Advertisment

IND vs WI: ଦୃଢ଼ ସ୍ଥିତିରେ ଭାରତ: ଜୈସୱାଲ ୧୭୩*, ଦିନକରେ ମାତ୍ର ୨ଟି ୱିକେଟ ପାଇଲା ୱେଷ୍ଟଇଣ୍ଡିଜ

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ୨ ୱିକେଟ ହରାଇ ୩୧୮ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଜୈସୱାଲ ୧୭୩ ଓ ଅଧିନାୟକ ଶୁବମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି।

Jasi

ଜୈସୱାଲ ଓ ସାଈ ସୁଦର୍ଶନ

Advertisment

ଅହମଦାବାଦ ଟେଷ୍ଟ ଅଢ଼େଇ ଦିନରେ ସରିଥିଲା। ଆଜି ଠାରୁ ଦିଲ୍ଲୀରେ ୱେଷ୍ଟଇଣ୍ତିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟର ପ୍ରଥମ ଦିନରେ ବି ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି। ଓପନର ଯଶସ୍ୱୀ ଜୈସୱାଲ(Yashasvi Jaiswal)ଙ୍କ ଅପରାଜିତ ୧୭୩ ରନ ବଳରେ ଭାରତୀୟ ଟିମ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି।

Advertisment

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ୨ ୱିକେଟ ହରାଇ ୩୧୮ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଜୈସୱାଲ ୧୭୩ ଓ ଅଧିନାୟକ ଶୁବମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି। ଭାରତ ହାତରେ ଆହୁରି ୮ଟି ୱିକେଟ ଥିବା ପ୍ରଥମ ଇନିଂସରେ ଦଳ ବଡ଼ ସ୍କୋର ଲକ୍ଷ୍ୟରେ ରହିଛି। ଆଜି ଟେଷ୍ଟ(Test Match) କ୍ୟାରିୟରର ୭ମ ଶତକ ହାସଲ କରିଥିବା ଜୈସୱାଲ ଡବଲ ଟନ୍ ହାସଲ କରିପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

ପ୍ରଥମ ଦିନରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୯୦ ଓଭର ବୋଲିଂ କରିଥିଲେ ହେଁ କେବଳ ୨ଟି ୱିକେଟ ନେଇପାରିଛି। କେଏଲ ରାହୁଲ ୩୮ ରନ ଓ ଯୁବ ତାରକା ସାଈ ସୁଦର୍ଶନ ୮୭ ରନ କରି ଆଉଟ କରିଛନ୍ତି। ଉଭୟଙ୍କୁ ବାମହାତୀ ସ୍ପିନର ଜୋମେଲ ୱାରିକନ( India Vs West Indies) ଆଉଟ କରିଛନ୍ତି।

Advertisment

ଆଜି ପ୍ରଥମ ସେସନ୍ସରେ ଭାରତ ଗୋଟିଏ ୱିକେଟ ହରାଇ ୯୪ ରନ କରିଥିଲା। ଲଞ୍ଚରୁ ଟି’ ଯାଏ ଦଳ କୌଣସି ୱିକେଟ ହରାଇ ନଥିଲା। ଜୈସୱାଲ ଓ ସୁଦର୍ଶନ ୩୦ ଓଭର ବ୍ୟାଟିଂ କରି ୧୨୬ ରନ ଯୋଡ଼ିଥିଲେ।

ଯଶସ୍ୱୀଙ୍କ ବ୍ୟାଟରୁ ଶତକ ଓ ସୁଦର୍ଶନ ଅର୍ଦ୍ଧଶତକ ମାରିଥିଲେ। ଚା’ ପାନ ବିରତି ପରେ ଭାରତୀୟ ଟିମ ୩୨ ଓଭର ବ୍ୟାଟିଂ କରି ୯୮ ରନ ଯୋଡ଼ିବା ସହ ସାଈଙ୍କୁ ହରାଇଛି।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରାହୁଲ ଓ ଜୈସୱାଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଜୈସୱାଲ ବଲର ପେସ୍‌ ଓ ସୁଇଂକୁ ପ୍ରଥମେ ସମ୍ମାନ ଦେଇଥିଲେ। କିନ୍ତୁ ରାହୁଲ କିଛି ହାତ ଖୋଲା ଶଟ ମାରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୮ ରନ ଯୋଡ଼ିଥିଲେ। ଏତିକି ବେଳେ ୱାରିକାନଙ୍କ ଗୋଟିଏ ଚମତ୍କାର ବଲରେ ଷ୍ଟମିଂ ହୋଇ ଯାଇଥିଲେ ରାହୁଲ।

ଏହାପରେ କ୍ରିଜକୁ ଆସିଥିଲେ ସାଈ। ସେ ଜୈସୱାଲଙ୍କ ସହ ମିଶି ଭାରତର ସ୍କୋରକୁ ଆଗକୁ ନେଇଥିଲେ। ଜୈସୱାଲ ମଧ୍ୟ ୧୪୫ ବଲରେ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସାଈଙ୍କ ବ୍ୟାଟରୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ଜୈସୱାଲ ଓ ସାଈ ସେଟ ହୋଇସାରିଥିବାରୁ ଦ୍ରୁତଗତିରେ ରନ ସଂଗ୍ରହ ଆରମ୍ଭ କରିଥିଲେ। ଏପରି କି ଦ୍ୱିତୀୟ ୱିକେଟ ପାଇଁ ୧୯୭ ରନ ଯୋଡ଼ିଥିଲେ।

ଚା’ ପାନ ବିରତି ପରେ ସାଈ ନିଜର ମେଡେନ ଟେଷ୍ଟ ସେଞ୍ଚୁରୀ ଅଭିମୁଖେ ଯାଇଥିଲେ। କିନ୍ତୁ ଦଳୀୟ ସ୍କୋର ୨୫୧ ରନ ରହିଥିବା ବେଳେ ବ୍ୟକ୍ତିଗତ ୮୭ ରନ କରି ୱାରିକାନ (India VS WestIndies Test Match )ଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସାଈ। ସେ ୧୬୫ ବଲର ସାମ୍ନା କରି ୧୨ଟି ଚୌକା ବଳରେ ଏହି ରନ କରିଛନ୍ତି। 

ସାଈଙ୍କ ପରେ କ୍ରିଜକୁ ଆସିଥିଲେ ଅଧିନାୟକ ଗିଲ। ସେ ଜୈସୱାଲଙ୍କ ସହ ମିଶି ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ୨୫୧ରୁ ଦଳୀୟ ସ୍କୋରକୁ ନେଇ ୩୧୮ରେ ପହଞ୍ଚାଇ ଦେଇଛନ୍ତି। ଜୈସୱାଲ ମଧ୍ୟ ନିଜର ୧୫୦ ରନ ପୂରଣ କରି ନେଇଛନ୍ତି।

ଆଜି ଅପରାଜିତ ୧୭୩ ରନର ଇନିଂସ((Test Cricket) ଖେଳିଥିବା ଜୈସୱାଲ ୨୨ଟି ଚୌକା ମାରିଛନ୍ତି। ବଡ଼ ଶଟ ଖେଳିବାରେ ଜଣାଶୁଣା ଜୈସୱାଲ ଆଜି କୌଣସି ଛକା ମାରି ନାହାନ୍ତି। ଗିଲଙ୍କ ବ୍ୟାଟରୁ ୨୦ ରନର ଅପରାଜିତ ଇନିଂସରେ ୩ଟି ଚୌକା ଦେଖିବାକୁ ମିଳିଛି। 

Yashasvi Jaiswal India VS WestIndies Test Match India Vs West Indies Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe