Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ମ୍ୟାଚ୍‌ରେ ରହିବେନି କୋହଲି

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରୁ ପ୍ରଥମଟିରେ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ମ୍ୟାଚ୍ ଖେଳିବେ ଓ ଦଳର ନେତୃତ୍ୱ ନେବେ। ଟିମ୍‌ରେ ଆଜିଙ୍କ୍ୟ ରାହାଣେ, କେ.ଏଲ୍‌ ରହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶୁବମନ ଗିଲ୍‌, ଶ୍ରେୟସ ଆୟର, ରିଦ୍ଧିମାନ ଶାହା (ୱିକେଟ୍ କିପର), କେଏସ୍‌ ଭରତ (ୱିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଐତିହାସିକ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷିତ

virat-kohli

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରୁ ପ୍ରଥମଟିରେ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ମ୍ୟାଚ୍ ଖେଳିବେ ଓ ଦଳର ନେତୃତ୍ୱ ନେବେ।

Advertisment

ଟିମ୍‌ରେ ଆଜିଙ୍କ୍ୟ ରାହାଣେ, କେ.ଏଲ୍‌ ରହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶୁବମନ ଗିଲ୍‌, ଶ୍ରେୟସ ଆୟର, ରିଦ୍ଧିମାନ ଶାହା (ୱିକେଟ୍ କିପର), କେଏସ୍‌ ଭରତ (ୱିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ସ୍ଥାନ ପାଇଛନ୍ତି।

ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ। ସେହିପରି ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରାଯାଇଛି।

Advertisment

ନଭେମ୍ବର ୨୫ ତାରିଖରେ କାନପୁରରେ ପ୍ରଥମ ମ୍ୟାଚ୍ ଖେଳା ଯିବ। ସେହିପରି ମୁମ୍ବାଇରେ ଡିସେମ୍ବର ୩ ତାରିଖରୁ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ।

ଟେଷ୍ଟ୍ ସିରିଜ୍ ପୂର୍ବରୁ ଦୁଇ ଦଳ ମଧ୍ୟ ତିନୋଟି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଖେଳାଯିବ। ନଭେମ୍ବର ୧୭ ତାରିଖରେ ପ୍ରଥମ ମ୍ୟାଚ୍ ଜୟପୁରରେ ଖେଳାଯିବାକୁ ଥିବା ବେଳେ ୧୯ରେ ରାଞ୍ଚିରେ ଦ୍ୱିତୀୟ ଓ ୨୧ରେ କୋଲକାତାରେ ତୃତୀୟ ମ୍ୟାଚ୍ ଖେଳାଯିବ।

Indian Cricket Team