Advertisment

ସନ୍‌ରାଇଜର୍ସ ହାଇଦ୍ରାବାଦ କରିଥିଲା ୨୭୭ ରନ୍‌, କେତେ ରନ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

ହେନ୍‌ରିଚ୍ କ୍ଲାସେନ ୩୪ଟି ବଲ୍‌ରେ ଅପରାଜିତ ୮୦ ରନ୍ କରିଥିଲେ।

author-image
Jitendra Garnayak
SRH Team

SRH Team

ବୁଧବାର (ଗତକାଲି) ଖେଳା ଯାଇଥିବା IPL 2024ର ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩୧ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ୨୭୭ ରନ୍ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ (MI) ୨୪୬ରେ ଅଟକି ଯାଇଥିଲା।

Advertisment

ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୨୭୭ ରନ୍ କରିଥିଲା। ଏହି ସ୍କୋର ସହିତ ଦଳ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ (ଗୋଟିଏ ମ୍ୟାଚ୍‌ରେ) ହାସଲକାରୀ ଦଳ ବନି ଯାଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ

ଦଳ ପକ୍ଷରୁ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ହେନ୍‌ରିଚ୍ କ୍ଲାସେନ ୩୪ଟି ବଲ୍‌ରେ ଅପରାଜିତ ୮୦ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୭ଟି ଛକା ଓ ୪ଟି ଚୌକା। ସେହିପରି ଟ୍ରାଭିସ ହେଡ୍ ୨୪ଟି ବଲ୍‌ରୁ ୬୨ (୯ ଚୌକା, ୩ ଛକା) ଓ ଅଭିଷେକ ଶର୍ମା ୨୩ଟି ବଲ୍‌ରୁ ୬୩ (୩ଟି ଚୌକା, ୭ଟି ଛକା) କରିଥିଲେ। ଏଡେନ ମାର୍କରମ ୨୮ଟି ବଲ୍‌ରୁ ୪୨ ରନ୍ କରି ପରାଜିତ ରହିଥିଲେ। ଅନ୍ୟପକ୍ଷରେ ଓପନର ମୟଙ୍କ ଅଗ୍ରୱାଲ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ ଓଭରରେ ସବୁଠୁ କମ୍ ୩୬ ରନ୍ ଦେଇଥିବା ବେଳେ କୱେନା ମାଫାକା ୪ ଓଭରରେ ୬୬ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬, ଗେରାଲ୍‌ଡ କୋଏଜି ୪ ଓଭରରେ ୫୭, ପୀୟୂଷ ଚାୱାଲା ୨ ଓଭରରେ ୩୪ ଓ ଶାମ୍‌ସ ମୁଲାନି ୨ ଓଭରରେ ୩୩ ରନ୍ ଦେଇଥିଲେ।

୨୭୮ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ୨୪୬ ରନ୍ କରିଥିଲା। ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୬୪ ରନ୍ (୩୪ ବଲ୍, ୨ ଚୌକା, ୬ ଛକା) କରିଥିଲେ। ରୋହିତ ଶର୍ମା ୧୨ଟି ବଲ୍‌ରୁ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଈଶାନ କିଷନ ୧୩ଟି ବଲ୍‌ରୁ ୨ଟି ଚୌକା ଓ ୪ଟି ଛକା ମାରି ୩୪ ରନ୍ କରିଥିଲେ। ନମନ ଧୀର ୩୦ ରନ୍ କରିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୦ଟି ବଲ୍‌ରୁ ୨୪ ରନ୍ କରିଥିଲେ। ଟିମ୍ ଡାଭିଡ ୨୨ଟି ବଲ୍‌ରୁ ୪୨ ରନ୍ ଓ ରୋମାରିଓ ଶେଫର୍ଡ ୬ଟି ବଲ୍‌ରୁ ୧୫ ରନ୍ କରି ଅପରାଜିତ ରହିଥିଲେ।

ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଜୟଦେବ ଉନାଦକଟ୍ ଓ ପ୍ୟାଟ୍ କମିନ୍‌ସ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଶାହବାଜ ଅହମଦ ଗୋଟିଏ ୱିକେଟ୍ ନେଇଥିଲେ।

Mumbai Indians IPL 2024 SRH