କୋହଲି କ୍ୟାପଟେନ୍ ପଦରେ ରହିବେ ନା ନାହିଁ, ୪ ମାସରେ ନିଷ୍ପତ୍ତି!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଲଗାତର ତିନିଟି ଆଇସିସି ଟୁର୍ଣ୍ଣାମେଣ୍ଟ ହାରି ସାରିଛନ୍ତି । ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌, ୨୦୧୯ ଦିନିକିଆ ବିଶ୍ୱକପ ସେମିପାଇନାଲ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ବିରାଟ୍ କୋହଲିଙ୍କୁ ବିଫଳତା ମିଳିଛି। ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାଜୟ ପରେ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ପୂର୍ବତନ କ୍ରିକେଟ୍ ସବା କରିମ୍ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ବଡ଼ କଥା କହିଛନ୍ତି […]

virat-kohli1

virat-kohli1

Ranjit Kumar Jena
  • Published: Friday, 02 July 2021
  • Updated: 03 July 2021, 11:56 AM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଲଗାତର ତିନିଟି ଆଇସିସି ଟୁର୍ଣ୍ଣାମେଣ୍ଟ ହାରି ସାରିଛନ୍ତି । ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌, ୨୦୧୯ ଦିନିକିଆ ବିଶ୍ୱକପ ସେମିପାଇନାଲ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ବିରାଟ୍ କୋହଲିଙ୍କୁ ବିଫଳତା ମିଳିଛି। ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାଜୟ ପରେ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ପୂର୍ବତନ କ୍ରିକେଟ୍ ସବା କରିମ୍ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ବଡ଼ କଥା କହିଛନ୍ତି ।

ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ କରିମ୍ କହିଛନ୍ତି, କୋହଲିଙ୍କ ଉପରେ ଲଗାତର ଚାପ ବଢ଼ୁଛି ଏବଂ ତାଙ୍କ କ୍ୟାପଟେନ୍ସି ରହିବା ନା ନାହିଁ, ତାହା ଟି-୨୦ ବିଶ୍ୱକପ୍ ପରେ ଜଣାପଡ଼ିବ । ଯଦି ଭାରତ ଟି-୨୦ ବିଶ୍ୱକପ୍ ଜିତିବ, ତାହେଲେ କୋହଲିଙ୍କୁ କିଛିଟା ଆଶ୍ୱସ୍ତି ମିଳିବ । ନଚେତ୍ ତାଙ୍କ କ୍ୟାପଟେନ୍ସି ଉପରେ ଖଣ୍ଡା ଝୁଲିବ ।

ସବା କରିମ୍ କହିଛନ୍ତି, ଟି-୨୦ ବିଶ୍ୱକପ୍ ବିରାଟ୍ କୋହଲିଙ୍କ କ୍ୟାପଟେନ୍ କ୍ୟାରିୟର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୋହଲିଙ୍କ ଉପରେ ଲଗାତର ଚାପ ବଢ଼ୁଛି, କାରଣ ସେ ଜାଣିଛନ୍ତି ଯେ ନିଜେ ଏଯାଏ ଆଇସିସି ଟ୍ରଫି ଜିତିନାହାନ୍ତି । ଏବେ ସେ ଆଇସିସି ଟି-୨୦ ବିଶ୍ୱକପ୍ ଜିତିବାକୁ ଚାହିଁବେ । ଯଦି ତାଙ୍କ ନେତୃତ୍ୱରେ ଭାରତ ଟ୍ରଫି ଜିତିବାରେ ସଫଳ ରୁହେ, ତାହେଲେ କୋହଲିଙ୍କୁ କ୍ୟାପଟେନ୍ ପଦକ ରହିପାରିବ । କିନ୍ତୁ କୋହଲି ପରିସ୍ଥିତିକୁ ଦେଖି କୌଣସି ନିଷ୍ପତ୍ତି ନେବେ ଯେ ସେ କେତେ ଦିନ ଯାଏ କ୍ୟାପଟେନ୍ ପଦରେ ରହିବେ । କୋହଲି ଶ୍ରେଷ୍ଠ କ୍ୟାପଟେନ୍ ମଧ୍ୟରେ ଆସନ୍ତି, କିନ୍ତୁ ଆଇସିସି ଟ୍ରଫି ନଜିତିବା ତାଙ୍କ ପାଇଁ ବଡ଼ ଅବଶୋଷ ।

ସୂଚନାଯୋଗ୍ୟ, ଅକ୍ଟୋବାରେ ଟି-୨୦ ବିଶ୍ୱକପର ଆୟୋଜନ ଭାରତ ବଦଳରେ ୟୁଏଇ-ଓମାନରେ ହେବ । କରୋନା ମହାମାରୀ ଯୋଗୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତରେ ହେବ ନାହିଁ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ୮ଟି କ୍ୱାଲିଫାଇଙ୍ଗ୍ ଟିମ୍ ଭାଗ ନେବେ । ଏହି ସବୁ ମ୍ୟାଚ୍ ଗୁଡ଼ିକ ଓମାନରେ ଖେଳାଯିବ । ଏହା ପରେ ୪ ଟିମ୍ ସୁପର୍-୧୨ରେ ସ୍ଥାନ ହାସଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos