ଲର୍ଡ୍ସରେ ଇଂଲଣ୍ଡରେ ଗର୍ବ ଭାଙ୍ଗିଲା, ଟିମ୍ ଇଣ୍ଡିଆର ଦମଦାର ବିଜୟ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମୈଦାନରେ ଉଡ଼ିଲା ତ୍ରିରଙ୍ଗା। ଇଂଲିଶ ଟିମକୁ ତା ନିଜ ମାଟିରେ ଧୂଳି ଚଟାଇଛି ଟିମ୍ ଇଣ୍ଡିଆ। ମହମ୍ମଦ ଶାମି ଓ ଯସପ୍ରିତ ବୁମ୍ରାଙ୍କ ଅବିଶ୍ୱସନୀୟ ବ୍ୟାଟିଂ ପରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଭାରତ ୧୫୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭ୍ରମଣକାରୀ ଟିମ୍ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଚତୁର୍ଥ ଇନିଂସରେ ୨୭୨ ରନର ବିଜୟ ଲକ୍ଷର ପିଛା କରୁଥିବା […]

India-win

India-win

Subhransu Sekhar
  • Published: Monday, 16 August 2021
  • Updated: 17 August 2021, 03:10 PM IST

Sports

Latest News

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମୈଦାନରେ ଉଡ଼ିଲା ତ୍ରିରଙ୍ଗା। ଇଂଲିଶ ଟିମକୁ ତା ନିଜ ମାଟିରେ ଧୂଳି ଚଟାଇଛି ଟିମ୍ ଇଣ୍ଡିଆ। ମହମ୍ମଦ ଶାମି ଓ ଯସପ୍ରିତ ବୁମ୍ରାଙ୍କ ଅବିଶ୍ୱସନୀୟ ବ୍ୟାଟିଂ ପରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଭାରତ ୧୫୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭ୍ରମଣକାରୀ ଟିମ୍ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଚତୁର୍ଥ ଇନିଂସରେ ୨୭୨ ରନର ବିଜୟ ଲକ୍ଷର ପିଛା କରୁଥିବା ଇଂଲଣ୍ଡ ୧୨୦ ରନରେ ଅଲ୍ ଆଇଟ୍ ହୋଇଛି। ମହମ୍ମଦ ସିରାଜ ଚାରୋଟି ଓ ବୁମ୍ରା ତିନୋଟି ସଫଳତା ପାଇ ଭାରତ ବିଜୟରେ ନିର୍ଣ୍ଣାୟକ ଭୂମିକା ତୁଲାଇଛନ୍ତି। ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ରାହୁଲ ମ୍ୟାନ୍ ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ।

ଲର୍ଡ୍ସ ଟେଷ୍ଟ ଜିତିବା ପାଇଁ ଇଂଲଣ୍ଡକୁ ୬୦ ଓଭରରେ ୨୭୨ ରନ୍ ଦରକାର ଥିଲା। ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡକୁ ପ୍ରଥମ ଦୁଇ ଓଭରରେ ଡବଲ୍ ଝଟକା ଲାଗିଥିଲା। ଘରୋଇ ଦଳର ଦୁଇ ଓପ୍ନର ଖାତା ଖୋଲିପାରିନଥିଲେ। ଇଂଲଣ୍ଡ ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ବୁମ୍ରା ରୋରୀ ବର୍ନସଙ୍କୁ ଏବଂ ପରବର୍ତ୍ତୀ ଓଭରର ଚତୁର୍ଥ ବଲରେ ଶାମି ଡମ୍ ସିବଲେଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହା ପରେ ହସୀବ ହମୀଦ ଓ ଇନଫର୍ମ କ୍ୟାପଟେନ୍ ଜୋ ରୁଟ୍ ତୃତୀୟ ୱିକେଟ୍ ପାଇଁ ୪୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଈଶାନ୍ତ ଶର୍ମା। ହମୀଦ ୯ ରନ୍ କରି ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜନ୍ନି ବେୟାରଷ୍ଟୋ (୨)ଙ୍କୁ ମଧ୍ୟ ଈଶାନ୍ତ ନିଜର ଶିକାର ବନାଇଥିଲେ। ୪ଟି ୱିକେଟ ପତନ ପରେ ସବୁ ଦାୟିତ୍ୱ କ୍ୟାପଟେନ୍ ରୁଟଙ୍କ ଉପରକୁ ଆସିଥିଲା। ରୁଟ୍ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ଟିମ୍ ପାଇଁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଠିକଣା ସମୟରେ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ ବୁମ୍ରା।

