Advertisment

ପ୍ରଥମ ଭାରତୀୟ ଭାବେ ରୋହିତଙ୍କ ନାଁରେ ଯୋଡ଼ି ହେଲା ଏହି ରେକର୍ଡ

ସେ ଗେଲ୍ ଓ ଡି’ ଭିଲିୟର୍ସଙ୍କ ରେକର୍ଡ ମଧ୍ୟ କାଟିବା ଏକ ପ୍ରକାର ନିଶ୍ଚିତ।

author-image
Jitendra Garnayak
Rohit Sharma

Rohit Sharma

ବିଶ୍ୱକପ୍ କ୍ରିକେଟ୍‌ରେ ଭାରତ ତା’ର ବିଜୟ ଅଭିଯାନ ଜାରି ରଖିଛି। ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଦଳ ଲଗାତାର ୫ମ ମ୍ୟାଚ୍ ଜିତିଛି। ସେହିପରି ଏହି ବିଶ୍ୱକପ୍‌ର ପ୍ରତି ମ୍ୟାଚ୍‌ରେ ଭାରତର କୌଣସି ନା କୌଣସି ଖେଳାଳି କିଛି ରେକର୍ଡ କରୁଥିବା ‍ବେଳେ ଗତକାଲି ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇଛି ଏକ ନିଆରା ରେକର୍ଡ।

Advertisment

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆ କ୍ରିକେଟରେ ୫୦ କିମ୍ବା ଅଧିକ ଛକା ମାରିବାରେ ସେ ହୋଇଯାଇଛନ୍ତି ପ୍ରଥମ ଭାରତୀୟ ଖେଳାଳି। ଗତକାଲି ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ୍ ହେନରୀଙ୍କୁ ଦ୍ୱିତୀୟ ଓଭରରେ ଏକ ଛକା ମାରିବା ପରେ ସେ ଏହି ମାଇଲଖୁଣ୍ଟକୁ ନିଜ ନାଁରେ କରି ନେଇଥିଲେ। 

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ୫୦ କିମ୍ବା ତା’ଠାରୁ ଅଧିକ ଛକା ମାରିବାରେ ରୋହିତଙ୍କ ଆଗରେ କେବଳ ଦୁଇ ଜଣ ବ୍ୟାଟର ଅଛନ୍ତି। ସେମାନେ ହେଉଛନ୍ତି ଏବି ଡି’ ଭିଲିୟର୍ସ, କ୍ରିସ୍ ଗେଲ୍‌।

Advertisment

୨୦୧୫ରେ ଏବି ଡି’ ଭିଲିୟର୍ସ ୫୮ଟି ଛକା ମାରିଥିବା ବେଳେ ୨୦୧୯ରେ କ୍ରିସ୍ ଗେଲ ୫୬ଟି ଛକା ମାରିଥିଲେ। ୨୦୨୩ ବା ଚଳିତ କ୍ୟାଲେଣ୍ଡର ବର୍ଷରେ ରୋହିତ ଶର୍ମା ଦିନିକିଆରେ ୫୩ଟି ଛକା ମାରି ସାରିଲେଣି। ଏଣୁ ସେ ଗେଲ୍ ଓ ଡି’ ଭିଲିୟର୍ସଙ୍କ ରେକର୍ଡ ମଧ୍ୟ କାଟିବା ଏକ ପ୍ରକାର ନିଶ୍ଚିତ। 

ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ରୋହିତ ଶର୍ମା ୪୦ଟି ବଲ୍‌ରୁ ୪୬ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୪ଟି ଚୌକା ଓ ୪ଟି ଛକା।

ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୭୩ ରନ୍ କରିଥିଲା। ୨୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪୮ ଓଭରରେ ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଏଥିରେ ସର୍ବାଧିକ ଯୋଗଦାନ ଥିଲା ବିରାଟ କୋହଲିଙ୍କର। ସେ ୯୫ ରନ୍‌ର ଏକ ପ୍ରଶଂସନୀୟ ଇନିଂସ ଖେଳିଥିଲେ। ତେବେ ଶତକ ଠାରୁ ମାତ୍ର ୫ ରନ୍‌ ଦୂରରେ ଥିବା ବେଳେ ଛକା ମାରିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ।

ICC Men’s Cricket World Cup 2023 ICC World Cup 2023