Advertisment

ଟେଷ୍ଟ କ୍ରିକେଟରେ ପ୍ରଥମ ଘଟଣା: ପାକିସ୍ତାନ ବିପକ୍ଷରେ ଏହି ବିଶ୍ୱ ରେକର୍ଡ କଲେ ରୁଟ ଓ ବ୍ରୁକ୍‌

ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ଯୋଡ଼ିବାର ରେକର୍ଡ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧେନ ଓ କୁମାର ସାଙ୍ଗାକାରାଙ୍କ ନାଁରେ ରହିଛି। ଉଭୟ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୬୨୪ ରନର ଭାଗିଦାରୀ କରିଥିଲେ।

ENG

ENG

Advertisment

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ରନ ବର୍ଷା କରି ଇଂଲଣ୍ଡ ସୃଷ୍ଟି କରିଛି ନୂଆ ବିଶ୍ୱ ରେକର୍ଡ। ବ୍ୟାଟରଙ୍କୁ ସୁହାଉଥିବା ମୁଲତାନ ମାଟିରେ ୧୪୭ ବର୍ଷ ମଧ୍ୟରେ ଯାହା ଘଟି ନଥିଲା, ତା’ହା ଇଂଲଣ୍ଡର ଜୋ ରୁଟ ଓ ହ୍ୟାରୀ ବ୍ରୁକ କରି ଦେଖାଇଛନ୍ତି। ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ ହାସଲ କରିଥିବା ରୁଟ ୨୫ ବର୍ଷୀୟ ବ୍ରୁକଙ୍କ ସହ ମିଶି ୪୫୪ ରନର ଭାଗିଦାରୀ କରିଛନ୍ତି।

Advertisment

୪ର୍ଥ ୱିକେଟ ପାଇଁ ଏଭଳି ଭାଗିଦାରୀ କେବେ ହେଲେ ବିଶ୍ୱ ଦେଖି ନଥିଲା। ୧୮୭୭ ମସିହାରୁ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଥିବା ବେଳେ କେବେ ହେଲେ ୪ର୍ଥ ୱିକେଟ ପାଇଁ ଏତେ ରନର ଭାଗିଦାରୀ କେବେ ହୋଇ ନଥିଲା। 

ପୂର୍ବରୁ ୪ର୍ଥ ୱିକେଟ ପାଇଁ ସର୍ବାଧିକ ଭାଗିଦାରୀ ରେଡର୍କ ଅଷ୍ଟ୍ରେଲିଆର ଆଡାମ ଭୋଜେସ ଓ ଶନ ମାର୍ଶଙ୍କ ନାଁରେ ରହିଥିଲା। ୨୦୧୫ରେ ଉଭୟ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ୪ର୍ଥ ୱିକେଟ ପାଇଁ ୪୪୯ ରନ ଯୋଡ଼ି ଥିଲେ। କିନ୍ତୁ ରୁଟ ଓ ବ୍ରୁକ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisment

ଏହାବାଦ ବିଦେଶୀ ମାଟିରେ ଯେକୌଣସି ୱିକେଟ ପାଇଁ ୪୫୪ ରନର ଭାଗିଦାରୀ ପ୍ରଥମ ଘଟଣା। ପୂର୍ବରୁ ବିଦେଶ ମାଟିରେ ସର୍ବାଧିକ ଭାଗିଦାରୀ ରେକର୍ଡ ୪୧୫ ରନ ରହିଥିଲା। ୧୯୩୪ରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଏପରି ରେକର୍ଡ କରିଥିଲା। ଏହି ଭାଗିଦାରୀ ଜରିଆରେ ରୁଟ ଓ ବ୍ରୁକ ପାକିସ୍ତାନ ବିପକ୍ଷରେ ଯେକୌଣସି ୱିକେଟ ପାଇଁ ମଧ୍ୟ ସର୍ବାଧିକ ରନ ଯୋଡ଼ିଛନ୍ତି।

ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ଯୋଡ଼ିବାର ରେକର୍ଡ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧେନ ଓ କୁମାର ସାଙ୍ଗାକାରାଙ୍କ ନାଁରେ ରହିଛି। ଉଭୟ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୬୨୪ ରନର ଭାଗିଦାରୀ କରିଥିଲେ।

ଦ୍ୱିତୀୟ ସ୍ଥାନରେ ସନତ ଜୟସୂରିୟା ଓ ରୋଶନ ମହାନାମାଙ୍କ ନାଁ ରହିଛି। ଏମାନେ ଭାରତ ବିପକ୍ଷ ୧୯୯୭ ମସିହା ଟେଷ୍ଟରେ ୫୭୬ ରନ ଯୋଡ଼ିଥିଲା। ନ୍ୟୁଜିଲ୍ୟାଣ୍ଡର ମାର୍ଟିନ କ୍ରୋ ଓ ଆଣ୍ଡ୍ରୁ ଜୋନ୍ସ ଶ୍ରୀଲଙ୍କା ବିପକ୍ଷ ୧୯୯୯ ମସିହା ଟେଷ୍ଟରେ ୪୬୭ ରନ ଯୋଡ଼ିଥିଲେ। ୪ର୍ଥ ସ୍ଥାନରେ ବ୍ରୁକ ଓ ରୁଟ ରହିଛନ୍ତି।

ରୁଟ ଆଜି ମୁଲିତାନ ଟେଷ୍ଟର ୪ର୍ଥ ଦିନ ଆରମ୍ଭରୁ ଭଲ ଲୟରେ ଥିଲେ। ଲାଗୁଥିଲା ସେ ବ୍ରାଏନ ଲାରାଙ୍କ ୪୦୦ ରନର ରେକର୍ଡ ଭାଙ୍ଗି ଦେବେ। କିନ୍ତୁ ସେ ୨୬୨ ରନ କରି ଆଉଟ ହୋଇଯାଇଥିଲେ।

ତାଙ୍କ ୱିକେଟ ଆଘା ସଲମାନଙ୍କ ଖାତାକୁ ଯାଇଥିଲା। ତେବେ ବ୍ରୁକ ଟ୍ରିପଲ ଟନ୍‌ ହାସଲ କରିଥିଲେ। ସେ ୩୧୭ ରନ କରି ଆଉଟ ହୋଇଛନ୍ତି। ଇଂଲଣ୍ଡ ପ୍ରଥମ ପାଳିରେ ୭ ୱିକେଟ ହରାଇ ୮୨୩ ରନ କରିବା ପରେ ଇଂନିସ ଘୋଷଣା କରିଛି।

Pakistan England Test Cricket Test Match Joe Root
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe