ଜାମ୍ପାଙ୍କ ପରେ ମାଥ୍ୟୁ ୱେଡଙ୍କୁ କରୋନା, କିନ୍ତୁ ମ୍ୟାଚ୍‌ ଖେଳିପାରିବେ

ମେଲବର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପକୁ କରୋନା ଭାଇରସର ଭୟ ଘାରିବା ଆରମ୍ଭ ହେଲାଣି। ମାତ୍ର ୩ ଦିନ ଭିତରେ ଆୟୋଜକ ଅଷ୍ଟ୍ରେଲିଆର ଦୁଇ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ଆଡାମ ଜାମ୍ପା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ। ଏବେ ମାଥ୍ୟୁ ୱେଡଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦିନକ ପରେ ଅଷ୍ଟ୍ରେଲିଆ ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ। […]

wade

  • Published: Thursday, 27 October 2022
  • , Updated: 27 October 2022, 04:56 PM IST

ମେଲବର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପକୁ କରୋନା ଭାଇରସର ଭୟ ଘାରିବା ଆରମ୍ଭ ହେଲାଣି। ମାତ୍ର ୩ ଦିନ ଭିତରେ ଆୟୋଜକ ଅଷ୍ଟ୍ରେଲିଆର ଦୁଇ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ପୂର୍ବରୁ ଆଡାମ ଜାମ୍ପା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ। ଏବେ ମାଥ୍ୟୁ ୱେଡଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦିନକ ପରେ ଅଷ୍ଟ୍ରେଲିଆ ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ। ଏହାର ୨୪ ଘଣ୍ଟା ପୂର୍ବରୁ ହିଁ ୱେଡ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି।

ୱେଡଙ୍କୁ କରୋନା ଆକ୍ରାନ୍ତ କରିଥିବାରୁ ସେ ଗୁରୁବାର ଦଳର ଇଚ୍ଛାଧୀନ ଇଣ୍ଡୋର ଅଭ୍ୟାସ ସେସନ୍ସରେ ଭାଗ ନେଇ ନାହାନ୍ତି। ସେ ଅନ୍ୟମାନଙ୍କ ଠାରୁ ଯଥା ସମ୍ଭବ ଦୂରରେ ରହିଛନ୍ତି। ୱେଡ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଆସନ୍ତାକାଲି ମ୍ୟାଚ୍‌ ଉପରେ ପଡ଼ିବାର ସମ୍ଭାବନା ନାହିଁ।

କାରଣ ଟି-୨୦ ବିଶ୍ୱକପର ନିୟମ ଅନୁଯାୟୀ, ଜଣେ କରୋନା ଆକ୍ରାନ୍ତ ଚାହିଁଲେ ମ୍ୟାଚ୍‌ ଖେଳି ପାରିବେ। ତାଙ୍କୁ କୌଣସି ପ୍ରକାରର ବାରଣ କରାଯାଇ ପାରିବ ନାହିଁ। ତେଣୁ ୱେଡ ଆସନ୍ତାକାଲି ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ ରହିପାରନ୍ତି। ସେହିପରି ତାଙ୍କ ଶରୀରରେ କରୋନାର ସ୍ୱଳ୍ପ ଲକ୍ଷଣ ରହିଛି।

ଯଦି ନିୟମ ଅନୁସାରେ ୱେଡ ଆସନ୍ତାକାଲିର ମ୍ୟାଚ୍‌ ଖେଳିବେ, ତା’ହେଲେ ସେ ଦଳର ବାକି ଖେଳାଳିଙ୍କ ଠାରୁ ଅଲଗା ଭାବେ ପଡ଼ିଆକୁ ଯିବେ। ସେହିପରି ଅନ୍ୟ ଖେଳାଳିଙ୍କ ଚେଜିଂ ରୁମ, ଡଗ ଆଉଟ କିମ୍ବା ପ୍ୟାଭିଲିୟନକୁ ବ୍ୟବହାର କରିପାରିବେ ନାହିଁ। ମ୍ୟାଚ୍‌ ପୂର୍ବରୁ, ମ୍ୟାଚ୍‌ ବେଳେ କିମ୍ବା ମ୍ୟାଚ୍‌ ପରେ ସେ ଅନ୍ୟ ଖେଳାଳିଙ୍କ ସହ କୌଣସି ପ୍ରକାରର ହାତ ମିଳାଇ ପାରିବେ ନାହିଁ।

ଅଷ୍ଟ୍ରେଲିଆ ପାଖରେ ୱେଡଙ୍କ ବିକଳ୍ପ ନାହାନ୍ତି। କାରଣ ସେ ସ୍କ୍ୱାଡରେ ଏକମାତ୍ର ସ୍ପେଶାଲିଷ୍ଟ କିପର ଭାବେ ସ୍ଥାନ ପାଇଛନ୍ତି। ପୂର୍ବରୁ ଜୋଶ ଇଙ୍ଗଲିସ ସ୍କ୍ୱାଡରେ ଥିଲେ। ହେଲେ ଆହତ ସମସ୍ୟା ଯୋଗୁ ସେ ଠିକ୍‌ ବିଶ୍ୱକପ ପୂର୍ବରୁ ଦଳରୁ ବାଦ ପଡ଼ିଥିଲେ। ତାଙ୍କ ସ୍ଥାନରେ କାମେରନ ଗ୍ରୀନଙ୍କୁ ସ୍କ୍ୱାଡରେ ନିଆଯାଇଛି।

ସେ ଜଣେ ଅଲରାଉଣ୍ଡର। ତେଣୁ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟ ୱେଡଙ୍କ କରୋନା ସମସ୍ୟାକୁ କେମିତି ମୁକାବିଲା କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅବଶ୍ୟ ପାର୍ଟ ଟାଇମ ୱିକେଟ କିପର ଭାବେ ଡାଭିଡ ୱାର୍ଣ୍ଣର ଓ ଗ୍ଲେନ ମ୍ୟାକ୍ସୱେଲ ଦଳ ପାଖରେ ରହିଛନ୍ତି। ଗୁରୁବାର ମ୍ୟାକ୍ସୱେଲ କିପିଂ ଗ୍ଲୋବ୍ସ ପିନ୍ଧି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ହେଲେ ସେ କେବଳ କ୍ୟାମେରା ଆଗରେ ଏମିତି କରୁଥିଲେ ନା ପ୍ରକୃତରେ ତାଙ୍କୁ ୱେଡଙ୍କ ବିକଳ୍ପ ଭାବେ ଅଷ୍ଟ୍ରେଲିଆ ବ୍ୟବହାର କରିବାକୁ ଚାହୁଁଛି, ସେକଥା ଜଣାପଡ଼ିନି। ସେହିପରି ମ୍ୟାକ୍ସୱେଲ ଦରକାର ପଡ଼ିଲେ ବୋଲିଂ ମଧ୍ୟ କରିପାରିବେ।

ୱାର୍ଣ୍ଣର ଟେଷ୍ଟ ମ୍ୟାଚ୍‌ରେ ୱିକେଟ କିପିଂର ଅଭିଜ୍ଞତା ରଖିଛନ୍ତି। ତେଣୁ ତାଙ୍କୁ ଶେଷ ମୁହୂର୍ତ୍ତରେ ଦଳ ବ୍ୟବହାର କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Related story