Advertisment

IPL Auction 2026: ରାଜସ୍ଥାନର ଲିଡ୍‌ ସ୍ପିନର ବନିଲେ ରବି ବିଷ୍ଣୋଇ, ଚେନ୍ନାଇକୁ ଗଲେ ଏହି ଖେଳାଳି

୨ କୋଟି କ୍ଲବରେ ଥିବା ଏହି ସ୍ପିନରଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଆଗ୍ରହ ଦେଖାଇଥିଲା। ତେବେ ତାଙ୍କ ଦାମ ୬ କୋଟିରେ ପହଞ୍ଚିବା ପରେ ରେସରୁ ଓହରି ଯାଇଥିଲା ଚେନ୍ନାଇ।

Ravi

ରବି ବିଷ୍ଣୋଇ

Advertisment

ଆଇପିଲଏ(IPL Auction 2026) ଟିମ ରାଜସ୍ଥାନ ରୟାଲ୍ସର ଲିଡ ସ୍ପିନର ବନିଛନ୍ତି ଭାରତର ରବି ବିଷ୍ଣୋଇ। ମନି ଅକ୍ସନରେ ରାଜସ୍ଥାନ ରୟାଲ୍ସ ଏହି ଲେଗ ସ୍ପିନରଙ୍କୁ ୭.୨୦ କୋଟି ଟଙ୍କାରେ କିଣିଛି। ମନି ଅକ୍ସନ ପୂର୍ବରୁ ରାଜସ୍ଥାନ ତା’ର ପ୍ରମୁଖ ସ୍ପିନ ବୋଲର ମହୀଶ ତୀକଶାନାଙ୍କୁ ରିଲିଜ କରି ଦେଇଥିଲା। ଦଳ ପାଖରେ କୌଣସି ଲିଡ ସ୍ପିନର ନଥିଲେ। ଏବେ ବିଡ ୱାରରେ ବାଜି ମାରି ରାଜସ୍ଥାନ ରବି ବିଷ୍ଣୋଇଙ୍କୁ ନିଜ ସହ ସାମିଲ କରିପାରିଛି। 

Advertisment

୨ କୋଟି କ୍ଲବରେ ଥିବା ଏହି ସ୍ପିନରଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଆଗ୍ରହ ଦେଖାଇଥିଲା। ତେବେ ତାଙ୍କ ଦାମ ୬ କୋଟିରେ ପହଞ୍ଚିବା ପରେ ରେସରୁ ଓହରି ଯାଇଥିଲା ଚେନ୍ନାଇ। ଏହାପରେ ସନ ରାଇଜର୍ସ ହାଇଦ୍ରାବାଦ ରେସରେ ସାମିଲ ହୋଇଥିଲା। ୭ କୋଟି ଯାଏ ବିଡ ଲଗାଇଥିଲା ହାଇଦ୍ରାବାଦ।

କିନ୍ତୁ ରାଜସ୍ଥାନ ୭.୨୦ କୋଟିର ବିଡ ଲଗାଇବାରୁ ହାଇଦ୍ରାବାଦ ମଧ୍ୟ ରବି ବିଷ୍ଣୋଇଙ୍କୁ କିଣିବାକୁ ସକ୍ଷମ ହୋଇ ନଥିଲା। ଶେଷରେ ରାଜସ୍ଥାନ ବିଷ୍ଣୋଇଙ୍କୁ କିଣି ପାରିଛି। ୨୦୨୫ରେ ବିଷ୍ଣୋଇ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିଲେ। ହେଲେ ଏବେ ସେ ରାଜସ୍ଥାନ ପାଇଁ ଖେଳିବେ।

Advertisment

ପୂର୍ବରୁ ଟ୍ରେଡ ଜରିଆରେ ରାଜସ୍ଥାନ ରବୀନ୍ଦ୍ର ଜାଡେଜାଙ୍କୁ ନିଜ ସହ ସାମିଲ କରିଥିଲା। ଏବେ ବିଷ୍ଣୋଇ-ଜାଡେଜା ଯୋଡ଼ିଙ୍କୁ ୨୦୨୬ରେ ଦେଖିବାକୁ ମିଳିବ। 

ବିଷ୍ଣୋଇଙ୍କୁ ନେବା ପାଇଁ ଆଗ୍ରହ ଦେଖାଇ ବିଫଳ ହୋଇଥିବା ଚେନ୍ନାଇ ଶେଷରେ ଇଣ୍ଡିଜ ସ୍ପିନର ଅକିଲ ହୁସେନଙ୍କୁ ନିଜ ସହ ସାମିଲ କରିଛି। ବେସ ପ୍ରାଇସ ୨ କୋଟି ଟଙ୍କାରେ ସେ ଚେନ୍ନାଇକୁ ଯାଇଛନ୍ତି। ତୀକଶାନାଙ୍କୁ କେହି ବି କିଣି ନାହାନ୍ତି। ସ୍ପିନରଙ୍କ ମଧ୍ୟରେ ଥିବା ମୁଜିବୁର ରହମାନ ଓ ରାହୁଲ ଚହରଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି।

ଏମାନଙ୍କୁ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ମେଗା ଅକ୍ସନରେ ରାହୁଲ ଚହରଙ୍କୁ ହାଇଦ୍ରାବାଦ ଓ ମୁଜିବଙ୍କୁ ମୁମ୍ବାଇ କିଣିଥିଲା। କିନ୍ତୁ ମିନି ଅକ୍ସନ ପୂର୍ବରୁ ଉଭୟ ରିଲିଜ ହୋଇଥିଲେ। ଏବେ ସେମାନଙ୍କୁ ମିନି ଅକ୍ସନରେ ମଧ୍ୟ କୌଣସି ଟିମ ମିଳି ନାହାନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କୁ କିଣା ଯିବାର ସମ୍ଭାବନା ରହିଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନକ୍ୟାପଡ ବର୍ଗରେ କୌଣସି ବ୍ୟାଟରଙ୍କୁ କେହି ବି କିଣି ନାହାନ୍ତି। ଏହି ତାଲିକାରେ ଅଥର୍ବ ଟାଇଡେ, ଅନମୋଲ ପ୍ରୀତ ସିଂହ, ଅଭିନବ ତେଜରାନା, ଅଭିନବ ମନୋହର, ୟାଶ ଧୁଲ ଓ ଆର୍ଯ୍ୟ ଦେଶାଇ ଥିଲେ ମଧ୍ୟ କୌଣସି ପ୍ରାଞ୍ଚାଇଜ ଏଯାଏ ଏମାନଙ୍କୁ ନେବାକୁ ଆଗ୍ରହ ଦେଖାଇ ନାହାନ୍ତି। 

IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe