Advertisment

ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଭାବେ ରୁଟ୍‌ କଲେ ଏହି ରେକର୍ଡ

ଚେନ୍ନାଇ: ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ଇନିଂସ୍‌ ଖେଳିଥିବା ଇଂଲିଶ ଟିମ୍‌ର ଅଧିନାୟକ ଜୋ ରୁଟ୍‌ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୨୧୮ ରନ୍‌ର ଇନିଂସ୍‌ ଖେଳିଥିବା ରୁଟ୍‌ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ନିଜର ୧୦୦ତମ ଟେଷ୍ଟରେ ଡବଲ ଟନ୍‌ ହାସଲ କରିଛନ୍ତି। ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ରୁଟ୍ ସ୍ପିନର ରବି ଅଶ୍ୱିନଙ୍କୁ ଛକା ମାରି ନିଜ ଟେଷ୍ଟର କ୍ୟାରିୟରର ୫ମ ଦୁଇ ଶତକ ହାସଲ […]

ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଭାବେ ରୁଟ୍‌ କଲେ ଏହି ରେକର୍ଡ

c

Advertisment

ଚେନ୍ନାଇ: ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ଇନିଂସ୍‌ ଖେଳିଥିବା ଇଂଲିଶ ଟିମ୍‌ର ଅଧିନାୟକ ଜୋ ରୁଟ୍‌ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୨୧୮ ରନ୍‌ର ଇନିଂସ୍‌ ଖେଳିଥିବା ରୁଟ୍‌ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ନିଜର ୧୦୦ତମ ଟେଷ୍ଟରେ ଡବଲ ଟନ୍‌ ହାସଲ କରିଛନ୍ତି।

Advertisment

ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ରୁଟ୍ ସ୍ପିନର ରବି ଅଶ୍ୱିନଙ୍କୁ ଛକା ମାରି ନିଜ ଟେଷ୍ଟର କ୍ୟାରିୟରର ୫ମ ଦୁଇ ଶତକ ହାସଲ କରିବା କ୍ଷଣି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖି ଦେଇଥିଲେ। ବିଗତ କିଛି ସପ୍ତାହ ହେଲାଣି ରୁଟ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ସେ ଆଜି କ୍ରମାଗତ ତୃତୀୟ ମ୍ୟାଚ୍‌ରେ ୩ୟ ଥର ପାଇଁ ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ ମଧ୍ୟ କରିଛନ୍ତି।

ଟେଷ୍ଟରେ ୫ମ ଥର ପାଇଁ ଦୁଇ ଶତକ ହାସଲ କରିଥିବା ରୁଟ୍‌ ଅଧିନାୟକ ହିସାବରେ ୩ୟ ଥର ପାଇଁ ଏହି ବିରଳ କୀର୍ତ୍ତିମାନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶେଷ ୩ଟି ଟେଷ୍ଟରେ ରୁଟ୍‌ ଦୁଇ ଥର ପାଇଁ ଦୁଇ ଶତକ ହାସଲ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟସମ୍ୟାନ ଡନ୍‌ ବ୍ରାଡମ୍ୟାନ୍‌ଙ୍କ ପରେ ରୁଟ ଦ୍ୱିତୀୟ ଅଧିନାୟକ ଭାବେ କ୍ରମାଗତ ୩ଟି ମ୍ୟାଚ୍‌ରେ ୧୫୦ରୁ ଅଧିକ ରନ୍‌ କରିଛନ୍ତି। ଏହା ସହିତ ସେ ଇଞ୍ଜମାମ ଉଲ୍ ହକ୍‌ଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଇଞ୍ଜିଙ୍କ ନାଁରେ ଥିଲା। ସେ ତାଙ୍କ କ୍ୟାରିୟରର ଶତକୀୟ ଟେଷ୍ଟରେ ୧୮୪ ରନ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe