ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ରାହୁଲଙ୍କୁ ପରାମର୍ଶ ଦେଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୨ ପାଇଁ ଭାରତୀୟ ଟିମ୍‌ର ଘୋଷଣା ସରିଛି। ଏଥିରେ କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଭାବେ ସାମିଲ କରାଯାଇଛି। ତେବେ ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ କେ.ଏଲ ରାହୁଲଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଯଦିଓ ସେ ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଅନ୍ୟ ମ୍ୟାଚ୍ ଗୁଡ଼ିକରେ ତାଙ୍କ ଦକ୍ଷତା ଓ ଦର୍ଶକଙ୍କ ଆଶା ମୁତାବକ ଖେଳି ପାରି ନଥିଲେ। ତଥାପି […]

K Srikant

K Srikant

Jitendra Garnayak
  • Published: Tuesday, 13 September 2022
  • Updated: 13 September 2022, 04:54 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୨ ପାଇଁ ଭାରତୀୟ ଟିମ୍‌ର ଘୋଷଣା ସରିଛି। ଏଥିରେ କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଭାବେ ସାମିଲ କରାଯାଇଛି। ତେବେ ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ କେ.ଏଲ ରାହୁଲଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଯଦିଓ ସେ ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଅନ୍ୟ ମ୍ୟାଚ୍ ଗୁଡ଼ିକରେ ତାଙ୍କ ଦକ୍ଷତା ଓ ଦର୍ଶକଙ୍କ ଆଶା ମୁତାବକ ଖେଳି ପାରି ନଥିଲେ। ତଥାପି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ମିଶି ରାହୁଲ ଭାରତକୁ ଏକ ଭଲ ପ୍ରାରମ୍ଭ ଦେବେ ବୋଲି ଆଶା କରାଯାଉଥିବା ବେଳେ ପୂର୍ବତନ ଅଧିନାୟକ କୃଷ୍ଣମଚାରୀ ଶ୍ରୀକାନ୍ତ ତାଙ୍କୁ ଦେଇଛନ୍ତି ପରାମର୍ଶ।

ରାହୁଲଙ୍କୁ ଶ୍ରୀକାନ୍ତ ତାଙ୍କର ସ୍ୱାଭାବିକ ଖେଳ ଖେଳିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀକାନ୍ତ କହିଛନ୍ତି, ତୁମେ ନିଜ ଢଙ୍ଗରେ ଖେଳ। ଅଧିକ ଚିନ୍ତା କର ନାହିଁ।

ଏହା ସହିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମ୍‌ରେ ପେସ୍ ବୋଲର ମହମ୍ମଦ ଶାମିଙ୍କୁ ସାମିଲ କରାଯାଇ ନଥିବାରୁ ଶ୍ରୀକାନ୍ତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଶାମିଙ୍କୁ ଦଳରେ ସାମିଲ କରିବା ଉଚିତ୍ ହୋଇଥା’ନ୍ତା ବୋଲି ସେ ମତ ଦେଇଛନ୍ତି। ହର୍ଷଲ ପଟେଲଙ୍କ ବଦଳରେ ମହମ୍ମଦ ଶାମିଙ୍କୁ ନେଇଥିଲେ ଭଲ ହୋଇଥା’ନ୍ତା ବୋଲି ସେ କହିଛନ୍ତି। କାହିଁକି ଶାମି ଟିମ୍ ପାଇଁ ଫିଟ୍ ହେବେ ନାହିଁ ବୋଲି କୁହାଯାଉଛି ବୁଝାପଡ଼ୁନି ବୋଲି ଶ୍ରୀକାନ୍ତ କହିଛନ୍ତି।

ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୨ ପାଇଁ ଚୟନ କରାଯାଇଥିବା ଦଳରେ ରୋହିତ ଶର୍ମା (ଅଧିନାୟକ), କେ ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ୍‌, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ ରହିଛନ୍ତି।

ଅନ୍ୟପକ୍ଷରେ ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ ଓ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି। ତେବେ ଟି-ଟେଣ୍ଟି ବିଶ୍ୱକପ୍ ପୂର୍ବରୁ ଭାରତରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ହେବାକୁ ଥିବା ଦୁଇଟି ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ମହମ୍ମଦ ଶାମିଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ଭାରତର ଖରାପ ପ୍ରଦର୍ଶନ ପରେ ଦଳରେ ମହମ୍ମଦ ଶାମିଙ୍କୁ ସାମିଲ କରିବାର ଆବଶ୍ୟକତା ଥିଲା ବୋଲି କିଛି ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞ ମତ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos