ଟି-୨୦ ବିଶ୍ୱକପ୍: ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ପୁଣି କମ୍ପିବ କ୍ରିକେଟ୍ ଷ୍ଟାଡିୟମ। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୁଣିଥରେ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ୍ ପରେ ଆଉ ଏକ କ୍ରିକେଟ୍ ମହାକୁମ୍ଭରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଅକ୍ଟୋବର ମାସରେ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ଗ୍ରୁପ୍‌ର ଘୋଷଣା କରିଛି। ବଡ଼ କଥା ହେଉଛି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି। […]

virat-kohli-and-babar-azam

Ranjit Kumar Jena
  • Published: Friday, 16 July 2021
  • , Updated: 16 July 2021, 05:31 PM IST

ନୂଆଦିଲ୍ଲୀ: ପୁଣି କମ୍ପିବ କ୍ରିକେଟ୍ ଷ୍ଟାଡିୟମ। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୁଣିଥରେ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ୍ ପରେ ଆଉ ଏକ କ୍ରିକେଟ୍ ମହାକୁମ୍ଭରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଅକ୍ଟୋବର ମାସରେ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ଗ୍ରୁପ୍‌ର ଘୋଷଣା କରିଛି। ବଡ଼ କଥା ହେଉଛି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି।

ଉଭୟ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍-ବିରେ ରହିଛନ୍ତି। ଏହି ଗ୍ରୁପରେ ଭାରତ ଓ ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଓ ଅନ୍ୟ ଦୁଇ କ୍ୱାଲିଫାୟର୍ସ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍-୧ରେ ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଦୁଇ କ୍ୱାଲିଫାୟର୍ସ ଟିମ୍ ରହିଛନ୍ତି।

https://twitter.com/T20WorldCup/status/1415978487878455298?s=20

ଶେଷଥର ପାଇଁ ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ। ଏବେ ପୁଣିଥରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିବାରୁ ଫ୍ୟାନଙ୍କ ମଧ୍ୟରେ ଏବେଠାରୁ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି। ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଭାରତ ହାତରେ ରହିବ। କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗକୁ ଭାରତରେ ଟି-୨୦ ବିଶ୍ୱକପ୍ କରାଯାଇପାରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଥିଲା। ଯାହା ପରେ ଆଇସିସି ଟି-୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ଶୁକ୍ରବାର ଆଇସିସି ଟି-୨୦ ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷିତ କରିଛି। ପ୍ରଥମ ରାଉଣ୍ଡରେ ୮ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ରହିଛନ୍ତି। ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍‌ର ଶୀର୍ଷ ଦୁଇ ଟିମ୍ ସୁପର୍-୧୨କୁ କ୍ୱାଲିଫାଏ କରିବେ। ସୁପର୍-୧୨ର ମୁକାବିଲା ଗୁଡ଼ିକ ୟୁଏଇର ଆବୁଧାବି, ଦୁବାଇ ଓ ଶାରଜାରେ ଖେଳାଯିବ। ଏସବୁ ମ୍ୟାଚ୍ ଗୁଡ଼ିକ ଓମାନ୍‌ରେ ଅନୁଷ୍ଠିତ ହେବ। ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଇଥିଲା। ଏହି ବିଶ୍ୱକପ୍ ଆସନ୍ତାବର୍ଷ ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି।

Related story