ବରୋଦା ରଣଜୀ ଟିମର କୋଚ୍ ହେବେ ହ୍ୱାଟମୋର୍‌!

ଭଦୋଦରା: ବିଶ୍ୱକପ୍ ବିଜେତା କୋଚ୍ ଡେଭ୍ ହ୍ୱାଟମୋର୍ ରଣଜୀ ଟିମ୍ ବରୋଦାର ମୁଖ୍ୟ କୋଚ୍ ହେବେ ବୋଲି ବରୋଦା କ୍ରିକେଟ୍ ଆସୋସିଏସନ୍ (ବିସିଏ) ପକ୍ଷରୁ କୁହାଯାଇଛି। ବୁଧବାର ବିସିଏ ପକ୍ଷରୁ କୁହାଯାଇଛି ଯେ ୧୯୯୬ରେ ଶ୍ରୀଲଙ୍କାକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ହ୍ୱାଟମୋରଙ୍କ ସହ ଏ ନେଇ ବର୍ତ୍ତମାନ କଥାବାର୍ତ୍ତା ଚାଲିଛି। ବିସିଏର ଆପେକ୍ସ କାଉନସିଲ୍ ସଦସ୍ୟ ବୋର୍ଡର ଅଧିକାରୀଙ୍କୁ ହ୍ୱାଟମୋରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହ୍ୱାଟମୋର୍ ମୁଖ୍ୟ କୋଚ୍ ଓ […]

dav

Ranjit Kumar Jena
  • Published: Wednesday, 15 April 2020
  • , Updated: 15 April 2020, 09:19 PM IST

ଭଦୋଦରା: ବିଶ୍ୱକପ୍ ବିଜେତା କୋଚ୍ ଡେଭ୍ ହ୍ୱାଟମୋର୍ ରଣଜୀ ଟିମ୍ ବରୋଦାର ମୁଖ୍ୟ କୋଚ୍ ହେବେ ବୋଲି ବରୋଦା କ୍ରିକେଟ୍ ଆସୋସିଏସନ୍ (ବିସିଏ) ପକ୍ଷରୁ କୁହାଯାଇଛି। ବୁଧବାର ବିସିଏ ପକ୍ଷରୁ କୁହାଯାଇଛି ଯେ ୧୯୯୬ରେ ଶ୍ରୀଲଙ୍କାକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ହ୍ୱାଟମୋରଙ୍କ ସହ ଏ ନେଇ ବର୍ତ୍ତମାନ କଥାବାର୍ତ୍ତା ଚାଲିଛି।

ବିସିଏର ଆପେକ୍ସ କାଉନସିଲ୍ ସଦସ୍ୟ ବୋର୍ଡର ଅଧିକାରୀଙ୍କୁ ହ୍ୱାଟମୋରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହ୍ୱାଟମୋର୍ ମୁଖ୍ୟ କୋଚ୍ ଓ ମେଣ୍ଟର ପଦ ଦୌଡ଼ରେ ରହିଛନ୍ତି। ବିସିଏ ପକ୍ଷରୁ ଆହୁରି କୁହାଯାଇଛି, କ୍ରିକେଟ୍ ଗତିବିଧି ପୁଣିଥରେ ଆରମ୍ଭ ହେବା ପରେ ହ୍ୱାଟମୋରଙ୍କ ନିଯୁକ୍ତ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ହ୍ୱାଟମୋରଙ୍କ କୋଚିଂ କାର୍ଯ୍ୟାଳୟରେ ଶ୍ରୀଲଙ୍କା ୧୯୯୬ରେ ବିଶ୍ୱକପ୍ ଜିତିଥିଲା। ଏହା ପରେ ସେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ବାଂଲାଦେଶ ଜାତୀୟ ଟିମର କୋଚ୍ ଭାବେ ରହିଥିଲେ। ଏହାଛଡ଼ା ସେ ୨୦୧୦ ଓ ୨୦୧୧ରେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ କୋଲକାତା ନାଇଟ୍ ରାଇଡର୍ସ ଟିମର ମଧ୍ୟ କୋଚ୍ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।

Related story