Advertisment

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ସ୍ଥାନ ବଦଳିଲା

ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ତୃତୀୟ ମ୍ୟାଚ୍ ଧର୍ମଶାଳାରେ ହେବାର ଥିଲା। ତେବେ ସଦ୍ୟ ନିଷ୍ପତ୍ତି ଅନୁସାରେ ଏହି ମ୍ୟାଚ୍ ଇନ୍ଦୋରରେ ଖେଳାଯିବ।

author-image
Jitendra Garnayak
Holkar Stadium

Holkar Stadium

ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଏହି ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳାରେ ହେବାର ଥିଲା। ତେବେ ସଦ୍ୟ ନିଷ୍ପତ୍ତି ଅନୁସାରେ ଏହି ମ୍ୟାଚ୍ ମଧ୍ୟ ପ୍ରଦେଶର ଇନ୍ଦୋରରେ ଖେଳାଯିବ। ବିସିସିଆଇ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଖରାପ ଆଉଟ୍‌ଫିଲ୍ଡ୍ ଯୋଗୁ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ମ୍ୟାଚ୍ ଖେଳା ଯାଇପାରିବ ନାହିଁ ବୋଲି ବିସିସିଆଇ କହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ କ୍ୟୁରେଟର ତାପସ ଚାଟ୍ଟାର୍ଜୀ ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମକୁ ପିଚ୍ ଓ ଆଉଟ୍‌ଫିଲ୍ଡର ସ୍ଥିତି ଯାଞ୍ଚ କରିବା ପାଇଁ ଯାଇଥିଲେ। ସେ ତାଙ୍କ ରିପୋର୍ଟ ବିସିସିଆଇକୁ ଦେଇଥିଲେ। କୁହାଯାଉଥିଲା, ତୃତୀୟ ମ୍ୟାଚ୍ ବେଙ୍ଗାଲୁରୁ କିମ୍ବା ବିଶାଖାପଟନମ୍‌କୁ ସ୍ଥାନାନ୍ତର ହେବ। କିନ୍ତୁ ଏହି ମ୍ୟାଚ୍‌କୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ କରିବା ପାଇଁ ବିସିସିଆଇ ଘୋଷଣା କରିଛି।

ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଶେଷ ଥର ପାଇଁ ୨୦୨୨ରେ ଭାରତ-ଶ୍ରୀଲଙ୍କା ଟିଟ୍ୱେଣ୍ଟି ସିରିଜ୍‌ର ମ୍ୟାଚ୍ ଖେଳା ଯାଇଥିଲା। ସେହିପରି ଶେଷ ଥର ପାଇଁ ୨୦୧୭ରେ ଏଠାରେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ମ୍ୟାଚ୍‌ ବି ବର୍ଡର-ଗାଭାସ୍କର ଟ୍ରଫିର, ଯେଉଁଥିରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା।

Advertisment

ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ରେ ୪ଟି ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳା ଯାଇଥିଲା। ଏଥିରେ ଭାରତ ର ଇନିଂସ ବିଜୟ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୧୭ ତାରିଖରୁ ନୂଆଦିଲ୍ଲୀରେ ଖେଳାଯିବ।

Indian Cricket Team Bcci INDvsAUS Border-Gavaskar Trophy