ପାକିସ୍ତାନର ସେମି ରାସ୍ତା କଣ୍ଟକିତ, ଭାରତ ସ୍ଥାନ ପକ୍କା! ଜାଣନ୍ତୁ ପୂରା ସମୀକରଣ

ପର୍ଥ: ୨୦୨୧ ଟି-୨୦ ବିଶ୍ୱକପରେ ସେମିଫାଇନାଲ ଯାଏ ଯାଇଥିବା ପାକିସ୍ତାନ ୨୦୨୨ରେ ସଂଘର୍ଷ ଆରମ୍ଭ କରିଛି। ଭାରତ ଠାରୁ ୪ ୱିକେଟରେ ହାରିଥିବା ପାକିସ୍ତାନ ଗୁରୁବାର ଜିମ୍ବାୱେ ଠାରୁ ୧ ରନରେ ପରାସ୍ତ ହୋଇଛି। ଚଳିତ ବିଶ୍ୱକପରେ ଏହା ପାକିସ୍ତାନର କ୍ରମାଗତ ଦ୍ୱିତୀୟ ପରାଜୟ। ୨୦୨୧ରେ ଭାରତ ମଧ୍ୟ କ୍ରମାଗତ ୨ଟି ମ୍ୟାଚ୍‌ ହାରିବା ପରେ ୩ଟିରେ ଜିତିଥିଲା। ହେଲେ ଦଳ ସେମି ଫାଇନାଲରେ ପ୍ରବେଶ କରି ପାରି ନଥିଲା। ତେଣୁ ପାକିସ୍ତାନ ମଧ୍ୟ ଏଥର ସମାନ […]

pakisatn

  • Published: Friday, 28 October 2022
  • , Updated: 28 October 2022, 07:14 AM IST

ପର୍ଥ: ୨୦୨୧ ଟି-୨୦ ବିଶ୍ୱକପରେ ସେମିଫାଇନାଲ ଯାଏ ଯାଇଥିବା ପାକିସ୍ତାନ ୨୦୨୨ରେ ସଂଘର୍ଷ ଆରମ୍ଭ କରିଛି। ଭାରତ ଠାରୁ ୪ ୱିକେଟରେ ହାରିଥିବା ପାକିସ୍ତାନ ଗୁରୁବାର ଜିମ୍ବାୱେ ଠାରୁ ୧ ରନରେ ପରାସ୍ତ ହୋଇଛି। ଚଳିତ ବିଶ୍ୱକପରେ ଏହା ପାକିସ୍ତାନର କ୍ରମାଗତ ଦ୍ୱିତୀୟ ପରାଜୟ।

୨୦୨୧ରେ ଭାରତ ମଧ୍ୟ କ୍ରମାଗତ ୨ଟି ମ୍ୟାଚ୍‌ ହାରିବା ପରେ ୩ଟିରେ ଜିତିଥିଲା। ହେଲେ ଦଳ ସେମି ଫାଇନାଲରେ ପ୍ରବେଶ କରି ପାରି ନଥିଲା। ତେଣୁ ପାକିସ୍ତାନ ମଧ୍ୟ ଏଥର ସମାନ ସ୍ଥିତିରେ ରହିଛି।

ଜିମ୍ବାୱେ ଠାରୁ ୧ ରନରେ ହାରିବା ପରେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନର ରାସ୍ତା ଅଧିକ କଠିନ ହୋଇଯାଇଛି। ସୁପର ୧୨ରେ ପାକିସ୍ତାନ ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟି ଯାକ ହାରିଛି। ଏବେ ଦଳ ପାଖରେ ଆଉ ୩ଟି ମ୍ୟାଚ୍‌ ରହିଛି।

ନେଦରଲ୍ୟାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ପାକିସ୍ତାନ ଭେଟିବ। ଯଦି ଏହି ତିନୋଟି ଯାକ ମ୍ୟାଚରେ ବି ପାକିସ୍ତାନ ଜିତିବ, ତା’ହେଲେ ପାକିସ୍ତାନର ପଏଣ୍ଟ ସଂଖ୍ୟା ୬ରେ ପହଞ୍ଚିବ। ସେମିରେ ପହଞ୍ଚିବା ପାଇଁ ଏତିକି ପଏଣ୍ଟ ଯଥେଷ୍ଟ ହେବନାହିଁ। ପାକିସ୍ତାନକୁ ଏପରି ସ୍ଥିତିରେ ଅନ୍ୟ ଦଳଗୁଡ଼ିକର ମ୍ୟାଚ ଉପରେ ନିର୍ଭର କରିବାକୁ ପଡ଼ିବ। ଏଥିସହ ରନ ରେଟ୍‌କୁ ମଧ୍ୟ ସଜାଡ଼ିବାକୁ ପଡ଼ିବ।

