Advertisment

ଆସିଲା ମୟଙ୍କଙ୍କ ହେଲଥ୍‌ ଅପଡେଟ୍; ଡାକ୍ତର କହିଲେ - ଆଗାମୀ ୪୮ ଘଣ୍ଟା ...

ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
Mayank Agarwal

Mayank Agarwal

Advertisment

ଗତକାଲି ବିମାନ ଯାତ୍ରା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବା ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟ ଅପଡେଟ୍‌ ସାମନାକୁ ଆସଛି। ଗତକାଲି ଅଗରତାଲା ବିମାନ ବନ୍ଦରରେ ପାଣି ପିଇବା ପରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ମୟଙ୍କଙ୍କୁ ଅଗରତାଲାର ଆଇଏଲଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମୟଙ୍କ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଏବେ ସେ ବିପଦମୁକ୍ତ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ସେ ବାଙ୍ଗାଲୁରୁ ଫେରିଯିବେ । ମାତ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଜଣାଯାଇଛି। ଏପରିକି ଗଳାରେ ଯନ୍ତ୍ରଣା ହେତୁ ସେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କଥା କହି ପାରିବେନି ବୋଲି ଡାକ୍ତର କହିଛନ୍ତି।

ଟିମ୍‌ ମ୍ୟାନେଜରଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଆମେ ବାଙ୍ଗାଲୁରୁ ଅଭିମୁଖେ ଫ୍ଲାଇଟ୍‌ରେ ଚଢ଼ିଥିଲୁ। ସେତେବେଳେ ମୟଙ୍କଙ୍କୁ ଶୋଷ ଲାଗିବାରୁ ସେ ନିଜ ସିଟ୍‌ ପାଖରେ ଥିବା ଏକ ବୋତଲରୁ କିଛି ପାଣି ପିଇ ଦେଇଥିଲେ। ତାହାର କିଛି ମିନିଟ୍‌ ପରେ ତାଙ୍କ ଗଳାରେ ଯନ୍ତ୍ରଣା ଆରମ୍ଭ ହେବା ସହ ବାନ୍ତି ଲାଗିଥିଲା। ଉକ୍ତ ସମୟରେ ଫ୍ଲାଇଟ୍‌ରେ କୌଣସି ଡାକ୍ତର ନ ଥିବାରୁ ଏ ନେଇ ତୁରନ୍ତ ଏୟାରପୋର୍ଟ ଅଥରିଟିଙ୍କୁ ସୂଚନା ଦିଆଯାଇଥିଲା।

Advertisment

ଏହାପରେ ଡାକ୍ତର ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ତୁରନ୍ତ ଆଡମିଟ୍‌ କରିବାକୁ କହିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମୟଙ୍କଙ୍କୁ  ଆଇଏଲଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ତାଙ୍କ ଚିକିତ୍ସା କରାଯାଇଥିବା ବେଳେ ଆଜି ସେ ବିପଦମୁକ୍ତ ଅଛନ୍ତି।

ମୟଙ୍କଙ୍କ ଖେଳିବା ପ୍ରଶ୍ନ ଉତ୍ତରରେ ଟିମ୍‌ ମ୍ୟାନେଜର କହିଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ସୁରତରେ ଅନୁଷ୍ଠିତ ମ୍ୟାଚ ଖେଳିବେ ନାହିଁ । କିନ୍ତୁ ସେ ଚେନ୍ନାଇ ମ୍ୟାଚ ଖେଳିବେ ।

କର୍ଣ୍ଣାଟକ ଟିମ୍‌ କ୍ୟାପଟେନ୍‌ ମୟଙ୍କ ରଣଜୀ ମ୍ୟାଚ ଖେଳି ଅଗରତାଲାରୁ ବାଙ୍ଗାଲୁରୁ ଫେରୁଥିଲେ। ଫ୍ଲାଇଟ୍‌ରେ ଥିବା ବୋତଲରୁ ପାଣି ପିଇ ତାଙ୍କର ଏପରି ଅବସ୍ଥା ହୋଇଥିବା ଜଣାଯାଇଛି। ତେବେ ଉକ୍ତ ପାଣି ଯୋଗୁ କାହିଁକି ମୟଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଗଲା ତାହାର ତଦନ୍ତ କରାଯିବ ଓ ପାଣି ନମୁନାର ପରୀକ୍ଷା କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ଏବେ ତଦନ୍ତ ପରିସରଭୁକ୍ତ ହୋଇଛି। ଏନେଇ ଥାନାରେ ଏତଲା ଦିଆଯାଇଛି।

Test Cricket Test Match Mayank Agarwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe