Advertisment

INDvsPAK: ପୁରୁଷ ଏସିଆ କପ୍‌ର ଦୃଶ୍ୟ ମହିଳା ବିଶ୍ୱକପରେ ରିପିଟ୍‌

ଟସ୍‌ ପାଇଁ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଓ ପାକିସ୍ତାନର ଅଧିନାୟକ ଫତିମା ସନା ପୃଥକ ପୃଥକ ଭାବେ ପଡ଼ିଆକୁ ଆସିଥିଲେ। ସେମାନଙ୍କ ମଧ୍ୟରେ କୌଣସି ବାର୍ତ୍ତାଳପ ହୋଇନଥିଲା।

author-image
Jitendra Garnayak
Cricket

କରମର୍ଦ୍ଦନ କଲେନି ଦୁଇ କ୍ୟାପଟେନ୍ Photograph: (Agency)

ଚଳିତ ଆଇସିସି ମହିଳା ବିଶ୍ୱକପରେ ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର. ପ୍ରେମଦାସ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ (INDvsPAK) ମଧ୍ୟରେ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳା ଯାଉଛି। ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରୁଛି। ତେବେ ଟସ୍‌ ପଡ଼ିବା ବେଳେ ଆଜି ସେହି ଦୃଶ୍ୟର ପୁନରାବୃତ୍ତି ହୋଇଥିଲା, ଯାହା ନିକଟରେ ଶେଷ ହୋଇଥିବା ପୁରୁଷ ଏସିଆ କପ୍‌ରେ ଦେଖିବାକୁ ମିଳିଥିଲା।

Advertisment

ଟସ୍‌ ପାଇଁ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଓ ପାକିସ୍ତାନର ଅଧିନାୟକ ଫତିମା ସନା ପୃଥକ ପୃଥକ ଭାବେ ପଡ଼ିଆକୁ ଆସିଥିଲେ। ସେମାନଙ୍କ ମଧ୍ୟରେ କୌଣସି ବାର୍ତ୍ତାଳପ ହୋଇନଥିଲା। ଏମିତିକି ସେମାନେ ପରିସ୍ପରକୁ ଚାହିଁ ନଥିଲେ। ଟସ୍‌ ପଡ଼ିବା ପରେ ଦୁଇ ଅଧିନାୟକଙ୍କ ମଧ୍ୟରେ କରମର୍ଦ୍ଦନ ହୋଇନଥିଲା। ଟସ୍ ପଡ଼ିବା ପରେ ସେମାନେ ବ୍ରୋଡ୍‌କାଷ୍ଟର ମେଲ ଜୋନ୍‌ସଙ୍କ ସହିତ କଥା ହୋଇ ନିଜ ନିଜ ଟିମ୍ ନିକଟକୁ ଚାଲିଯାଇଥିଲେ।

ପାକିସ୍ତାନ ଖେଳାଳିଙ୍କ ସହିତ କରମର୍ଦ୍ଦନ ନକରିବା ଘଟଣା ନିକଟରେ ଶେଷ ହୋଇଥିବା ପୁରୁଷ ଏସିଆ କପ୍‌ରୁ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ଏସିଆ କପ୍‌ରେ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ସହିତ ମ୍ୟାଚ୍ ନଖେଳିବା ପାଇଁ ଭାରତରେ କିଛି ଲୋକ ବିରୋଧ କରିଥିଲେ। କିନ୍ତୁ ଭାରତୀୟ ଟିମ୍ ପାକିସ୍ତାନ ବିରୋଧରେ ଖେଳିଥିଲା।

Advertisment

https://odishareporter.in/sports/cricket/updated-world-test-championship-table-after-indias-massive-win-10528503

ପ୍ରଥମ ମ୍ୟାଚ୍‌ରେ ଟସ୍ ପଡ଼ିବା ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପାକ୍ ଅଧିନାୟକଙ୍କ ସହିତ କରମର୍ଦ୍ଦନ କରି ନଥିଲେ। ଏହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। ସେହିପରି ମ୍ୟାଚ୍ ବେଳେ ଦୁଇ ଦଳର କ୍ରିକେଟରଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା କିମ୍ବା ଥଟ୍ଟାମଜା ଦେଖିବାକୁ ମିଳିନଥିଲା। ମ୍ୟାଚ୍ ଶେଷ ହେବା ପରେ ପାକିସ୍ତାନ ଖେଳାଳିମାନେ କରମର୍ଦ୍ଦନ ପାଇଁ ଅପେକ୍ଷା କରିଥିଲେ ହେଁ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଆସି ନଥିଲେ। ସେମାନେ ଡ୍ରେସିଂ ରୁମ୍‌ରେ ପଶିଯାଇଥିଲେ। 

ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ସମେତ ମୋଟ ୩ଟି ମ୍ୟାଚ୍‌ ହୋଇଥିଲା। କିନ୍ତୁ କୌଣସି ମ୍ୟାଚ୍‌ରେ ଭାରତୀୟ ଖେଳାଳି ପାକ୍ ଖେଳାଳିଙ୍କ ସହିତ କରମର୍ଦ୍ଦନ କରି ନଥିଲେ। ଏମିତିକି ଫାଇନାଲ ମ୍ୟାଚ୍‌ ପରେ ବିଜୟୀ ଭାରତୀୟ ଦଳ ଟ୍ରଫି ଓ ପଦକ ନେବା ପାଇଁ ଯାଇ ନଥିଲେ। କାରଣ ଉଭୟ ଟ୍ରଫି ଓ ପଦକ ଦେବା ପାଇଁ ଏସିସି ତଥା ପିସିବି ଅଧ୍ୟକ୍ଷ ମୋହଶିନ ନକଭୀ ପୋଡିୟମରେ ଉପସ୍ଥିତ ଥିଲେ। ଏହାକୁ ନେଇ ଉପୁଜିତିଥିବା ବିବାଦ ଏଯାବତ୍ ପ୍ରଶମିତ ହୋଇନାହିଁ। 

https://odishareporter.in/sports/cricket/india-odi-and-t20i-squad-announced-10528183

ସୂଚନାଯୋଗ୍ୟ, ଖବର ଲେଖାଯିବା ପର୍ଯ୍ୟନ୍ତ ଭାରତ ୨୪.୧ ଓଭରରେ ୨ଟି ୱିକେଟ୍ ହରାଇ ୧୦୫ ରନ୍ କରିଛି। ପ୍ରତିକା ରାୱଲ ଓ ସ୍ମୃତି ମନ୍ଧାନା ଯଥାକ୍ରମେ ୩୧ ଓ ୨୩ ରନ୍ କରି ଆଉଟ୍ ହୋଇଛନ୍ତି। 

INDvsPAK