Advertisment

୧୪୬ ବର୍ଷରେ ପ୍ରଥମ, ଇତିହାସ ରଚିଲେ ବିରାଟ କୋହଲି

୧୮୭୭ ମସିହାରେ ପ୍ରଥମେ ଅନ୍ତର୍ଜାତୀୟ କ୍ରିକେଟ ଖେଳ ଆରମ୍ଭ ହୋଇଥିବା ବେଳେ ବିରାଟ ରଚିଛନ୍ତି ଇତିହାସ।

Virat Kohli

Virat Kohli

Advertisment

ସେଞ୍ଚୁରିଅନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୩୨ ରନ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି। ମାତ୍ର ତିନି ଦିନରେ ଗୁରୁବାର ଏହି ମ୍ୟାଚ୍ ଶେଷ ହୋଇଯାଇଥିଲା। ତେବେ ଭାରତ ହାରିଥିଲେ ହେଁ ବିରାଟ କୋହଲି ଇତିହାସ ରଚିଛନ୍ତି।

Advertisment

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ୮୨ଟି ବଲ୍‌ରୁ ୭୬ ରନ୍ କରିଥିଲେ। ଫଳରେ ଚଳିତ ବର୍ଷ ତାଙ୍କର ଅନ୍ତର୍ଜାତୀୟ ରନ୍‌ ୨୦୦୦ ଅତିକ୍ରମ କରି ଯାଇଛି। ଏହା ସହିତ ସପ୍ତମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିରାଟ କୋହଲି ୨୦୦୦ ରନ୍ ସଂଗ୍ରହ କରିଛନ୍ତି। ୧୮୭୭ ମସିହାରେ ପ୍ରଥମେ ଅନ୍ତର୍ଜାତୀୟ କ୍ରିକେଟ ଖେଳ ଆରମ୍ଭ ହୋଇଥିବା ବେଳେ ଏଯାବତ୍‌ କୌଣସି ଖେଳାଳି ଏତେ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ ହଜାର ବା ତା’ଠାରୁ ଅଧିକ ରନ୍ କରି ନାହାନ୍ତି।

ବିରାଟ କୋହଲି ୨୦୧୨ ମସିହାରେ ୨୧୮୬ ରନ୍ ସଂଗ୍ରହ କରିଥିବା ବେଳେ ୨୦୧୪ରେ ୨୨୮୬, ୨୦୧୬ରେ ୨୫୯୫, ୨୦୧୭ରେ ୨୮୧୮, ୨୦୧୮ରେ ୨୭୩୫ ଓ ୨୦୧୯ରେ ୨୪୫୫ ରନ୍ କରିଥିଲେ।

Advertisment

ସଚିନ ତେନ୍ଦୁଲକର ୫ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ ବା ତା’ଠାରୁ ଅଧିକ କରିଥିଲେ। ୧୯୯୬ରେ ସେ ୨୨୩୪ ରନ୍ କରିଥିବା ବେଳେ ୧୯୯୭ରେ ୨୦୧୧, ୧୯୯୮ରେ ୨୫୪୧, ୨୦୦୨ରେ ୨୧୩୩ ଓ ୨୦୦୭ରେ ୨୨୦୧ ରନ୍ କରିଥିଲେ।

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe