Advertisment

ପ୍ରଥମ ଟିମ୍ ଭାବେ ଏସିଆରେ ବିଶ୍ୱ ରେକର୍ଡ କଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇତିହାସ ରଚିଛି ୱେଷ୍ଟଇଣ୍ଡିଜ୍। ବାଂଲାଦେଶର ଚଟ୍ଟୋଗ୍ରାମରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୩୯୫ ରନର ଟାର୍ଗେଟକୁ ହାସଲ କରି ଅନେକ ରେକର୍ଡ ନିଜ ନାଁରେ କରିଛି। ୱେଷ୍ଟଇଣ୍ଡିଜ୍ ଏସିଆରେ ସବୁଠାରୁ ବଡ଼ ଲକ୍ଷ୍ୟକୁ ହାସଲକାରୀ ଟିମ୍ ହୋଇଛି। ଏହାବ୍ୟତୀତ ଇଣ୍ଡିଜ୍ ଟିମ୍ ଓଭରଅଲ୍ ସବୁଠାରୁ ପଞ୍ଚମ ବଡ଼ ଟାର୍ଗେଟକୁ ସଫଳତାପୂର୍ବକ ହାସଲ କରିନେଇଛି। ୱେଷ୍ଟଇଣ୍ଡିଜର ଏହି ଐତିହାସିକ ଟେଷ୍ଟ ବିଜୟରେ ହିରୋ ସାଜିଛନ୍ତି କାଇଲ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରଥମ ଟିମ୍ ଭାବେ ଏସିଆରେ ବିଶ୍ୱ ରେକର୍ଡ କଲା ୱେଷ୍ଟଇଣ୍ଡିଜ୍

wi

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇତିହାସ ରଚିଛି ୱେଷ୍ଟଇଣ୍ଡିଜ୍। ବାଂଲାଦେଶର ଚଟ୍ଟୋଗ୍ରାମରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୩୯୫ ରନର ଟାର୍ଗେଟକୁ ହାସଲ କରି ଅନେକ ରେକର୍ଡ ନିଜ ନାଁରେ କରିଛି। ୱେଷ୍ଟଇଣ୍ଡିଜ୍ ଏସିଆରେ ସବୁଠାରୁ ବଡ଼ ଲକ୍ଷ୍ୟକୁ ହାସଲକାରୀ ଟିମ୍ ହୋଇଛି। ଏହାବ୍ୟତୀତ ଇଣ୍ଡିଜ୍ ଟିମ୍ ଓଭରଅଲ୍ ସବୁଠାରୁ ପଞ୍ଚମ ବଡ଼ ଟାର୍ଗେଟକୁ ସଫଳତାପୂର୍ବକ ହାସଲ କରିନେଇଛି।

Advertisment

ୱେଷ୍ଟଇଣ୍ଡିଜର ଏହି ଐତିହାସିକ ଟେଷ୍ଟ ବିଜୟରେ ହିରୋ ସାଜିଛନ୍ତି କାଇଲ୍ ମେୟର୍ସ। ମେୟର୍ସ ନିଜର ପ୍ରଥମ ଟେଷ୍ଟରେ ଅପରାଜିତ ଦ୍ୱିଶତକ ମାରି ୱେଷ୍ଟଇଣ୍ଡିଜକୁ ୩ ୱିକେଟରେ ବିଜୟୀ କରାଇଛନ୍ତି। ମେୟର୍ସ ୩୧୦ ବଲ୍ ଖେଳି ୨୧୦ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୨୦ ଚୌକା ଓ ୭ ଛକା ସାମିଲ୍ ଅଛି। ପ୍ରଥମ ଇନିଂସରେ ମେୟର୍ସ ୪୦ ରନ୍ କରିଥିଲେ। ଏହାସହ ସେ ୱେଷ୍ଟଇଣ୍ଡିଜର ୨ୟ ବ୍ୟାଟ୍ସମ୍ୟାନ୍ ଭାବେ ଡେବ୍ୟୁ ମ୍ୟାଚରେ ସର୍ବାଧିକ ସ୍କୋର କରିଛନ୍ତି।

https://twitter.com/ICC/status/1358369830353600514?s=20

କେବଳ ଏତିକି ନୁହେଁ ସେ ଚତୁର୍ଥ ୱିକେଟ୍ ପାଇଁ ନକରୁମା ବୋନରଙ୍କ ସହ ମିଶି ୨୧୬ ରନର ପାର୍ଟନରଶିପ କରିଛନ୍ତି। ୧୯୮୪ ପରେ କୌଣସି ୱିକେଟ୍ ପାଇଁ ଚତୁର୍ଥ ଇନିଂସରେ ୱେଷ୍ଟଇଣ୍ଡିର ଏହା ସବୁଠାରୁ ବଡ଼ ଭାଗିଦାରୀ। ମେୟର୍ସ ଚତୁର୍ଥ ଇନିଂସରେ ଦ୍ୱିଶତକ ମାରିବାରେ ଦୁନିଆର ଷଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାବ୍ୟତୀତ ଡେବ୍ୟୁ ଟେଷ୍ଟରେ ସର୍ବାଧିକ ସ୍କୋର ତାଲିକାରେ ସେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି।

Advertisment

ଉକ୍ତ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୪୩୦ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୨୫୯ ରନ୍ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୧୭୧ ରନରେ ଆଗୁଆ ଥିବା ବାଂଲାଦେଶ ୨ୟ ଇନିଂସରେ ୮ ୱିକେଟରେ ୨୨୩ ରନ୍ କରି ଘୋଷଣା କରିଥିଲେ। ଫଳରେ ଚତୁର୍ଥ ଇନିଂସରେ ୱେଷ୍ଟଇଣ୍ଡିଜ୍ ୧୨୭.୩ ଓଭରରେ ୭ ୱିକେଟ୍ ହରାଇ ୩୯୫ ରନ୍ କରି ବିଜୟୀ ହୋଇଛି।

ଅଧିକ ପଢ଼ନ୍ତୁ : କ୍ରମାଗତ ଭାବେ ଦ୍ୱିତୀୟ ଥର ବିଗ ବାଶ ଲିଗ୍‌ ଜିତିଲା ସିଡନୀ ସିକ୍ସର୍ସ

Cricket