Advertisment

ପୁଣି ଆଇପିଏଲରେ ପଶିଲା କରୋନା, ଟି. ନଟରାଜନ ପଜିଟିଭ୍

ନୂଆଦିଲ୍ଲୀ: କ୍ରିକେଟ୍ ପିଛା ଛାଡ଼ୁନି କରୋନା। ଏବେ ପୁଣି ଆଇପିଏଲରେ କରୋନାର ଏଣ୍ଟ୍ରୀ ହୋଇଛି। ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା ଏବଂ ଏହାର ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ନଟରାଜନ ନିଜକୁ ଆଇସୋଲେଟ୍ କରିନେଇଛନ୍ତି। ତେବେ ତାଙ୍କ ଭିତରେ କରୋନାର ସେଭଳି କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ନଟରାଜନଙ୍କ ସହ ସଂସ୍ପର୍ଶରେ ଥିବା ୬ ଜଣଙ୍କୁ ମେଡିକାଲ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପୁଣି ଆଇପିଏଲରେ ପଶିଲା କରୋନା, ଟି. ନଟରାଜନ ପଜିଟିଭ୍

t-natarajan

ନୂଆଦିଲ୍ଲୀ: କ୍ରିକେଟ୍ ପିଛା ଛାଡ଼ୁନି କରୋନା। ଏବେ ପୁଣି ଆଇପିଏଲରେ କରୋନାର ଏଣ୍ଟ୍ରୀ ହୋଇଛି। ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା ଏବଂ ଏହାର ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ନଟରାଜନ ନିଜକୁ ଆଇସୋଲେଟ୍ କରିନେଇଛନ୍ତି। ତେବେ ତାଙ୍କ ଭିତରେ କରୋନାର ସେଭଳି କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି।

Advertisment

ନଟରାଜନଙ୍କ ସହ ସଂସ୍ପର୍ଶରେ ଥିବା ୬ ଜଣଙ୍କୁ ମେଡିକାଲ୍ ଟିମ୍ ଚିହ୍ନଟ କରିଛି। ଏହି ୬ ଜଣ ଯାକ ସଦସ୍ୟଙ୍କୁ ଆଇସୋଲେସନ୍ କରିଦିଆଯାଇଛି। ସେଥିମଧ୍ୟରେ ଅଲରାଉଣ୍ଡର ବିଜୟ ଶଙ୍କର ସାମିଲ୍‌ ଥିବା ବେଳେ ଟିମ୍ ମ୍ୟାନେଜର୍ ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ଭନନ୍, ଲଜିଷ୍ଟିକ୍ସ ମ୍ୟାନେଜର୍ ତୁଷାର ଖେଡକର୍ ଓ ନେଟ୍ ବୋଲର ପେରିୟାସାମୀ ଗଣେଶନ୍ ରହିଛନ୍ତି।

ତେବେ ଟିମର ବାକି ସମସ୍ୟଙ୍କର ଆଜି ସକାଳ ୫ଟାରେ RT-PCR ଟେଷ୍ଟ କରାଯାଇଥିଲା ଏବଂ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ନଟରାଜନଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ଆଜିର ମ୍ୟାଚ୍ ହେବ କି ନାହିଁ ସେ ନେଇ ସନ୍ଦେହ ଦେଖା ଦେଇଥିଲା। କିନ୍ତୁ ଆଇପିଏଲ୍ ଅଫିସିଆଲ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଦୁବାଇରେ ଖେଳାଯିବାକୁଥିବା ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଖେଳାଯିବ।

Advertisment

https://twitter.com/IPL/status/1440613081462177798?s=20

ଚଳିତ ବର୍ଷ ଏପ୍ରିଲରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣରେ କରୋନା ପ୍ରବେଶ କରିଥିଲା। ଯେଉଁ କାରଣରୁ ମେ' ପ୍ରଥମ ସପ୍ତାହରେ ଭାରତରେ ଆଇପିଏଲକୁ ସ୍ଥଗିତ କରିଦିଆଯାଇଥିଲା। ଯାହା ପରେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକୁ ୟୁଏଇରେ କରାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା। ହେଲେ ୟୁଏଇରେ ଆଇପିଏଲ୍ ଆରମ୍ଭ ହେବାର ତିନି ଦିନ ପରେ କରୋନା ମାମଲା ସାମ୍ନାକୁ ଆସିବା ସମସ୍ତଙ୍କୁ ଚିନ୍ତିତ କରିଛି। ବାୟୋ-ବବଲ୍ ଭିତରେ କେମିତି କରୋନା ପଶିଲା, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି।

IPL 2021