Advertisment

Mohammad Rizwan: ପାକିସ୍ତାନର ଦିନିକିଆ କ୍ୟାପ୍ଟେନ ପଦରୁ ରିଜୱାନ ବିଦା, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

୨୦୨୪ ଅକ୍ଟୋବର ମାସରେ ହିଁ ପାକିସ୍ତାନର ଧଳା ବଳ କ୍ରିକେଟର କ୍ୟାପ୍ଟେନ ହୋଇଥିଲେ ରିଜୱାନ। କିଛି ମାସ ପରେ ତାଙ୍କୁ ପ୍ରଥମେ ଟି-୨୦ ଓ ସୋମବାର ଦିନିକିଆ କ୍ୟାପ୍ଟେନ ପଦରୁ ବିଦା ହେବାକୁ ପଡ଼ିଛି।

Rizwan

ମହମ୍ମଦ ରିଜୱାନ (ଫାଇଲ ଫଟୋ)

Advertisment

ପାକିସ୍ତାନ କ୍ରିକେଟିଂ ଲିଡରଶିପରେ ଆଉ ଗୋଟିଏ ରାଉଣ୍ଡ ମ୍ୟୁଜିକାଲ ଚେୟାର। ସୋମବାର ପାକିସ୍ତାନ କ୍ରିକେଟ ଟିମର ଦିନିକିଆ କ୍ୟାପ୍ଟେନ ପଦରୁ ବରିଷ୍ଠ ଖେଳାଳି ମହମ୍ମଦ ରିଜୱାନ(Mohammad Rizwan)ଙ୍କୁ ବିଦା କରିଦିଆଯାଇଛି। ତାଙ୍କ ବଦଳରେ ପାକିସ୍ତାନ କ୍ରିକେଟ ବୋର୍ଡ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ର ଅଧିନାୟକ କରିଛି।

Advertisment

୨୦୨୪ ଅକ୍ଟୋବର ମାସରେ ହିଁ ପାକିସ୍ତାନର ଧଳା ବଳ କ୍ରିକେଟର କ୍ୟାପ୍ଟେନ ହୋଇଥିଲେ ରିଜୱାନ। କିଛି ମାସ ପରେ ତାଙ୍କୁ ପ୍ରଥମେ ଟି-୨୦ ଓ ସୋମବାର ଦିନିକିଆ କ୍ୟାପ୍ଟେନ ପଦରୁ ବିଦା ହେବାକୁ ପଡ଼ିଛି। 

ଶାହୀନ ନୂଆ ଅଧିନାୟକ ଭାବେ ଦାୟିତ୍ୱ ପାଇଥିବା ବେଳେ ଆସନ୍ତା ମାସରୁ ତାଙ୍କ ଟାସ୍କ ଆରମ୍ଭ ହେବ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ପାକିସ୍ତାନର ନେତୃତ୍ୱ ନେବେ। ଏହାକୁ ମିଶାଇ ଗତ ୧୨ ମାସରେ ଦିନିକିଆରେ ପାକିସ୍ତାନ ତୃତୀୟ ଅଧିନାୟକ ପାଇଛି। 

Advertisment

୨୦୨୪ ଅକ୍ଟୋବର ମାସରେ ବାବର ଆଜମଙ୍କ ଇସ୍ତଫା ଯୋଗୁ ରିଜୱାନ ଦିନିକିଆ ଦଳର କମାଣ ସମ୍ଭାଳିଥିଲେ। ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ଚାମ୍ପିୟନସ ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ କରଥିଲା। ଗ୍ରୁପ ଏରେ ପାକିସ୍ତାନ ସବୁଠାରୁ ତଳେ ରହି ଅଭିଯାନ ଶେଷ କରିଥିଲା। ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଠାରୁ ତଳେ ରହିଥିଲା ପାକିସ୍ତାନ। ଏଥିପାଇଁ ସୋମବାର ପିସିବି ତାଙ୍କୁ କ୍ୟାପ୍ଟେନ ପଦରୁ ହଟାଇ ଶାହୀନଙ୍କୁ ଦାୟିତ୍ୱ ଦେଇଛି। 

ପିସିବି ପକ୍ଷରୁ କୁହାଯାଇଛି ଯେ “ଚୟନ କମିଟି କରିଥିବା ବୈଠକରେ ପାକିସ୍ତାନର ଧଳା ବଲ କୋଚ ମାଇକ ହେସନ ସାମିଲ ହୋଇଥିଲେ। ଏହି ବୈଠକରେ ଶାହୀନ ପାକିସ୍ତାନର ଦିନିକିଆ ଟିମର ନେତୃତ୍ୱ ନେବେ ବୋଲି ନିଷ୍ପତ୍ତି ହୋଇଛି।” 

ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ଟିକିଆ ଦିନିକିଆ ସିରିଜ ଯଥାକ୍ରମେ ନଭେମ୍ବର ୪, ୬ ଓ ୮ରେ ଅନୁଷ୍ଠିତ ହେବ। ସବୁ ମ୍ୟାଚ୍‌ ଫୈସଲାବାଦରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ ଶାହୀନ ନେତୃତ୍ୱ ନେବେ।

ଏହାପୂର୍ବରୁ ଶାହୀନ ୫ଟି ଟି-୨୦ରେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍‌ ଖେଳିଥିଲେ ହେଁ ୪ଟିରେ ହାରିଥିଲା। 

Pakistan Mohammad Rizwan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe