର ଅନ୍ୟତମ ଆୟୋଜକ ରହିଥିବା ପାକିସ୍ତାନ ୨୦୦୯ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ନିଜ ଦେଶରେ ବଡ଼ ବଡ଼ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିପାରିନାହିଁ।

Advertisment

https://twitter.com/ICC/status/1460583984551841798?s=20

୨୦୧୭ରେ ଶେଷଥର ଲାଗି ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ହୋଇଥିଲା ଏବଂ ଏହି ଟୁର୍ଣ୍ଣାମେଣ୍ଟ ୮ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିବ। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ନିକଟରେ ପାକିସ୍ତାନ ଗସ୍ତରୁ ହଟି ଯାଇଥିଲେ। ତେଣୁ ଏହି ଦୁଇ ଦେଶ ଆଗକୁ ପାକିସ୍ତାନ ଗସ୍ତ କରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ତେବେ ଏହାରି ଭିତରେ ସୂଚନା ମିଳିଛି ଯେ ପାକିସ୍ତାନ ତା’ର ଘରୋଇ ସିରିଜ୍ ୟୁଏଇରେ ଆୟୋଜନ କରିପାରେ।

ଆଇସିସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇସିସିର ପୂର୍ଣ୍ଣ ୧୧ ସଦସ୍ୟ ଓ ତିନି ଆସୋସିଏଟ୍ ସଦସ୍ୟକୁ ଦୁଇ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍, ଚାରି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଏବଂ ଦୁଇଟି ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାଇଁ ଚୟନ କରାଯାଇଛି। ଆମେରିକା ଓ ନାମିବିଆ ପ୍ରଥମଥର ଲାଗି ଆଇସିସି ବିଶ୍ୱକପ୍ ଇଭେଣ୍ଟର ଆୟୋଜନ କରିବ। ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ପୂର୍ବରୁ ମଧ୍ୟ ବଡ଼ ଇଭେଣ୍ଟର ଆୟୋଜନ କରିସାରିଛନ୍ତି ଏବଂ ଆଗାମୀ ଦିନରେ ପୁନର୍ବାର ଏମାନଙ୍କୁ ଏହି ଦାୟିତ୍ୱ ମିଳିବ।

ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆ ମିଳିତ ଭାବେ ୨୦୨୭ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ। ସେହିପରି ୨୦୨୮ରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ଏବଂ ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡରେ ୨୦୩୦ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ।

Cricket ICC