ବୁମ୍ରାଙ୍କ ଆଉଟ୍ ସୁଇଂ ବଲକୁ ବୁଝିନପାରି ରୁଟ୍ ପ୍ରଥମ ସ୍ଲିପରେ ଫିଲ୍ଡିଂ କରୁଥିବା କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ରୁଟ୍ ୬୦ ବଲରେ ୫ ଚୌକା ସହ ୩୩ ରନ୍ କରିଥିଲେ। ଏହା ପରେ ବଟଲର ଓ ମୋଇନ୍ ଅଲୀ ପାଖାପାଖି ୧୬ ଓଭର ବ୍ୟାଟିଂ କରି ଟିମକୁ ପରାଜୟରୁ ରକ୍ଷା କରିବା ପାଇଁ ପ୍ରୟାସ ଚଳାଇଥିଲେ। କିନ୍ତୁ ମହମ୍ମଦ ସିରାଜ ଏହି ଯୋଡ଼ିକୁ ଭାଙ୍ଗି ଭାରତ ପାଇଁ ବିଜୟ ଆଶ ସଞ୍ଚାର କରିଥିଲେ। ମୋଇନ୍ ବ୍ୟକ୍ତିଗତ ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସିରାଜ ଓଭରର ପରବର୍ତ୍ତୀ ବଲରେ ସାମ୍ କୁରାନ (୦)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ।

ବଟଲର ଓ ରବିନସନ୍ ମ୍ୟାଚକୁ ଡ୍ର ଆଡକୁ ନେଇଥିଲେ ହେଁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ବୁମ୍ରା। ପରବର୍ତ୍ତୀ ଓଭରରେ ଶିରାଜ ଦୁଇଟି ଓ୍ୱିକେଟ୍ ନେଇ ୧୨୦ ରନରେ ଇନିଂସର ପରିସମାପ୍ତି ଘଟାଇଥିଲେ। ବଟଲର ୨୫, ରବିନସନ୍ ୯ ଓ ଆଣ୍ଡରସନ୍ ଖାତା ଖୋଲି ପାରିନଥିଲେ।

ସୋମବାର ପଞ୍ଚମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୮୧/୬ରୁ ଖେଳ ଆରମ୍ଭ କରିଥିଲା। ପନ୍ତ ଆଜି ନିଜ ସ୍କୋରରେ ଆଉ ୮ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଲି ରବିନସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଈଶାନ୍ତ ଶର୍ମା ବହୁମୂଲ୍ୟ ୧୬ ରନ୍‌ର ଯୋଗଦାନ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଈଶାନ୍ତଙ୍କୁ ମଧ୍ୟ ରବିନସନ୍ ଆଉଟ୍ କରି ଭାରତକୁ ଅଷ୍ଟମ ଝଟକା ଦେଇଥିଲେ।

୨୦୯ ରନରେ ୮ ୱିକେଟ୍ ହରାଇବା ପରେ ଭାରତ ସଂକଟରେ ପଡ଼ିଯାଇଥିଲା। କିନ୍ତୁ ଶାମି ଓ ବୁମ୍ରା ଇଂଲଣ୍ଡର ସବୁ ରଣନୀତିକୁ ପଣ୍ଡ କରିଦେଇଥିଲେ। ଦୁହେଁ ଇଂଲଣ୍ଡର ବୋଲରଙ୍କୁ କହି କହି ଆଟାକ୍ କରିଥିଲେ। ଦୁହେଁ ନବମ ୱିକେଟ ପାଇଁ ୮୯ ରନର ଭାଗିଦାରୀ କରିଥିଲେ। ଏହି ସମୟରେ ଭାରତର ସ୍କୋର  ୮ ଓ୍ୱିକେଟରେ ୨୯୮ ରନରେ ଥିଲା ବେଳେ କ୍ୟାପଟେନ କୋହଲି ଇନିଂସ ଘୋଷଣା କରିଥିଲେ। ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୩ଟି, ରବିନସନ୍ ଓ ମୋଇନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଜବାବରେ କ୍ୟାପଟେନ୍ ଜୋ ରୁଟଙ୍କ ଅପରାଜିତ ୧୮୦ ରନ୍ ବଳରେ ଇଂଲଣ୍ଡ ୩୯୧ ରନ୍ କରି ୨୭ ରନର ଲିଡ୍ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story