ପାକିସ୍ତାନ ଗ୍ରୁପରେ ଥିବା ଭାରତ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ହାସଲ କରି ସାରିଛି। ଦଳ ଏବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଜିମ୍ବାୱେକୁ ଭେଟିବ। ସେହିପରି ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦୁଇଟି ମ୍ୟାଚ୍‌ରେ ୩ ପଏଣ୍ଟ ଲେଖାଏ ପାଇଛନ୍ତି। ବାଂଲାଦେଣ ୨ଟି ମ୍ୟାଚ୍‌ରୁ ୨ ପଏଣ୍ଟ ପାଇଛି।

ପାକିସ୍ତାନ ସେମିକୁ ଯିବାକୁ ହେଲେ, ପ୍ରଥମେ ନିଜର ୩ଟି ଯାକ ମ୍ୟାଚ୍‌କୁ ଭଲ ବ୍ୟବଧାନରେ ଜିତିବାକୁ ପଡ଼ିବ। ସେହିପରି ଦକ୍ଷିଣ ଆଫ୍ରିକା ଅତିକମରେ ୨ଟି ମ୍ୟାଚ୍‌ ହାରୁ ବୋଲି ପାକିସ୍ତାନ ଚାହିଁବ। ଯଦି ଏପରି ହେବ, ତା’ହେଲେ ପାକିସ୍ତାନ ସେମିରେ ପହଞ୍ଚିବାକୁ ସକ୍ଷମ ହୋଇପାରିବ।

ବାଂଲାଦେଶ ୨ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି। ପାକିସ୍ତାନ ଚାହିଁବ ଯେ ବାଂଲାଦେଶ ଅତି ବେଶୀରେ ଆଉ ଗୋଟିଏ ମ୍ୟାଚ୍‌ ଜିତୁ। ଯଦି ବାଂଲାଦେଶ ୨ଟି ମ୍ୟାଚ୍‌ ଜିତି ନେବ, ତା’ହେଲେ ସେମି ଫାଇନାଲ ପାଇଁ ରନରେଟ୍‌ର ଗୁରୁତ୍ୱ ବଢ଼ିଯିବ।

ଜିମ୍ବାୱେକୁ ମଧ୍ୟ ୩ଟି ମ୍ୟାଚ ଖେଳିବାର ଅଛି। ଜିମ୍ବାୱେ ଏହି ୩ଟି ମ୍ୟାଚ୍‌ରୁ ଅତି ବେଶୀରେ ଗୋଟିଏ ମ୍ୟାଚ୍‌ ଜିତୁ ବୋଲି ପାକିସ୍ତାନ ଚାହିଁବ। ସେହିପରି ପାକିସ୍ତାନର କୌଣସି ମ୍ୟାଚ୍‌ ଯଦି ବର୍ଷା ଯୋଗୁ ଧୋଇଗଲା, ତା’ହେଲେ ବାବର ଆଜମଙ୍କ ଟିମ୍‌ର ସେମି ପ୍ରବେଶ ସ୍ୱପ୍ନ ଅଧା ରହିଯିବ।

ସେମିରେ ଭାରତର ସ୍ଥାନ ପକ୍କା!

ଟିମ ଇଣ୍ଡିଆ ଦୁଇଟି ମ୍ୟାଚ୍‌ରୁ ୨ଟିରେ ଜିତି ଗ୍ରୁପ ବି’ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏବେ ଦଳ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଜିମ୍ବାୱେକୁ ଭେଟିବ। ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ବାଦ ଦେଲେ ଭାରତୀୟ ଟିମ୍‌କୁ ବାଂଲାଦେଶ ଓ ଜିମ୍ବାୱେକୁ ହରାଇବା ସେତେଟା କଷ୍ଟ ହେବନି।

୩ଟି ମ୍ୟାଚ୍‌ରୁ ଭାରତ ଦୁଇଟିରେ ବି ଜିତିଲେ, ସେମିରେ ପ୍ରବେଶ କରିଯିବ। ବର୍ତ୍ତମାନ ଟିମ ଇଣ୍ଡିଆ ଯେଉଁ ଫର୍ମରେ ଅଛି, ତା’କୁ ଦେଖିଲେ ଲାଗୁଛି ଯେ ରୋହିତ ସେନା ବେଶ ସହଜରେ ବାଂଲାଦେଶ ଓ ଜିମ୍ବାୱେକୁ ହରାଇଦେବ। ତେଣୁ ଦଳ ସେମିରେ ପ୍ରବେଶ କରିବା ଏକ ପ୍ରକାରର ନିଶ୍ଚିତ।

Related story