Advertisment

ଶେଷ ଓଭରରେ ରାଜସ୍ଥାନ ପାଖରୁ ମ୍ୟାଚ ଛଡ଼ାଇ ନେଲା ପଞ୍ଜାବ

ମୁମ୍ୱାଇ: ଚଳିତ ଆଇପିଏଲରେ ପୁଣି ଥରେ ଗୋଟିଏ ମ୍ୟାଚ ଶେଷ ଓଭର ଯାଏ ଯାଇଛି। ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜସ୍ଥାନ ରୟାଲ୍ସ ଶେଷରେ ୫ ରନ୍ କରି ନପାରି ପଞ୍ଜାବ କିଙ୍ଗସ ପାଖରୁ ହାରିଛି। ଆଉ ବେକାର ଯାଇଛି ସଞ୍ଜୁ ସାମସନଙ୍କ ଧୂଆଁଧାର ଶତକୀୟ ଇନିଂସ। ଆଇପିଏଲ୍ ୨୦୨୧ର ଚତୁର୍ଥ ମ୍ୟାଚରେ ସଞ୍ଜୁ ସାମସନ୍ ମ୍ୟାଚର ଶେଷ ପର୍ଯ୍ୟନ୍ତ ଜିତିବା ପାଇଁ ପଡ଼ିଆରେ ରହିଥିଲେ ମଧ୍ୟ ତାଙ୍କର ଶତାକୀୟ ଇନିଂସ ରାଜସ୍ଥାନ ରୟାଲ୍ସକୁ ଜିତାଇ ପାରିନଥିଲା। […]

ଅଦ୍ୟତନ ହୋଇଛି
ଶେଷ ଓଭରରେ ରାଜସ୍ଥାନ ପାଖରୁ ମ୍ୟାଚ ଛଡ଼ାଇ ନେଲା ପଞ୍ଜାବ

punjab win

Advertisment

ମୁମ୍ୱାଇ: ଚଳିତ ଆଇପିଏଲରେ ପୁଣି ଥରେ ଗୋଟିଏ ମ୍ୟାଚ ଶେଷ ଓଭର ଯାଏ ଯାଇଛି। ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜସ୍ଥାନ ରୟାଲ୍ସ ଶେଷରେ ୫ ରନ୍ କରି ନପାରି ପଞ୍ଜାବ କିଙ୍ଗସ ପାଖରୁ ହାରିଛି। ଆଉ ବେକାର ଯାଇଛି ସଞ୍ଜୁ ସାମସନଙ୍କ ଧୂଆଁଧାର ଶତକୀୟ ଇନିଂସ। ଆଇପିଏଲ୍ ୨୦୨୧ର ଚତୁର୍ଥ ମ୍ୟାଚରେ ସଞ୍ଜୁ ସାମସନ୍ ମ୍ୟାଚର ଶେଷ ପର୍ଯ୍ୟନ୍ତ ଜିତିବା ପାଇଁ ପଡ଼ିଆରେ ରହିଥିଲେ ମଧ୍ୟ ତାଙ୍କର ଶତାକୀୟ ଇନିଂସ ରାଜସ୍ଥାନ ରୟାଲ୍ସକୁ ଜିତାଇ ପାରିନଥିଲା। ୧୨ଟି ଚୌକା ଓ ୭ଟି ଛକା ସହାୟତାରେ ୬୩ ବଲରେ ସାମସନ୍ ୧୧୯ ରନ୍ ସଂଗ୍ରହ କରିଥିଲେ। ହେଲେ ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ।

Advertisment

ରାଜସ୍ଥାନ ରୟାଲ୍ସ ପ୍ରଥମେ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ଚମତ୍କାର ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ପଞ୍ଜାବ ୨୨୧ ରନ କରିଥିଲା। ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲ ୭ଟି ଚୌକା ଓ ୫ଟି ଛକା ମାରି ୫୦ ବଲରେ ୯୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥି ସହିତ ଦୀପକ ହୁଡା ୨୮ ବଲରୁ ୬୪ ରନ୍ କରିଥିଲେ।

ଏହାର ଜବାବରେ ୨୨୨ର ବିଶାଳ ଟାର୍ଗେଟ ପିଛା କରି ରାଜସ୍ଥାନ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଆରମ୍ଭରୁ ଝୁଣ୍ଟିଥିଲା। ଆଉ ପ୍ରଥମ ଓଭରର ତିନି ନମ୍ୱର ବଲରେ କୌଣସି ରନ ନକରି ଷ୍ଟୋକ୍ସ ୱିକେଟ୍ ହରାଇଥିଲେ। ଏହା ପରେ ମନନ ବୋହରା ମଧ୍ୟ ଅଳ୍ପ ସମୟ ଖେଳି ପାଭିଲିଅନକୁ ଫେରିଯାଇଥିଲେ। ଏହା ପରେ ବଟଲର ଓ କ୍ୟାପଟେନ ସାମସନଙ୍କ ମଧ୍ୟରେ ୪୫ ରନ୍ ଭାଗିଦାରୀ ହୋଇଥିଲା। ୨୫ ରନ୍ କରି ଜୋ ରିଚାର୍ଡସନଙ୍କ ବଲରେ ବଟଲର ଆଉଟ୍ ହାଇଥିଲେ। କିନ୍ତୁ ସାମସନ ଶେଷ ପର୍ଯ୍ୟନ୍ତ କ୍ରିଜରେ ଥିଲେ ହେଲେ ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ। ପଞ୍ଜାବରୁ ଅର୍ଶଦୀପ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।

Advertisment

ରାହୁଲ ଓ ହୁଡ୍ଡା ବିସ୍ଫୋରଣ: ରାଜସ୍ଥାନ ବିପକ୍ଷରେ ପଞ୍ଜାବର ବିଶାଳ ସ୍କୋର

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe