ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍ ଖେଳିବାକୁ ଚାହୁଁ ନଥିଲେ ସର୍ଫରାଜ୍

ନୂଆଦିଲ୍ଲୀ:ନିକଟରେ ସରିଥିବା ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳିବାକୁ ପୂର୍ବତନ ପାକିସ୍ତାନୀ ଅଧିନାୟକ ସର୍ଫରାଜ୍ ଅହମ୍ମଦ ଚାହୁଁ ନଥିଲେ। ପରିସଂଖ୍ୟାନ ଦୃଷ୍ଟିରୁ କେବଳ ଗୋଟିଏ ମ୍ୟାଚର ପ୍ରଦର୍ଶନ ସାରା ସିରିଜର ମୂଲ୍ୟାୟନକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ସେ ପ୍ରଥମେ ଏଥିପାଇଁ ଅରାଜି ଥିଲେ ବୋଲି କୁହାଯାଉଛି। ତେବେ ସେ ମ୍ୟାଚ୍ ଖେଳିବାକୁ କେବେ ବି ମନା କରି ନଥିଲେ ବୋଲି ପାକିସ୍ତାନୀ କ୍ରିକେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି […]

sarfaraj

sarfaraj

Jitendra Garnayak
  • Published: Friday, 11 September 2020
  • Updated: 11 September 2020, 03:03 PM IST

ନୂଆଦିଲ୍ଲୀ:ନିକଟରେ ସରିଥିବା ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳିବାକୁ ପୂର୍ବତନ ପାକିସ୍ତାନୀ ଅଧିନାୟକ ସର୍ଫରାଜ୍ ଅହମ୍ମଦ ଚାହୁଁ ନଥିଲେ। ପରିସଂଖ୍ୟାନ ଦୃଷ୍ଟିରୁ କେବଳ ଗୋଟିଏ ମ୍ୟାଚର ପ୍ରଦର୍ଶନ ସାରା ସିରିଜର ମୂଲ୍ୟାୟନକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ସେ ପ୍ରଥମେ ଏଥିପାଇଁ ଅରାଜି ଥିଲେ ବୋଲି କୁହାଯାଉଛି। ତେବେ ସେ ମ୍ୟାଚ୍ ଖେଳିବାକୁ କେବେ ବି ମନା କରି ନଥିଲେ ବୋଲି ପାକିସ୍ତାନୀ କ୍ରିକେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ସିରିଜରେ ପାକିସ୍ତାନ କ୍ରିକେଟ ଦଳର ପ୍ରଥମ ପସନ୍ଦର ଓ୍ୱିକେଟ କିପର ମହମ୍ମଦ ରିଜଓ୍ୱାନ ପ୍ରଥମ ଦୁଇଟି ଟି-ଟ୍ୱେଣ୍ଟି ସହ ଟେଷ୍ଟ ସିରିଜରେ ମଧ୍ୟ ଉଭୟ ବ୍ୟାଟ ଓ ଓ୍ୱିକେଟ୍ ପଛରେ ଦମଦାର ପ୍ରଦର୍ଶନ କରିଥିଲେ। ଏପରିକି ତାଙ୍କ ପ୍ରଦର୍ଶନକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ତେବେ ଟି-ଟ୍ୱେଣ୍ଟି ସିରିଜରେ ଦଳର ଗଭୀରତା ଓ ସନ୍ତୁଳନର ପରୀକ୍ଷା ନେବା ପାଇଁ ଟିମ୍ ମ୍ୟାନେଜ୍‌ମେଣ୍ଟ  ସର୍ଫରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଚାହିଁଥିଲା। ତେବେ ଇଂଲଣ୍ଡ ଗସ୍ତ ସାରା ବେଞ୍ଚରେ ବସିଥିବା ସର୍ଫରାଜ୍ ଏହି ଗୋଟିଏ ମ୍ୟାଚର ପ୍ରଦର୍ଶନ ସାରା ସିରିଜର ମୂଲ୍ୟାୟନକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରିଥିଲେ। ଏହା ପରେ ଅଧିନାୟକ ବାବର ଆଜମ୍, ବ୍ୟାଟିଂ କୋଚ୍ ୟୁନୁସ୍ ଖାଁ ଓ ମୁଖ୍ୟ କୋଚ୍ ମିସବା ଉଲ୍ ହକ୍ ସର୍ଫରାଜଙ୍କ ସହ ଆଲୋଚନା କରିବା ପରେ ସେ ରାଜି ହୋଇଥିବା ଜଣାପଡ଼ିଛି।

ତେବେ ଏହି ଅନ୍ତିମ ମ୍ୟାଚରେ ସର୍ଫରାଜଙ୍କୁ ବ୍ୟାଟିଂ କରିବାକୁ ପଡ଼ି ନଥିଲା। ଭେଟେରାନ୍ ମହମ୍ମଦ ହଫିଜ୍ ଓ ନବାଗତ ହାଇଦର ଅଲ୍ଲୀଙ୍କ ବିସ୍ଫୋରଣ ବଳରେ ପାକିସ୍ତାନ ଶେଷ ମ୍ୟାଚକୁ ଜିତି ସିରିଜ୍ ଡ୍ର କରିଥିଲା। କିନ୍ତୁ ଓ୍ୱିକେଟ୍ ପଛରେ ସର୍ଫରାଜ୍ ମୋଇନ ଅଲ୍ଲୀଙ୍କ ଏକ ଷ୍ଟମ୍ପିଂ ଛାଡ଼ି ଦେବାରୁ ସେ ତେତିଶ ବଲରୁ ଏକଷଠୀ ରନର ପାଳି ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story