ନିଜେ ଲଣ୍ଡା ହେଲେ, ଆଉ କୋହଲିଙ୍କୁ ବି ଚ୍ୟାଲେଞ୍ଜ ଦେଲେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୱାର୍ଣ୍ଣର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ଶେଆର୍ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି ଭିଡିଓରେ ୱାର୍ଣ୍ଣରଙ୍କୁ ଲଣ୍ଡା ହେଉଥିବାର ଦେଖିବାକୁ ମିଳିଛି। ତେବେ ୱାର୍ଣ୍ଣର ଲଣ୍ଡା କାହିଁକି ହେଲେ ଏବଂ ଏହା ପଛର କାରଣ କ’ଣ, ତାହା ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଏହା ପଛର କାରଣ ଜାଣିଲେ, ସମସ୍ତେ ୱାର୍ଣ୍ଣରଙ୍କୁ ନିଶ୍ଚୟ ପ୍ରଶଂସା କରିବେ। ବର୍ତ୍ତମାନ […]

warner

Ranjit Kumar Jena
  • Published: Tuesday, 31 March 2020
  • , Updated: 31 March 2020, 04:45 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୱାର୍ଣ୍ଣର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ଶେଆର୍ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି ଭିଡିଓରେ ୱାର୍ଣ୍ଣରଙ୍କୁ ଲଣ୍ଡା ହେଉଥିବାର ଦେଖିବାକୁ ମିଳିଛି। ତେବେ ୱାର୍ଣ୍ଣର ଲଣ୍ଡା କାହିଁକି ହେଲେ ଏବଂ ଏହା ପଛର କାରଣ କ'ଣ, ତାହା ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ତେବେ ଏହା ପଛର କାରଣ ଜାଣିଲେ, ସମସ୍ତେ ୱାର୍ଣ୍ଣରଙ୍କୁ ନିଶ୍ଚୟ ପ୍ରଶଂସା କରିବେ। ବର୍ତ୍ତମାନ କରୋନା ମହାମାରୀର ପ୍ରକୋପରେ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଅଛି। ଏଭଳି ସ୍ଥିତିରେ କରୋନା ବିରୋଧରେ ସମଗ୍ର ବିଶ୍ୱବାସୀ ଏକଜୁଟ୍ ହୋଇଛନ୍ତି ଏହି ମହାମାରୀକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ତେବେ କରୋନାଭାଇରସ୍ ପାଇଁ ଯେଉଁମାନେ ଦିନରାତି କାମ କରୁଛନ୍ତି, ସେମାନଙ୍କ ସମ୍ମାନାର୍ଥେ ୱାର୍ଣ୍ଣର ନିଜକୁ ଲଣ୍ଡା କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

View this post on Instagram

 

Been nominated to shave my head in support of those working on the frontline #Covid-19 here is a time lapse. I think my debut was the last time I recall I’ve done this. Like it or not??

A post shared by David Warner (@davidwarner31) on

ଏହି ଭିଡିଓରେ ୱାର୍ଣ୍ଣର କହିଛନ୍ତି, କରୋନା ବିରୋକ୍ଷରେ ଫ୍ରଣ୍ଟ୍ ଲାଇନ୍ ଭାବେ ଯେଉଁମାନେ ଆମ ପାଇଁ କାମ କରୁଛନ୍ତି, ସେମାନଙ୍କ ସମର୍ଥନ ପାଇଁ ମୋତେ ଲଣ୍ଡା ହେବା ପାଇଁ ମନୋନୀତ କରାଯାଇଥିଲା। ଶେଷଥର ପାଇଁ ମୁଁ ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲି, ସେହି ସମୟରେ ଠିକ୍ ଏମିତି ଲଣ୍ଡା ହୋଇଥିଲି। ଆପଣଙ୍କୁ ଏହା ପସନ୍ଦ ଆସୁଛି କି ନାହିଁ। ୱାର୍ଣ୍ଣର ଏହି ଚ୍ୟାଲେଞ୍ଜକୁ ପୂରଣ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମନୋନୀତ କରିଛନ୍ତି। ବିରାଟଙ୍କ ବ୍ୟତୀତ ସେ ନିଜ ଟିମର ସାଥୀ ଖେଳାଳି ଷ୍ଟିଭ୍ ସ୍ମିଥ୍‌, ପ୍ୟାଟ୍ କମିନ୍ସ, ଜୋ ବର୍ନସ୍‌, ଆଡାମ ଜାମ୍ପା ଏବଂ ମାର୍କସ ଷ୍ଟୋଇନିସଙ୍କୁ ମଧ୍ୟ ମନୋନୀତ କରିଛନ୍ତି। ତେବେ ୱାର୍ଣ୍ଣରଙ୍କ ଏହି ଚ୍ୟାଲେଞ୍ଜକୁ କୋହଲି ଗ୍ରହଣ କରୁଛନ୍ତି କି ନାହିଁ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

ଅଷ୍ଟ୍ରେଲିଆରେ କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି। ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୦୦ରୁ ଅଧିକ ରହିଛି। ୱାର୍ଣ୍ଣରଙ୍କ ଏହି ଭିଡିଓ ପୋଷ୍ଟ ହେବା ପରେ ସୋଶାଲ ମିଡିଆରେ ବେଶ୍ ହଇଚଇ ଦେଖିବାକୁ ମିଳିଛି। ନିକଟରେ ୱାର୍ଣ୍ଣର ସୋଶାଲ ମିଡିଆରେ ଖୁବ୍ ସକ୍ରିୟ। ଦିନକ ତଳେ ସେ ନିଜର ପ୍ରଶଂସକଙ୍କୁ ପଚରାରିଥିଲେ ଯେ ଏଭଳି ବୋରିଂ ସମୟରେ କ'ଣ କରାଯାଇପାରିବ? ଜବାବରେ କିଛି ଭାରତୀୟ ପ୍ରଶଂସକ ତାଙ୍କୁ ରାମାୟଣ ଏବଂ ମହାଭାରତ ଦେଖିବାକୁ ପରାମର୍ଶ ଦେଇଥିଲେ। କିଛି ପ୍ରଶଂସକ ମଧ୍ୟ ତାଙ୍କୁ ତେଲୁଗୁ ଭାଷା ଶିଖିବାକୁ କହିଥିଲେ।

Related story