ଟି-୨୦ରୁ ବାଦ୍ ପଡ଼ିବା ପରେ ଦିନିକିଆରେ ଧମାକା କଲେ ପାଣ୍ଡ୍ୟା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟରେ କମାଲ୍ କରିଛନ୍ତି। କୃନାଲ ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲରେ କମାଲ କରିଛନ୍ତି। ବରୋଦା ପକ୍ଷରୁ ଖେଳୁଥବା କୃନାଲ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ଶତକ ମାରିଛନ୍ତି। ସୋମବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ଏ’ର ଏକ ମ୍ୟାଚରେ ବରୋଦା ୬ ୱିକେଟରେ ତ୍ରିପୁରାକୁ […]

krunal

Ranjit Kumar Jena
  • Published: Monday, 22 February 2021
  • , Updated: 23 February 2021, 02:58 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟରେ କମାଲ୍ କରିଛନ୍ତି। କୃନାଲ ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲରେ କମାଲ କରିଛନ୍ତି। ବରୋଦା ପକ୍ଷରୁ ଖେଳୁଥବା କୃନାଲ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ଶତକ ମାରିଛନ୍ତି।

ସୋମବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ଏ’ର ଏକ ମ୍ୟାଚରେ ବରୋଦା ୬ ୱିକେଟରେ ତ୍ରିପୁରାକୁ ପରାସ୍ତ କରିଛି। ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୨ ରନ୍ କରିଥିଲା। ଦଳ ପକ୍ଷରୁ ଉଦିୟାନ ବୋଷ ୫୬, ବିଶାଲ ଘୋଷ ୫୦, ମଣିଶଙ୍କର ମୁରାସିଂ ୪୨, ବିକ୍ରମକୁମାର ଦାସ ୨୮, ଦିପାୟନ ଦେବବର୍ମା ୨୯ ଓ ରଜତ ଦେ ଅପରାଜିତ ୩୨ ରନ୍ କରିଥିଲେ।

ଜବାବରେ କୃନାଲଙ୍କ ଅପରାଜିତ ଶତକ ବଳରେ ବରୋଦା ୪୯ ଓଭରରେ ୪ ୱିକେଟ୍ ହରାଇ ୩୦୩ ରନ୍ କରି ବିଜୟୀ ହୋଇଛି। କୃନାଲ୍ ମାତ୍ର ୯୭ ବଲରେ ଅପରାଜିତ ୧୨୭ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୨୦ ଚୌକା ଓ ୧ ଛକା ସାମିଲ ଅଛି। ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ସୋଲାଙ୍କି ୯୭ (୧୦୮ ବଲ, ୧୧ ଚୌକା, ୧ଛକା) ଓ କାର୍ତ୍ତିକ କାକାଡ଼େ ଅପରାଜିତ ୨୪ ରନ୍ କରିଥିଲେ।

ଏହି ଶତକୀୟ ଇନିଂସ୍ କୃନାଲଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ଟିମ୍ ଚୟନରେ ସହାୟକ କରିବ। ଟି-୨୦ ସିରିଜ୍ ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଚଳିତ ଖୁବଶୀଘ୍ର ଟିମ୍ ଚୟନ କରାଯିବ।

Related story