Advertisment

ଯଶପ୍ରୀତ ବୁମ୍ରାଙ୍କ ନାଁରେ ଯୋଡ଼ି ହେଲା ବଡ଼ ରେକର୍ଡ

ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବୁମ୍ରା ବାଂଲାଦେଶ ହାସନ ମହମୁଦଙ୍କୁ ଆଉଟ କରି ଅନ୍ତଜାର୍ଜାତୀୟ କ୍ରିକେଟରେ ନିଜର ୪୦୦ ୱିକେଟ ପୂରଣ କରିଛନ୍ତି। ଏହାପରେ ସେ ତସ୍କିନ ଅହମଦଙ୍କୁ ମଧ୍ୟ ବୋଲ୍ଡ କରିଥିଲେ।

ଅଦ୍ୟତନ ହୋଇଛି
Jasprit Bumrah

Jasprit Bumrah

Advertisment

ଭାରତର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରାଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ବାଂଲାଦେଶବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୪ ୱିକେଟ ଦଖଲ କରିଥିବା ବୁମ୍ରା ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

Advertisment

ସେ ଭାରତର ୬ଷ୍ଠ ଦ୍ରୁତତମ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି। ଏହାବାଦ ସେ ଭାରତର ୧୦ତମ ବୋଲର ଭାବେ ୪୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଏତଦ ବ୍ୟତୀତ ସେ ୫ମ ଦ୍ରୁତତମ ବୋଲର ଭାବେ ମଧ୍ୟ ୪୦୦ ୱିକେଟ ନେବାର ରେକର୍ଡ କରିଛନ୍ତି।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବୁମ୍ରା ବାଂଲାଦେଶବାଂଲାଦେଶ ହାସନ ମହମୁଦଙ୍କୁ ଆଉଟ କରି ଅନ୍ତଜାର୍ଜାତୀୟ କ୍ରିକେଟରେ ନିଜର ୪୦୦ ୱିକେଟ ପୂରଣ କରିଛନ୍ତି। ଏହାପରେ ସେ ତସ୍କିନ ଅହମଦଙ୍କୁ ମଧ୍ୟ ବୋଲ୍ଡ କରିଥିଲେ।

Advertisment

ଭାରତର ଅନ୍ୟତମ ଶ୍ରେଷ୍ଠ ବୋଲର ହେଉଛନ୍ତି ବୁମ୍ରା। କ୍ରିକେଟର ୩ଟି ଯାକ ଫର୍ମାଟରେ ସେ କମାଲ କରି ଚାଲିଛନ୍ତି। ପ୍ରଥମେ ସେ ସୀମିତ ଓଭର କ୍ରିକେଟରେ ନିଜର ବୋଲିଂ ଯାଦୁ ଦେଖାଇଥିଲେ। ବୁମ୍ରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ଟି-୨୦ରେ ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି।

ଏବେ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ କପିଲ ଦେବ ୬୮୭ ୱିକେଟ, ଜହିର ଖାନ ୫୯୭ ୱିକେଟ, ଜବାଗଲ ଶ୍ରୀନାଥ ୫୫୧ ୱିକେଟ, ମହମ୍ମଦ ଶାମି ୪୪୮ ୱିକେଟ ଓ ଈଶାନ୍ତ ଶର୍ମା ଦ୍ରୁତ ବୋଲର ଭାବେ ୪୩୪ଟି ୱିକେଟ ଭାରତ ପାଇଁ ନେଇଥିଲେ।

କମ ମ୍ୟାଚ୍‌ରେ ୪୦୦ ୱିକେଟ ଦଖଲ କରିଥିବା ଭାରତୀୟଙ୍କ ମଧ୍ୟରେ ବୁମ୍ରା ୫ମ ସ୍ଥାନରେ ଅଛନ୍ତି। ବୁମ୍ରା ୨୨୭ଟି ଇନିଂସରେ ୪୦୦ ୱିକେଟ ନେଇଥିବା ବେଳେ ତାଲିକାର ୧ନଂ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି।

ସେ ୨୧୬ଟି ଇନିଂସରେ ୪୦୦ ୱିକେଟ ନେଇଥିବା ବେଳେ କପିଲ ଦେବ ୨୨୦ଟି, ମହମ୍ମଦ ଶାମି ୨୨୪ଟି, ଅନୀଲ କୁମ୍ବଲେ ୨୨୬ଟି ଇନିଂସରେ ୪୦୦ ୱିକେଟ ପୂରଣ କରିଥିଲେ।

Jasprit Bumrah Test Cricket Test Match India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe