ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ରାମାୟଣ ଦେଖିବାକୁ ପରାମର୍ଶ ଦେଲେ ପ୍ରଶଂସକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ୍ ଯୋଗୁ କ୍ରୀଡ଼ାଜଗତ ଠପ୍ ପଡ଼ିଯାଇଛି। ଏହି ଭାଇରସ୍ ଏତେମାତ୍ରାରେ ବଢ଼ିଯାଇଛି ଯେ କ୍ରିକେଟ୍ ଜଗତର ଷ୍ଟାର୍ ଖେଳାଳିମାନେ ଏବେ ନିଜ ନିଜର ଘରେ ରହିଛନ୍ତି। ଏଭଳି ଏକ କଠିନ ସମୟରେ ସବୁ କ୍ରିକେଟର୍ ନିଜ ନିଜର ପରିବାରକୁ ସମୟ ଦେଉଛନ୍ତି। ଠିକ୍ ସେହିଭଳି ସ୍ଥିତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ମଧ୍ୟ ରହିଛି। ଏହି ସମୟରେ ୱାର୍ଣ୍ଣର ନିଜ ପ୍ରଶଂସକଙ୍କଠାରୁ ସହାୟତା ଲୋଡ଼ିଛନ୍ତି। Running out of ideas […]

warner1

Ranjit Kumar Jena
  • Published: Monday, 30 March 2020
  • , Updated: 30 March 2020, 08:57 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ୍ ଯୋଗୁ କ୍ରୀଡ଼ାଜଗତ ଠପ୍ ପଡ଼ିଯାଇଛି। ଏହି ଭାଇରସ୍ ଏତେମାତ୍ରାରେ ବଢ଼ିଯାଇଛି ଯେ କ୍ରିକେଟ୍ ଜଗତର ଷ୍ଟାର୍ ଖେଳାଳିମାନେ ଏବେ ନିଜ ନିଜର ଘରେ ରହିଛନ୍ତି। ଏଭଳି ଏକ କଠିନ ସମୟରେ ସବୁ କ୍ରିକେଟର୍ ନିଜ ନିଜର ପରିବାରକୁ ସମୟ ଦେଉଛନ୍ତି। ଠିକ୍ ସେହିଭଳି ସ୍ଥିତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ମଧ୍ୟ ରହିଛି। ଏହି ସମୟରେ ୱାର୍ଣ୍ଣର ନିଜ ପ୍ରଶଂସକଙ୍କଠାରୁ ସହାୟତା ଲୋଡ଼ିଛନ୍ତି।


ୱାର୍ଣ୍ଣର ସୋଶାଲ ମିଡିଆରେ ନିଜ ପ୍ରଶଂସକଙ୍କୁ ପଚାରିଛନ୍ତି ଯେ ଏଭଳି ବୋରିଂ ସମୟରେ କ'ଣ କରାଯାଇପାରିବ? ୱାର୍ଣ୍ଣର ଟ୍ୱିଟ୍ କରିଛନ୍ତି, ଘରେ କ'ଣ କରାଯିବ, ମୋ ପାଖରେ ଏବେ ସବୁ ଆଇଡିଆ ଶେଷ ହେବାରେ ଲାଗିଛି। ୱାର୍ଣ୍ଣରଙ୍କ ଏହି ପ୍ରଶ୍ନରେ ଭାରତୀୟ ପ୍ରଶଂସକ ମଜାକିଆ ଜବାବ ଦେଇଛନ୍ତି। କିଛି ପ୍ରଶଂସକ ୱାର୍ଣ୍ଣରଙ୍କୁ ରାମାୟଣ ଓ ମହାଭାରତ ଦେଖିବାକୁ ପରାମର୍ଶ ଦେଇଛନ୍ତି। କିଛି ପ୍ରଶଂସକ ମଧ୍ୟ ୱାର୍ଣ୍ଣରଙ୍କୁ ତେୁଲୁଗୁ ଭାଷା ଶିଖିବାକୁ ମଧ୍ୟ କହିଛନ୍ତି।


ତେବେ ଟ୍ୱିଟରରେ ୱାର୍ଣ୍ଣରଙ୍କ ଏହି ପ୍ରଶ୍ନର ଆହୁରି କୌତୁକିଆ ଜବାବ ଆସିଛି। ସୂଚନାଯୋଗ୍ୟ, ଆଇପିଏଲର ୧୩ଶ ସିଜନରେ ୱାର୍ଣ୍ଣରଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱଭାର ମିଳିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ କରୋନାଭାଇରସ୍ ଯୋଗୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୨୦୧୮ରେ ବଲ୍ ଟ୍ୟାମ୍ପରିଂ ମାମଲାରେ ୱାର୍ଣ୍ଣରଙ୍କ ଉପରେ ବର୍ଷକ ପାଇଁ ବାସନ୍ଦ ଲାଗିଥିଲା। ଏହି କାରଣରୁ ଗତ ସିଜନରେ ତାଙ୍କ ସ୍ଥାନରେ କେନ୍ ୱିଲିୟମସନ୍ ଏବଂ ଭୁବନେଶ୍ୱର କୁମାର ହାଇଦ୍ରାବାଦ ଦଳର କ୍ୟାପଟେନ୍ ହୋଇଥିଲେ।

Related story