କ୍ରିସ ଗେଲ୍‌ଙ୍କୁ ପଛରେ ପକାଇଲେ ବିରାଟ କୋହଲି

ସିଡ୍‌ନୀ: ଚଳିତ ଟି-୨୦ ବିଶ୍ୱକପରେ ରନ ମେସିନ ବିରାଟ କୋହଲିଙ୍କ ବ୍ୟାଟ ଜବରଦସ୍ତ ଚାଲିଛି। ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମ୍ୟାଚ୍‌ ଅପରାଜିତ ୮୨ ରନ କରିଥିବା ବିରାଟ ଆଜି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ ୪୨ ବଲରେ ଅପରାଜିତ ୬୨ ରନର ଇନିଂସ ଖେଳି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ବିରାଟ, ଅଧିନାୟକ ରୋହିତ ଶର୍ମା ଓ ବିସ୍ଫୋରକ ସୂର୍ଯ୍ୟ କୁମାର ଯାଦବଙ୍କ […]

Virat

  • Published: Thursday, 27 October 2022
  • , Updated: 27 October 2022, 05:19 PM IST

ସିଡ୍‌ନୀ: ଚଳିତ ଟି-୨୦ ବିଶ୍ୱକପରେ ରନ ମେସିନ ବିରାଟ କୋହଲିଙ୍କ ବ୍ୟାଟ ଜବରଦସ୍ତ ଚାଲିଛି। ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମ୍ୟାଚ୍‌ ଅପରାଜିତ ୮୨ ରନ କରିଥିବା ବିରାଟ ଆଜି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ ୪୨ ବଲରେ ଅପରାଜିତ ୬୨ ରନର ଇନିଂସ ଖେଳି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

ବିରାଟ, ଅଧିନାୟକ ରୋହିତ ଶର୍ମା ଓ ବିସ୍ଫୋରକ ସୂର୍ଯ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଡଚ୍‌ ଟିମ୍‌ ୯ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍‌କୁ ୫୬ ରନରେ ଜିତି ଭାରତ ଏବେ ଗ୍ରୁପ ୨ର ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି।

ଏଯାଏ ଚଳିତ ବିଶ୍ୱକପରେ ଆଉଟ ହୋଇ ନଥିବାର ବିରାଟ ଦୁଇଟି ମ୍ୟାଚ୍‌ରେ ୧୪୪ ରନ କରି ସାରିଲେଣି। ଆଜିର ୬୨ ରନର ଇନିଂସ ପରେ ସେ ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ କ୍ରିକେଟର କ୍ରିସ ଗେଲଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲ କରିବା କ୍ଷେତ୍ରରେ ବିରାଟ ବିସ୍ଫୋରକ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି।

ବିରାଟ ଏଯାଏ ୨୩ଟି ମ୍ୟାଚ୍‌ରେ ୯୮୯ ରନ କରିଛନ୍ତି। ସେ ମାହେଲା ଜୟବର୍ଦ୍ଧେନଙ୍କ ବିରଳ ୧ ହଜାର ରନ କ୍ଲବରେ ସାମିଲ ହେବା ପାଇଁ ମାତ୍ର ୧୧ ରନ ଆବଶ୍ୟକ କରୁଛନ୍ତି। ସମ୍ଭବତଃ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ବିରାଟ ୧ ହଜାର ରନ କ୍ଲବରେ ସାମିଲ ହୋଇଯିବେ।

ବିରାଟ କୋହଲି ଟି-୨୦ ବିଶ୍ୱକପରେ ୮୯.୯୦ ହାରରେ ରନ ସଂଗ୍ରହ କରିଛନ୍ତି। ଏବେ ସେ ଅଷ୍ଟ୍ରେଲିଆରେ ଯେଉଁ ଭଳି ବ୍ୟାଟିଂ କରୁଛନ୍ତି, ଲାଗୁଛି ସେ ଆଗକୁ ଅନେକ ରେକର୍ଡର ଅଧିକାରୀ ହୋଇଯିବେ।

ଜୟବର୍ଦ୍ଧେନ ଟି-୨୦ ବିଶ୍ୱକପରେ ୩୧ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୦୧୬ ରନ କରିଛନ୍ତି। ତାଙ୍କ ପଛକୁ ୨୩ ମ୍ୟାଚ୍‌ରେ ୯୮୯ ରନ ସହ ବିରାଟ, ୩୩ ମ୍ୟାଚ୍‌ରେ ୯୬୫ ରନ ସହ କ୍ରିସ ଗେଲ, ୪ର୍ଥ ସ୍ଥାନରେ ୩୫ ମ୍ୟାଚ୍‌ରେ ୯୦୪ ରନ ସହ ରୋହିତ ଶର୍ମା ଓ ସମାନ ୩୫ ମ୍ୟାଚ୍‌ରେ ୮୯୭ ରନ ସହ ତିଲକରତ୍ନେ ଦିଲସାନ ୫ମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ସୂର୍ଯ୍ୟ କୁମାର ଯାଦବ ଆଚି ୨୫ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିବା ପରେ ଗୋଟିଏ ଛୋଟିଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏଯାଏ ଚଳିତ ବର୍ଷ ଟି-୨୦ରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଛନ୍ତି। ସୂର୍ଯ୍ୟ କୁମାର ୨୫ଟି ମ୍ୟାଚ ଖେଳି ୮୬୭ ରନ କରି ସାରିଲେଣି।

Related story