Rohit Sharma & Virat Kohli
ଦୀର୍ଘ ୧୦ ବର୍ଷ ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଆଉ ଏହି ଖୁସିର ମୁହୂର୍ତ୍ତରେ ଭାବୁକ ହୋଇ ପଡିଛନ୍ତି କ୍ୟାପ୍ଟେନ ରୋହିତ ଶର୍ମା। ସେ ଏକ ଚେୟାର ବସି କାନ୍ଦୁଥିବାର ଭିଡିଓ ସାମ୍ନାକୁ ଆସିଛି।
ଏହି ସମୟରେ ବିରାଟ କୋହଲି ତାଙ୍କ ସହ ଥଟ୍ଟା କରୁଥିବା ଦେଖିବାକୁ ମିଳୁଛି, ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ନେଟିଜେନ୍ସ।
ଭିଡିଓ ଅନୁସାରେ, ଡ୍ରେସିଂ ରୁମର ବାହାରେ ରୋହିତ ଶର୍ମା ଏକ ଚେୟାର ଉପରେ ବସିଥିଲେ। ଏହି ସମୟରେ ଭାରତୀୟ ଖେଳାଳିମାନେ ଅନ୍ୟ ପ୍ରତିଯୋଗୀଙ୍କୁ ହ୍ୟାଣ୍ଡ୍ସସେକ୍ କରି ଡ୍ରେସିଂ ରୁମକୁ ଯାଉଥିଲେ। କୋହଲିଙ୍କ ଆଖି ଯେତେବେଳେ ରୋହିତଙ୍କ ଉପରେ ପଡ଼ି ଯାଇଥିଲା ସେ କାନ୍ଦି ପକାଇଥିଲେ। ଫଳରେ କୋହଲି ତାଙ୍କ ସହ କିଛି ଥଟ୍ଟା ମଜା ହରକତ କରି ଡ୍ରେସିଂ ରୁମକୁ ଯାଇଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ରୋହିତଙ୍କ ଆନନ୍ଦାଶ୍ରୁକୁ ବୁଝିପାରି ତାଙ୍କୁ ଥାପୁଡାଇଥିଲେ।
ସେମି ଫାଇଟରେ ଇଂଲଣ୍ଡଠୁ ବଦଲା ନେଇଛି ଭାରତ। ଇଂଲିଶ ବାହିନୀକୁ ୬୮ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ ସଂଗ୍ରହ କରିଥିଲା ଭାରତ। ଜବାବରେ ୧୬ ଓଭରରେ ୧୦୩ ରନ୍ କରି ଅଲ୍ ଆଉଟ ହୋଇଯାଇଥିଲା ଇଂଲିଶ ବାହିନୀ। ଏହି ମ୍ୟାଚରେ ରୋହିତ ଶର୍ମା ସର୍ବାଧିକ ୫୭ ରନ୍ ସଂଗ୍ରହ କରିଥଇଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719549158.jpg)