Advertisment

ଦ୍ୱିତୀୟ ଟେଷ୍ଟ: କେତେ ନମ୍ବରରେ ଖେଳିବେ ରାହୁଲ, ସ୍ପଷ୍ଟ କଲେ ରୋହିତ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଆସନ୍ତାକାଲିଠାରୁ ଆଡିଲେଡ୍‌ରେ ଖେଳାଯିବ।

Rahul And Rohit

Rahul And Rohit

Advertisment

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆଡିଲେଡ୍‌ରେ ଖେଳାଯିବ। ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପର୍ଥରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ଦଳକୁ ଫେରିବା ପରେ କେଏଲ ରାହୁଲ କେତେ ନମ୍ବରରେ ଖେଳିବେ, ତାକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ତେବେ ଆଜି ଏସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଧିନାୟକ ରୋହିତ ଶର୍ମା।

Advertisment

ଆଡିଲେଡ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି ଯେ କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଓପନିଂ କରିବେ। ସେ ମିଡିଲ୍‌ ଅର୍ଡରରେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ଏହା ତାଙ୍କ ପାଇଁ ସହଜ ହେବ ନାହିଁ। କିନ୍ତୁ ଏହା ଦଳ ପାଇଁ ଭଲ ହେବ।

ରୋହିତ କହିଛନ୍ତି, ମୁଁ କେଏଲ ରାହୁଲଙ୍କ ଖେଳ (ପ୍ରଥମ ଟେଷ୍ଟରେ) ଦେଖିଛି। ସେ ବଢ଼ିଆ ଖେଳିଥିଲେ। ତେଣୁ ମୁଁ ଅନୁଭବ କଲି ଯେ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ। ଭବିଷ୍ୟତରେ କଥା ଅଲଗା ହୋଇପାରେ। ଆମେ ଫଳାଫଳ ଚାହୁଁ। ଆମେ ସଫଳତା ଚାହୁଁ। ଆଉ ସେ ଦୁଇ ଜଣ (ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ) ଗତ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। କେଏଲ ରାହୁଲ ଯାହା କରି ଦେଖାଇଛନ୍ତି, ସେଥିପାଇଁ ସେ ବର୍ତ୍ତମାନ ସେହି ସ୍ଥାନରେ ଖେଳିବାକୁ ହକଦାର। ଏଥିଯୋଗୁ ପ୍ରଥମ ଟେଷ୍ଟରେ ଆମକୁ ସଫଳତା ମିଳିଥିଲା। ସେମାନଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରଶିପ ହୋଇଥିଲା, ଯାହା ଆମକୁ ମ୍ୟାଚ୍ ଜିତିବାରେ ସହାୟକ ହୋଇଥିଲା। ତେଣୁ ମୁଁ ଭାବୁ ନାହିଁ ସେଥିରେ (କେଏଲ ରାହୁଲଙ୍କୁ ଓପନିଂ ପଠାଇବାରେ) କୌଣସି ପରିବର୍ତ୍ତନ ଆବଶ୍ୟକ।

Advertisment

କୁହାଯାଉଛି, ଏହା ଅଧିନାୟକ ରୋହିତ ଶର୍ମାଙ୍କର ଏକ ସାହସିକ ପଦକ୍ଷେପ। ସେ ତାଙ୍କ ମନପସନ୍ଦର ସ୍ପଟକୁ କେଏଲ ରାହୁଲଙ୍କୁ ଦେଇଛନ୍ତି। ପର୍ଥ ଟେଷ୍ଟରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶସ୍ୱୀ ଜୈସୱାଲଙ୍କ ସହିତ ଓପନିଂ କରିଥିଲେ କେଏଲ ରାହୁଲ। ସେହି ଟେଷ୍ଟର ଦ୍ୱିତୀୟ ଇନିଂସରେ ସେମାନଙ୍କ ମଧ୍ୟରେ ୨୦୧ ରନ୍‌ର ପାର୍ଟନରଶିପ ହୋଇଥିଲା। ରାହୁଲଙ୍କ ଖେଳ ସମସ୍ତଙ୍କୁ ଭଲ ଲାଗିଥିଲା। ସେ ୭୭ ରନ୍ କରିଥିଲେ।

୨୦୧୯ରୁ ଟେଷ୍ଟରେ ଭାରତ ପାଇଁ ଓପନିଂ କରି ଆସୁଥିଲେ ରୋହିତ ଶର୍ମା। ତାଙ୍କୁ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ଦେବାରେ ଥିଲା ତତ୍‌କାଳୀନ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ହାତ। ଆଉ ଏହା ଟେଷ୍ଟ କ୍ରିକେଟରେ ରୋହିତଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ରୋହିତ ଶର୍ମା ସେହି ସମୟରୁ ଆଜି ପର୍ଯ୍ୟନ୍ତ ୪୨ଟି ଟେଷ୍ଟ ଖେଳିଥିବା ବେଳେ ୩୦୦୦ ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ୯ଟି ଶତକ ରହିଛି।

ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଖେଳା ଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ରୋହିତ ଓପନିଂ କରିବାକୁ ଆସି ନଥିଲେ। ତାଙ୍କ ବଦଳରେ ଯଶସ୍ୱୀ ଜୈସୱାଲଙ୍କ ସହିତ କେଏଲ ରାହୁଲଙ୍କୁ ପଠାଇଥିଲେ। ସେ ନିଜକୁ ୫ ନମ୍ବରରେ ରଖିଥିଲେ ହେଁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ଏହି ନମ୍ବରରେ ଆସି ଫେଲ ମାରିଥିଲେ। ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ ରୋହିତ।

Rohit Sharma KL Rahul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe