Advertisment

ବିଶ୍ୱକପ ୨୦୨୩: ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ରବିବାର ୮୫ ରନ୍ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିରାଟ କୋହଲି ତାଙ୍କ କ୍ୟାରିୟରରେ ଯୋଡ଼ିଛନ୍ତି ଆଉ ଏକ ମାଇଲଖୁଣ୍ଟ।

author-image
Jitendra Garnayak
Virat and Sachin

Virat and Sachin

ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଦମ୍‌ଦାର ଆରମ୍ଭ କରିଛି ଭାରତ। ଗତକାଲିର ଏହି ମ୍ୟାଚ୍‌କୁ ଜିତାଇବାରେ ପ୍ରମୁଖ ବିନ୍ଧାଣି ଥିଲେ ବିରାଟ କୋହଲି ଓ କେ.ଏଲ୍ ରାହୁଲ। ବିରାଟ ୮୫ ରନ୍ କରି ଆଉଟ୍ ହୋଇଥିବା ବେଳେ କେ.ଏଲ୍ ରାହୁଲ ୯୭ ରନ୍ କରି ଅପରାଜିତ ରହିଥିଲେ।

Advertisment

୮୫ ରନ୍ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିରାଟ କୋହଲ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛନ୍ତି। ସେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି।

ଆଇସିସି ଦ୍ୱାରା ଆୟୋଜିତ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡ଼ିକ (ବିଶ୍ୱ କପ୍‌, ଟି୨୦ ବିଶ୍ୱ କପ୍, ଚାମ୍ପିୟନ୍ସ ଟ୍ରଫି)ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଯାଇଛନ୍ତି ବିରାଟ କୋହଲି।

Advertisment

ସେ ୬୪ଟି ଇନିଂସରୁ ୨୭୮୫ ରନ୍ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ସେ ୫୮ଟି ଇନିଂସରୁ ୨୭୧୯ ରନ୍ ସଂଗ୍ରହ କରିଥିଲେ।

ସଚିନ ଦିନିକିଆ କ୍ରିକେଟ ବିଶ୍ୱକପରେ ୪୫ଟି ଇନିଂସରୁ ୨୨୭୮ ରନ୍ ସଂଗ୍ରହ କରିଥିଲେ। ସେହିପରି ଚାମ୍ପିୟନ୍ସ ଟ୍ରଫିରେ ସେ ୧୪ଟି ଇନିଂସରୁ ୪୪୧ ରନ୍ କରିଥିଲେ।

ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା। ସେ ୬୪ଟି ଇନିଂସରୁ ୨୪୨୨ ରନ୍ କରିଥିବା ବେଳେ ଯୁବରାଜ ସିଂହ (୬୨ଟି ଇନିଂସରୁ ୧୭୦୭ ରନ୍‌) ଓ ସୌରଭ ଗାଙ୍ଗୁଲି (୩୨ଟି ଇନିଂସରୁ ୧୬୭୧ ରନ୍‌) କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

Virat Kohli Sachin Tendulkar ICC Men’s Cricket World Cup 2023 ICC World Cup 2023