ହୋଲଡିଂଙ୍କ ଶ୍ରେଷ୍ଠ ପେସରଙ୍କ ତାଲିକାରେ ଷ୍ଟେନ୍

ଲଣ୍ଡନ: ୱେଷ୍ଟଇଣ୍ଡିଜର ମହାନ ପେସ୍ ବୋଲର ମାଇକେଲ୍ ହୋଲଡିଂ ନିଜ ପସନ୍ଦର ୪ଜଣ ଶ୍ରେଷ୍ଠ ପେସ୍ ବୋଲରଙ୍କୁ ଚୟନ କରିଛନ୍ତି। ଏହି ୪ଜଣ ପେସରଙ୍କ ମଧ୍ୟରେ ସେ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନଙ୍କ ସ୍ଥାନ ଦେଇଛନ୍ତି। ଏହାବ୍ୟତୀତ ହୋଲଡିଂ ଏହି ତାଲିକାରେ ନିଜ ସାଥୀ ଖେଳାଳି ମାଲକମ୍ ମାର୍ଶାଲ୍ ଏବଂ ଆଣ୍ଡି ରବର୍ଟ୍ସଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଡେନିସ୍ ଲିଲିଙ୍କୁ ସାମିଲ୍ କରିଛନ୍ତି। ୬୬ ବର୍ଷୀୟ ଏହି ପୂର୍ବତନ କ୍ରିକେଟର୍ କହିଛନ୍ତି, ଗତବର୍ଷ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା […]

steyn

Ranjit Kumar Jena
  • Published: Wednesday, 15 April 2020
  • , Updated: 15 April 2020, 09:16 PM IST

ଲଣ୍ଡନ: ୱେଷ୍ଟଇଣ୍ଡିଜର ମହାନ ପେସ୍ ବୋଲର ମାଇକେଲ୍ ହୋଲଡିଂ ନିଜ ପସନ୍ଦର ୪ଜଣ ଶ୍ରେଷ୍ଠ ପେସ୍ ବୋଲରଙ୍କୁ ଚୟନ କରିଛନ୍ତି। ଏହି ୪ଜଣ ପେସରଙ୍କ ମଧ୍ୟରେ ସେ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନଙ୍କ ସ୍ଥାନ ଦେଇଛନ୍ତି। ଏହାବ୍ୟତୀତ ହୋଲଡିଂ ଏହି ତାଲିକାରେ ନିଜ ସାଥୀ ଖେଳାଳି ମାଲକମ୍ ମାର୍ଶାଲ୍ ଏବଂ ଆଣ୍ଡି ରବର୍ଟ୍ସଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଡେନିସ୍ ଲିଲିଙ୍କୁ ସାମିଲ୍ କରିଛନ୍ତି।

୬୬ ବର୍ଷୀୟ ଏହି ପୂର୍ବତନ କ୍ରିକେଟର୍ କହିଛନ୍ତି, ଗତବର୍ଷ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଷ୍ଟେନଙ୍କ ବୋଲିଂ ଦେଖିବା ପାଇଁ ମୁଁ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲି। ମୋ ପାଖରେ ସେହି ତିନି (ମାର୍ଶାଲ୍‌, ରବର୍ଟ୍ସ ଓ ଲିଲି) ଜଣଙ୍କ ସହ ଖେଳିବାର ଅଭିଜ୍ଞତା ରହିଛି, ହେଲେ ଷ୍ଟେନଙ୍କୁ ମୁଁ ଖେଳୁଥିବାର ଦେଖିଛି ଏବଂ ତାଙ୍କୁ ମୁଁ ନିଜ ତାଲିକାରୁ ବାହାର କରିପାରିବି ନାହିଁ। ସେ ଗୋଟିଏ ଯୁଗର ମହାନ ପେସ୍ ବୋଲର। ଷ୍ଟେନ୍ ଏଭଳି ଜଣେ ବୋଲର, ଯାହାଙ୍କ ପ୍ରଦର୍ଶନ ଦେଖିବା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ଷ୍ଟେନ୍ ନିଜର ଟେଷ୍ଟ କ୍ୟାରିୟରରେ ୨୨.୯୫ ହାରରେ ୪୩୯ ୱିକେଟ୍ ନେଇଛନ୍ତି।

ସେହିପରି ହୋଲଡିଂ ଲିଲିଙ୍କୁ ପୂର୍ଣ୍ଣ ବୋଲର ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ଲିଲିଙ୍କ ପାଖରେ ଲୟ, ଆକ୍ରମଣ ଏବଂ ନିୟନ୍ତ୍ରଣ ରହିଥିଲା। ଆରମ୍ଭରୁ ସେ ବହୁତ ଫାଷ୍ଟ୍ ଥିଲେ, କିନ୍ତୁ ପିଠିଜନିତ ସମସ୍ୟା ଯୋଗୁ ତାଙ୍କୁ ନିଜର ଆକ୍ସନ ସମ୍ପୂର୍ଣ୍ଣ ବଦଳାଇବାକୁ ପଡ଼ିଥିଲା। ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପାଇଁ ସେ ଭିନ୍ନ ଅବଲମ୍ବନ କରୁଥିଲେ। ସେହିପରି ମାଲକନ୍ ଓ ରବର୍ଟ୍ସ ମଧ୍ୟ ମୋ ସମୟର ଅନ୍ୟତମ ଶ୍ରେଷ୍ଠ ବୋଲର ଥିଲେ।

Related story