Advertisment

ବୀରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇଲେ ବିରାଟ କୋହଲି

ଟପ୍‌ ୫ରେ ସ୍ଥାନ ପାଇଲେ ବିରାଟ କୋହଲି।

Virat Kohli

Virat Kohli

Advertisment

ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟ ଜିତି ଯାଇଛି। ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟ ଶେଷ ହୋଇଛି। ୱେଷ୍ଟଇଣ୍ଡିଜ ଇନିଂସ ଓ ୧୪୧ ରନ୍‌ରେ ଏହି ମ୍ୟାଚ୍ ହାରି ଯାଇଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଯଶସ୍ୱୀ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ଯଶସ୍ୱୀ ୧୭୧ ରନ୍ କରିଥିବା ବେଳେ ରୋହିତ ୧୦୩ ରନ୍ କରିଥିଲେ। ବିରାଟ କୋହଲି ଶତକ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ୭୬ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ତେବେ ସେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ିବାରେ ସଫଳ ହୋଇଛନ୍ତି।

Advertisment

ଟେଷ୍ଟରେ ଅଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ ୫ ନମ୍ବରକୁ ଉନ୍ନୀତ ହୋଇଛନ୍ତି ବିରାଟ କୋହଲି। ପୂର୍ବରୁ ଏହି ତାଲିକାର ୫ମ ସ୍ଥାନରେ ବୀରେନ୍ଦ୍ର ସେହୱାଗ ଥିଲେ। ଗତକାଲି ବିରାଟ ତାଙ୍କୁ ଅତିକ୍ରମ କରି ୫ମ ସ୍ଥାନ ଦଖଲ କରିଛନ୍ତି।

ସେହୱାଗ ୧୦୩ଟି ଟେଷ୍ଟ ମ୍ୟାଚ୍‌ରୁ ୧୭୮ଟି ଇନିଂସ ଖେଳି ୮୫୦୩ ରନ୍ କରି ୫ମ ସ୍ଥାନରେ ରହିଥିଲେ। ବିରାଟ କୋହଲି ୧୧୦ଟି ମ୍ୟାଚରୁ ୧୮ଟି ଇନିଂସ ଖେଳି ୮୫୫୫ ରନ୍ କରି ତାଙ୍କୁ ଅତିକ୍ରମ କରିଯାଇଛନ୍ତି।

Advertisment

ଟେଷ୍ଟ ମ୍ୟାଚ୍‌ରେ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ସଚିନ ତେନ୍ଦୁଲକର। ସେ ୨୦୦ଟି ମ୍ୟାଚ୍‌ରୁ ୩୨୯ଟି ଇନିଂସ ଖେଳି ୧୫,୯୨୧ ରନ୍ କରିଛନ୍ତି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ରାହୁଲ ଦ୍ରାବିଡ଼। ସେ ୧୬୩ଟି ମ୍ୟାଚ୍‌ରୁ ୨୮୪ଟି ଇନିଂସ ଖେଳି ୧୩,୨୬୫ ରନ୍ କରିଛନ୍ତି। ୧୨୫ଟି ମ୍ୟାଚ୍‌ରୁ ୨୧୪ଟି ଇନିଂସ ଖେଳି ୧୦,୧୨୨ ରନ୍ ସଂଗ୍ରହ କରିଥିବା ସୁନୀଲ ଗାଭାସ୍କର ତାଲିକାର ତୃତୀୟ ସ୍ଥାନରେ ଥିବା ବେଳେ ଭିଭିଏସ୍ ଲକ୍ଷ୍ମଣ ୮୭୮୧ ରନ୍ କରି ଚତୁର୍ଥ ସ୍ଥାନରେ ଅଛନ୍ତି। ଲକ୍ଷ୍ମଣ ୧୩୪ଟି ମ୍ୟାଚ୍‌ରୁ ୨୨୫ଟି ଇନିଂସ ଖେଳି ୮୭୮୧ ରନ୍ କରିଛନ୍ତି।

Virat Kohli Virender Sehwag INDvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe