Advertisment

ଖାତା ଖୋଲି ପାରିଲେନି କୋହଲି, ଭାରତକୁ ପ୍ରାରମ୍ଭିକ ଝଟକା

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବି ଫେଲ୍ ମାରିଛନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି। ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୮ ଓ ୧୮ ରନ୍ କରିଥିବା କୋହଲି ଆଜି ଖାତା ଖୋଲିପାରିନାହାନ୍ତି। କୋହଲିଙ୍କୁ ଅଲଜାରୀ ଜୋସେଫ୍ ପ୍ୟାଭିଲିୟନ ପଠାଇଛନ୍ତି। ସେହିପରି ଦୁଇ ରେଗୁଲାର ଓପ୍ନର ତଥା କ୍ୟାପଟେନ୍ ରୋହିତ୍ ଶର୍ମା (୧୩) ଓ ଶିଖର ଧୱନ୍ (୧୦) ମଧ୍ୟ ବ୍ୟାଟରେ ଚମକ ଦେଖାଇବାରେ ବିଫଳ ହୋଇଛନ୍ତି। ଫଳରେ ଶେଷ […]

ଅଦ୍ୟତନ ହୋଇଛି
ଖାତା ଖୋଲି ପାରିଲେନି କୋହଲି, ଭାରତକୁ ପ୍ରାରମ୍ଭିକ ଝଟକା

kohli

Advertisment

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବି ଫେଲ୍ ମାରିଛନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି। ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୮ ଓ ୧୮ ରନ୍ କରିଥିବା କୋହଲି ଆଜି ଖାତା ଖୋଲିପାରିନାହାନ୍ତି। କୋହଲିଙ୍କୁ ଅଲଜାରୀ ଜୋସେଫ୍ ପ୍ୟାଭିଲିୟନ ପଠାଇଛନ୍ତି। ସେହିପରି ଦୁଇ ରେଗୁଲାର ଓପ୍ନର ତଥା କ୍ୟାପଟେନ୍ ରୋହିତ୍ ଶର୍ମା (୧୩) ଓ ଶିଖର ଧୱନ୍ (୧୦) ମଧ୍ୟ ବ୍ୟାଟରେ ଚମକ ଦେଖାଇବାରେ ବିଫଳ ହୋଇଛନ୍ତି। ଫଳରେ ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩ ୱିକେଟ ହରାଇ ୪୨ ରନ୍ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

Advertisment

ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ୍ ଆଜି ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛନ୍ତି। ଆହତ କାରଣରୁ ଲୋକେ ରାହୁଲ୍ ବାଦ୍ ପଡ଼ିଥିବା ବେଳେ ଦୀପକ ହୁଡା, ଶାର୍ଦ୍ଦୁଲ ଠାକୁର ଓ ୟୁଜବେନ୍ଦ୍ର ଚହଲଙ୍କୁ ବାହାରେ ବସିବାକୁ ପଡ଼ିଛି। ଏମାନଙ୍କ ସ୍ଥାନରେ ଶିଖର ଧୱନ୍, ଶ୍ରେୟସ ଆୟର, ଦୀପକ ଚହର୍ ଓ କୁଲଦୀପ ଯାଦବ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ତା'ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ସହ ଓହ୍ଲାଇଛି। ସ୍ପିନର ଅକିଲ୍ ହୁସେନଙ୍କ ସ୍ଥାନରେ ହେଡେନ୍ ୱାଲ୍ସ ସ୍ଥାନ ପାଇଛନ୍ତି। ଟିମର ନିୟମିତ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଏବେବି ଅନଫିଟ୍ ଅଛନ୍ତି। ତାଙ୍କ ବଦଳରେ ନିକୋଲାସ ପୁରନ୍ ଟିମର ନେତୃତ୍ୱ ନେଉଛନ୍ତି।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜକୁ ହାତେଇ ସାରିଛି। ପ୍ରଥମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିବା ଦ୍ୱିତୀୟ ମୁକାବିଲାକୁ ୪୪ ରନରେ ଜିତି ନେଇଥିଲା। ସିରିଜ୍ ହାରିସାରିଥିବା ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷା ପାଇଁ ଖେଳୁଛି।

Advertisment

ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଶିଖର ଧୱନ୍, ବିରାଟ୍ କୋହଲି, ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ୱେଷ୍ଟଇଣ୍ଡିଜ୍: ଶାଇ ହୋପ୍, ବ୍ରାଣ୍ଡନ୍ କିଙ୍ଗ୍, ଡାରେନ୍ ବ୍ରାଭୋ, ଶାମରା ବ୍ରୁକ୍ସ, ନିକୋଲାସ ପୁରନ୍ (କ୍ୟାପଟେନ୍), ଜେସନ୍ ହୋଲ୍ଡର, ଫାବିଆନ୍ ଆଲେନ୍, ଓଡେନ୍ ସ୍ମିଥ୍, ଅଲଜାରୀ ଜୋସେଫ୍, ହେଡେନ୍ ୱାଲ୍ସ, କେମାର୍ ରୋଚ୍।

IND Vs WI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe