Advertisment

ମୟଙ୍କ ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ, ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ

ଓ୍ୱାଙ୍ଖଡେ: ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୯୬ ରନର ଟାର୍ଗେଟ ଦେଇଛି। ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓପନର୍ ମୟଙ୍କ ଅଗ୍ରୱାଲ (୬୯) ଏବଂ କ୍ୟାପଟେନ କେ.ଏଲ୍ ରାହୁଲ (୬୧) ରନ୍ କରିଥିବା ବେଳେ ମୋଟ୍ ୫ଟି ୱିକେଟ୍ ହରାଇ ପଞ୍ଜାବ ୧୯୫ ରନ୍ ସଂଗ୍ରହ କରିଥିଲା। ଏହି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୟଙ୍କ ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ, ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ

mayank-rahul

ଓ୍ୱାଙ୍ଖଡେ: ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୯୬ ରନର ଟାର୍ଗେଟ ଦେଇଛି। ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓପନର୍ ମୟଙ୍କ ଅଗ୍ରୱାଲ (୬୯) ଏବଂ କ୍ୟାପଟେନ କେ.ଏଲ୍ ରାହୁଲ (୬୧) ରନ୍ କରିଥିବା ବେଳେ ମୋଟ୍ ୫ଟି ୱିକେଟ୍ ହରାଇ ପଞ୍ଜାବ ୧୯୫ ରନ୍ ସଂଗ୍ରହ କରିଥିଲା। ଏହି ଇନିଂସରେ ୬ ଜଣ ବ୍ୟାଟିଂ କରିବାକୁ ଆସିଥିଲେ। ଜଣଙ୍କୁ ଛାଡ଼ିଦେଲେ ମୋଟ୍ ୫ ଜଣ ମିଶି ୧୦ଟି ଛକା ମାରିଥିଲେ। ଯେଉଁଥିରେ ଦୁଇ ଓପନର ଏକାକୀ ୬ଟି ଛକା ମାରିଥିଲେ। ଆଜି ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

Advertisment

ମୟଙ୍କ ଅଗ୍ରଓ୍ୱାଲ ଓ କେ ଏଲ ରାହୁଲ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଆଉ ଉଭୟ ଆରମ୍ଭରୁ ଆକର୍ଷଣୀୟ ଇନିଂସ ଖେଳିଥିଲେ। ରାହୁଲ୍ ୫୧ ବଲରେ ୭ଟି ଚୌକା ଓ ୨ଟି ଛକା ସହିତ ୬୧ ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ୩୬ ବଲରେ ୬୯ ରନ କରିଥିଲେ। ଯେଉଁଥିରେ ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପ୍ରଥମ ଓ୍ୱିକେଟ ଭାବରେ ମୟଙ୍କ ଏଲ ମେରିଓ୍ୱାଲାଙ୍କ ବଲରେ ଶୀଖର ଧାଓ୍ୱାନଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଏହି ସମୟରେ ପଞ୍ଜାବ ୧୨ ଓଭର ୪ଟି ବଲରେ ୧୨୨ ରନ କରିଥିଲା।

ଏହାପରେ କେ ଏଲ ରାହୁଲ ରାବଡାଙ୍କ ବଲରେ କ୍ୟାଚ ଆଉଟ୍ ହୋଇ ୬୧ ରନ କରି ଆଉଟ୍ ହୋଇଥିଲେ। ଦୁଇ ଓପନର କିନ୍ତୁ ଆଉଟ୍ ହେବା ପରେ ପଞ୍ଜାବର ଆଉ କୌଣସି ଖେଳାଳି ସେତେଟା ଭଲ ଖେଳିନଥିଲେ। ଗେଲ୍ ୯ ବଲରେ ଗୋଟିଏ ଛକା ସହିତ ୧୧ ରନ କରି ଓ୍ୱକେଶଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ।

Advertisment

ଏହାପରେ ପୋରାନ ୮ ବଲରେ ୯ ରନ କରି ଅଭେଶ ଖାନଙ୍କ ବଲରେ ଆଉଟ୍ ହୋଇଚିଲେ। ହେଲେ ଅପରାଜିତ ଥିବା ଶାହରୁଖ ଖାନ ୫ ବଲରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ୧୫ ରନ୍ କରି ଅପରାଜିତ ଥିଲେ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୌଣସି ବଲରେ ସେତେଟା ଭଲ ପ୍ରଦର୍ଶନ କରିନଥିଲେ। ଓ୍ୱକେସ, ମେରିଓ୍ୱାଲା, ରାବଡା ଏବଂ ଅଭେଶ ଖାନ ଗୋଟିଏ ଓ୍ୱିକେଟ ନେଇଥିଲେ।

ହ୍ୟାଟ୍ରିକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି

IPL 2021