Advertisment

ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା

ଭାରତୀୟ ଦଳ ଉପରେ ପେନାଲ୍‌ଟି ବସାଇଛି ଆଇସିସି।

Rohit Sharma

Rohit Sharma

Advertisment

ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଇନିଂସ ଓ ୩୨ ରନ୍‌ରେ ପ୍ରଥମ ଟେଷ୍ଟ୍ ହାରିଥିବା ବେଳେ ଏବେ ଦଳକୁ ଲାଗିଛି ଡବଲ ଝଟକା। ସେଞ୍ଚୁରିଅନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆବଶ୍ୟକ ଓଭର-ରେଟ୍‌କୁ କାଏମ ରଖିବାରେ ବିଫଳ ହୋଇଥିବା ଭାରତୀୟ ଦଳ ଉପରେ ପେନାଲ୍‌ଟି ବସାଇଛି ଆଇସିସି। ଫଳ ସ୍ୱରୂପ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟ ଟେବୁଲରୁ ଦଳର ୨ ପଏଣ୍ଟ କଟି ଯାଇଛି। କେବଳ ଏତିକି ନୁହେଁ, ଜୋରିମାନା ସ୍ୱରୂପ ଦଳର ମ୍ୟାଚ୍‌ ଫି’ରୁ ୧୦ ପ୍ରତିଶତ ମଧ୍ୟ କାଟି ଦେଇଛି ଆଇସିସି। 

Advertisment

ଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଭାରତୀୟ ଦଳ ଦୁଇ ଓଭର ପଛରେ ରହିବାରୁ ଏହି ଦଣ୍ଡ ଦିଆଯାଇଛି ବୋଲି ଆଇସିସି କହିଛି।

ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ଭାରତ WTC ପଏଣ୍ଟ ଟେବୁଲରେ ୧୬ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ରହିଥିଲା। କିନ୍ତୁ ପେନାଲ୍‌ଟି ସ୍ୱରୂପ ଆଇସିସି ୨ ପଏଣ୍ଟ କାଟି ଦେବାରୁ ଦଳର ପଏଣ୍ଟ ୧୪କୁ ଖସି ଯାଇଥିଲା। ଏହା ସହିତ ପଏଣ୍ଟ ଟେବୁଲରେ ଦଳର ସ୍ଥାନ ୬କୁ ଖସି ଯାଇଛି।

Advertisment

ସେଞ୍ଚୁରିଅନରେ ଭାରତ ପ୍ରଥମ ଇନିଂସରେ ୨୪୫ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୪୦୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ୧୬୩ ରନର ଲିଡ ମିଳିଥିଲା। ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୧୩୧ ରନରେ ଅଲଆଉଟ ହୋଇଯାଇଥିଲା ଓ ୩ ଦିନରେ ଶେଷ ହୋଇଯାଇଥିଲା ଏହି ଟେଷ୍ଟ୍ ମ୍ୟାଚ୍‌। 

ICC Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe