Advertisment

ମମତା ଦେଇଥିଲେ ଅନୁମତି, ଗାଙ୍ଗୁଲି ସିଧା ସିଧା ମନା କଲେ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଟି-୨୦ ସିରିଜ୍ ମଧ୍ୟ ବିନା ଦର୍ଶକରେ ଖେଳାଯିବ। ଏ ନେଇ ବିସିସିଆଇ ସ୍ପଷ୍ଟ କରିଛି। ପୂର୍ବରୁ ଅହମଦାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ବିନା ଦର୍ଶକରେ ଖେଳାଯିବା ନେଇ ସ୍ଥିର ହୋଇଥିଲା। ହେଲେ କୋଲକାତାରେ ଖେଳାଯିବାକୁଥିବା ଟି-୨୦ ସିରିଜ୍ ପାଇଁ ପଶ୍ଚିମବଙ୍ଗ ସରକାର ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ହେଲେ ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ ଭାବେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମମତା ଦେଇଥିଲେ ଅନୁମତି, ଗାଙ୍ଗୁଲି ସିଧା ସିଧା ମନା କଲେ

ganguly

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଟି-୨୦ ସିରିଜ୍ ମଧ୍ୟ ବିନା ଦର୍ଶକରେ ଖେଳାଯିବ। ଏ ନେଇ ବିସିସିଆଇ ସ୍ପଷ୍ଟ କରିଛି। ପୂର୍ବରୁ ଅହମଦାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ବିନା ଦର୍ଶକରେ ଖେଳାଯିବା ନେଇ ସ୍ଥିର ହୋଇଥିଲା। ହେଲେ କୋଲକାତାରେ ଖେଳାଯିବାକୁଥିବା ଟି-୨୦ ସିରିଜ୍ ପାଇଁ ପଶ୍ଚିମବଙ୍ଗ ସରକାର ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ହେଲେ ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ ଭାବେ କହିଛନ୍ତି ଯେ ଦିନିକିଆ ଭଳି ଟି-୨୦ ସିରିଜ୍ ମଧ୍ୟ ବନ୍ଦ କବାଟ ଭିତରେ ଖେଳାଯିବ।

Advertisment

ପଢନ୍ତୁ : ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା, ୭ ପଜିଟିଭ

ମମତା ବାନାର୍ଜୀଙ୍କ ବେଙ୍ଗଲ ସରକାର କରୋନା ନିୟମକୁ କୋହଳ କରି ଷ୍ଟାଡିୟମରେ ୭୫ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତିକୁ ମଞ୍ଜୁର ଦେଇଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦର୍ଶକଙ୍କ ପାଇଁ କବାଟ ଖୋଲିବ ନାହିଁ। ପିଟିଆଇକୁ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି, ମୁଁ ଅନ୍ ରେକର୍ଡ କହୁଛି ଯେ ଆମେ ଟି-୨୦ ମ୍ୟାଚ୍ ପାଇଁ ଇଡେନ୍ ଗାର୍ଡେନ୍ସରେ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ଦର୍ଶକଙ୍କ ପାଇଁ କୌଣସି ଟିକେଟ୍‌ ବନ୍ଦୋବସ୍ଥ ହେବ ନାହିଁ। ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ୍ ଏବଂ ଅଲଗା ୟୁନିଟର ପ୍ରତିନିଧିଙ୍କୁ ଷ୍ଟାଡିୟମ ଯିବା ପାଇଁ ଅନୁମତି ମିଳିବ। ଏଭଳି ସ୍ଥିତିରେ ଆମେ ଦର୍ଶକଙ୍କୁ ଅନୁମତି ଦେଇ ଖେଳାଳିଙ୍କୁ ସ୍ୱାସ୍ଥ୍ୟକୁ ରିସ୍କରେ ପକାଇ ପାରିବୁ ନାହିଁ। ତେଣୁ ଟି-୨୦ ସିରିଜ୍ ପାଇଁ କୌଣସି ଟିକେଟ୍ ଉପଲବ୍ଧ ହେବ ନାହିଁ। ଯଦିଓ ଆମ ପାଖରେ ବେଙ୍ଗଲ ସରକାରଙ୍କ ଅନୁମତି ଅଛି, କିନ୍ତୁ ବିସିସିଆଇ ଖେଳାଳିଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ସାଲିସ୍ କରିବ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।

Advertisment

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳାଯିବ। ଫେବୃଆରୀ ୬ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬, ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୯ ଓ ୧୧ ତାରିଖରେ ଅନୁଷ୍ଠିତ ହେବ।

Sourav Ganguly IND Vs WI