Advertisment

ମୁହଁ ଖୋଲିଲେ ଗାଙ୍ଗୁଲି, କହିଲେ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ କିଛି ଠିକ୍ ଚାଲିନାହିଁ। ବୁଧବାର ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପ୍ରେସ୍ କନଫରେନ୍ସ କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ଭୁଲ୍ ବୋଲି କହିଥିଲେ। ଗୁରୁବାର ଗାଙ୍ଗୁଲି ପ୍ରଥମଥର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କିଛି କମେଣ୍ଟ ଦେବାକୁ ଚାହୁଁନାହାନ୍ତି। ଏହି ମାମଲାକୁ ଏବେ ବିସିସିଆଇ ସମାଧାନ କରିଦେବ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଗାଙ୍ଗୁଲି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମୁହଁ ଖୋଲିଲେ ଗାଙ୍ଗୁଲି, କହିଲେ...

ganguly-and-kohli

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ କିଛି ଠିକ୍ ଚାଲିନାହିଁ। ବୁଧବାର ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପ୍ରେସ୍ କନଫରେନ୍ସ କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ଭୁଲ୍ ବୋଲି କହିଥିଲେ। ଗୁରୁବାର ଗାଙ୍ଗୁଲି ପ୍ରଥମଥର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କିଛି କମେଣ୍ଟ ଦେବାକୁ ଚାହୁଁନାହାନ୍ତି। ଏହି ମାମଲାକୁ ଏବେ ବିସିସିଆଇ ସମାଧାନ କରିଦେବ ବୋଲି ସେ କହିଛନ୍ତି

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଗାଙ୍ଗୁଲି କହିଛନ୍ତି, ମୁଁ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହିଁ। ଆମେ ଏହାକୁ ଆମ ଉପାୟରେ ସମାଧାନ କରିବୁ। ଏସବୁକୁ ବିସିସିଆଇ ଉପରକୁ ଛାଡ଼ି ଦିଆଯାଉ। କୁହାଯାଉଛି ଯେ ବିରାଟ୍ କୋହଲିଙ୍କ ସେହି ମନ୍ତବ୍ୟରେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିସିସିଆଇ ସୂତ୍ର ଅନୁସାରେ କୋହଲିଙ୍କୁ ସେପ୍ଟେମ୍ବରରେ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ କୁହାଯାଇଥିଲା। ମୋଟ ୯ ଜଣ ଲୋକଙ୍କ ସାମ୍ନାରେ ଏହି କଥା କୁହାଯାଇଥିଲା, ଯେଉଁଥିରେ ସୌରଭ ଗାଙ୍ଗୁଲି, ବିସିସିଆଇ ସମ୍ପାଦକ ଜୟ ଶାହ ଓ ସୀମିତ ଓଭର କ୍ୟାପଟେନ୍ ରୋହିତ୍ ଶର୍ମା ଉପସ୍ଥିତ ଥିଲେ। ହେଲେ ବୁଧବାର କୋହଲି ପ୍ରେସ କନଫରେନ୍ସ କରି ଏସବୁ କଥାକୁ ଖାରଜ କରିଥିଲେ।

Advertisment

କୋହଲି କହିଥିଲେ, ଯେତେବେଳେ ମୁଁ ଟି-୨୦ କ୍ୟାପଟେନ୍ ପଦ ଛାଡ଼ିଲି, ସର୍ବପ୍ରଥମେ ବିସିସିଆଇ ପାଖକୁ ଯାଇଥିଲି ଏବଂ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲି। କୋହଲିଙ୍କ କଥାକୁ ବୋର୍ଡ ଭଲଭାବେ ବୁଝିଥିଲା। ମୋର ଏହି ନିଷ୍ପତ୍ତିକୁ କେହିବି ବିରୋଧ କରିନଥିଲେ। କିନ୍ତୁ ମୋତେ ଥରେ ବି ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ କେହି କହିନଥିଲେ ବୋଲି କୋହଲି କହିଥିଲେ।

ଏହା ପୂର୍ବରୁ ଗାଙ୍ଗୁଲି ପିଟିଆଇକୁ ସାକ୍ଷାତକାର ଦେଇ କହିଥିଲେ ଯେ ବୋର୍ଡ କୋହଲିଙ୍କୁ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମାନିନଥିଲେ। ଚୟନକର୍ତ୍ତା ଧଳା ବଲ୍ କ୍ରିକେଟ୍ ପାଇଁ ଦୁଇ ଅଲଗା ଅଲଗା କ୍ୟାପଟେନ୍ ରଖିବାକୁ ଉଚିତ୍ ମଣିନଥିଲା। ତେଣୁ ପରେ ନିଷ୍ପତ୍ତି ନିଆଗଲା ଯେ କୋହଲି ଟେଷ୍ଟ ଟିମର କ୍ୟାପଟେନ୍ ରହିବେ ଏବଂ ରୋହିତ୍ ଶର୍ମା ସୀମିତ ଓଭର ଫର୍ମାଟରେ କ୍ୟାପଟେନ୍ ହେବେ।

Indian Cricket Team Virat Kohli Sourav Ganguly