BCCI
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଟିମ୍କୁ ଡବଲ ଝଟକା ଲାଗିଛି। ଦିନକ ପୂର୍ବରୁ ଦଳର ଦୁଇ ଷ୍ଟାର ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ରୁ ବାଦ ପଡ଼ିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟ କୁମାର ଯାଦବ ଓ ଦ୍ରୁତ ବୋଲର ଦୀପକ ଚହର ଆହତ କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ ନାହିଁ। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
ବିସିସିଆଇ କହିଛି ଯେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ଦୀପକ ଚହର ବୋଲିଂ କରୁଥିଲେ। ଏହି ସମୟରେ ସେ ମାଂସପେଶୀ ଜନିତ ଆହତ ସମସ୍ୟାରେ ପଡ଼ିଥିଲେ। ସେହିପରି ଶେଷ ଟି-୨୦ ମ୍ୟାଚରେ ଫିଲ୍ଡଂ କରିବା ପରେ ସୂର୍ଯ୍ୟ କୁମାର ଯାଦବ ଆହତ ହୋଇଥିଲେ। ଏବେ ଉଭୟ ରିହ୍ୟାବ ପାଇଁ ସିଧା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ। ସେଠାରୁ ସୁସ୍ଥ ହେବା ପରେ ସେମାନେ ପୁଣି ଜାତୀୟ ଦଳକୁ ଫେରିବେ ବୋଲି ବିସିସିଆଇ କହିଛି।
ତେବେ ଏମାନଙ୍କ ବଦଳି ଖେଳାଳି ଭାବେ ବିସିସିଆଇ କାହା ନାଁ ଘୋଷଣା କରିନାହିଁ। ଦୀପକ ଚହର ନଥିବାରୁ ଏବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉପ ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କ ଉପରେ ଦ୍ରୁତ ବୋଲିଂ ବାହିନୀର ସବୁ କିଛି ନିର୍ଭର କରିବ। ତାଙ୍କ ସହ ଭୁବନେଶ୍ୱର କୁମାର ମଧ୍ୟ ରହିଛନ୍ତି।
ବର୍ତ୍ତମାନ ଖେଳାଳିମାନେ ବାୟୋ ବବଲ୍ସରେ ରହିଛନ୍ତି। ଏପରି ସ୍ଥିତିରେ ନୂଆ ଖେଳାଳିଙ୍କ ନାଁ ଘୋଷଣା କରାଯାଇ ପାରିବ ନାହିଁ। ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ବିସିସିଆଇ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରିଥିଲା। ତେଣୁ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିବାର ଆବଶ୍ୟକ ନଥିବା ଜଣେ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ମାର୍ଚ୍ଚ ଶେଷ ଭାଗରୁ ଆଇପିଏଲ ଆରମ୍ଭ ହେବ। ଦୀପକ ଚହର ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିବାରୁ କେବେ ସୁସ୍ଥ ହେବ, ସେକଥା କୁହାଯାଇନି। ଏପରି ସ୍ଥିତିରେ ସେ ଆଇପିଏଲ ପାଇଁ ଉପଲବ୍ଧ ହେବେ କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/BCCI-1.jpg)