Advertisment

ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲର ୧୫ଶ ସଂସ୍କରଣ ପାଇଁ ଆସନ୍ତା ୧୨ ଓ ୧୩ ତାରିଖରେ ମେଗା ଅକ୍ସନ୍ ଆୟୋଜିତ ହେବ। ଏଥିପାଇଁ ଆଜି ୫୯୦ ଜଣ ଖେଳାଳି ଚୂଡ଼ାନ୍ତ ତାଲିକା ଜାରି ହୋଇଛି। ଅକ୍ସନରେ ଏଥର ଓଡ଼ିଶାର ଦୁଇ ଖେଳାଳିଙ୍କୁ ଏଣ୍ଟ୍ରୀ ମିଳିଛି। ଏହି ଦୁଇ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ। ଏହା ପୂର୍ବରୁ ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) […]

author-image
Ranjit Kumar Jena
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡ଼ିଆ

subhransu--and-abhisek

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲର ୧୫ଶ ସଂସ୍କରଣ ପାଇଁ ଆସନ୍ତା ୧୨ ଓ ୧୩ ତାରିଖରେ ମେଗା ଅକ୍ସନ୍ ଆୟୋଜିତ ହେବ। ଏଥିପାଇଁ ଆଜି ୫୯୦ ଜଣ ଖେଳାଳି ଚୂଡ଼ାନ୍ତ ତାଲିକା ଜାରି ହୋଇଛି। ଅକ୍ସନରେ ଏଥର ଓଡ଼ିଶାର ଦୁଇ ଖେଳାଳିଙ୍କୁ ଏଣ୍ଟ୍ରୀ ମିଳିଛି। ଏହି ଦୁଇ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ।

Advertisment

ଏହା ପୂର୍ବରୁ ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା। କିନ୍ତୁ ସେଥିମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଛି। ଆଇପିଏଲ୍ ନିଲାମରେ ସାମିଲ୍ ହୋଇଥିବା ଅଭିଷେକ ଜଣେ ଡାହାଣ ହାତୀ ବ୍ୟାଟର୍ ଓ ଲେଗ୍ ସ୍ପିନର। ସେହିପରି ଶୁଭ୍ରାଂଶୁ ଡାହାଣହାତୀ ବ୍ୟାଟର। ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଆଉ ଏହି ପ୍ରଦର୍ଶନ ଆଧାରରେ ଦୁହିଁଙ୍କୁ ନିଲାମରେ ସାମିଲ୍ କରାଯାଇଛି।

ଉଭୟ ଶୁଭ୍ରାଂଶୁ ଓ ଅଭିଷେକଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଲେଖାଏ ରହିଛି। ଦୁହିଁଙ୍କୁ ଅନକ୍ୟାପ୍‌ଡ ଖେଳାଳି ଭାବେ ସାମିଲ୍ କରାଯାଇଛି। ଶୁଭ୍ରାଂଶୁଙ୍କ ସିରିଏଲ୍ ନମ୍ବର ୨୧୮ ରହିଥିବା ବେଳେ ସେଟ୍ ନମ୍ବର ୨୪ ରହିଛି। ସେହିପରି ଅଭିଷେକଙ୍କ ସିରିଏଲ୍ ନମ୍ବର ୫୩୧ ରହିଥିବା ବେଳେ ସେଟ୍ ନମ୍ବର ୫୭ ରହିଛି।

Advertisment

ସୂଚନାଯୋଗ୍ୟ, ଆଇପିଏଲ୍ ପାଇଁ ମୋଟ ୧୨୧୭ ଖେଳାଳିଙ୍କ ନାଁ ରେଜିଷ୍ଟର୍ କରାଯାଇଥିଲା। ସେଥିମଧ୍ୟରୁ ୫୯୦ ଶର୍ଟ ଲିଷ୍ଟ ବା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ନିଲାମରେ ୩୭୦ ଜଣ ଭାରତୀୟ ଏବଂ ୨୨୦ ଜଣ ବିଦେଶୀ କ୍ରିକେଟର ସାମିଲ୍ ହେବେ। ସେଥିମଧ୍ୟରୁ ୨୨୮ ଜଣ କ୍ୟାପଡ୍ ଖେଳାଳି ଏବଂ ୩୫୫ ଜଣ ଅନକ୍ୟାପଡ୍ ଖେଳାଳି ରହିଛନ୍ତି। ସାତଜଣ ଖେଳାଳି ଆସୋସିଏଟ୍ ଦେଶର ରହିଛନ୍ତି।

ନିଲାମ ପାଇଁ ୨ କୋଟି ଟଙ୍କା ସର୍ବାଧିକ ରିଜର୍ଭ ଦର ଧାର୍ଯ୍ୟ କରାଯାଇଛି। ମୋଟ ୪୮ ଜଣ ଖେଳାଳି ଏହି ବ୍ରାକେଟରେ ନିଜକୁ ସାମିଲ୍ କରିଛନ୍ତି। ଅନ୍ୟପକ୍ଷରେ ୨୦ ଖେଳାଳି ଖେଳାଳି ୧.୫ କୋଟି ଟଙ୍କାର ବ୍ରାକେଟରେ ରହିଛନ୍ତି। ୩୪ ଜଣ ଖେଳାଳି ୧ କୋଟିର ରିଜର୍ଭ ପ୍ରାଇସରେ ଅଛନ୍ତି।