'ଖେଳ ରତ୍ନ' ଦୀପା ମଲିକଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’ ସମ୍ମାନ ହାସଲ କରିଥିବା ଷ୍ଟାର୍ ମହିଳା ପାରା ଆଥଲେଟ୍ ଦୀପା ମଲିକ୍ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ଦୀପା ପାରାଅଲିମ୍ପିକ୍ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହି ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, “ମୁଁ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ସନ୍ନ୍ୟାସ ସମ୍ବନ୍ଧିତ ଚିଠି ପିସିଆଇକୁ ନିକଟକୁ ପଠାଇ ଦେଇଥିଲି। ମୁଁ ପିସିଆଇ ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲି, […]

deepa-malik

Subhransu Sekhar
  • Published: Monday, 11 May 2020
  • , Updated: 11 May 2020, 10:16 PM IST

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ 'ଖେଳ ରତ୍ନ' ସମ୍ମାନ ହାସଲ କରିଥିବା ଷ୍ଟାର୍ ମହିଳା ପାରା ଆଥଲେଟ୍ ଦୀପା ମଲିକ୍ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ଦୀପା ପାରାଅଲିମ୍ପିକ୍ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହି ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, "ମୁଁ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ସନ୍ନ୍ୟାସ ସମ୍ବନ୍ଧିତ ଚିଠି ପିସିଆଇକୁ ନିକଟକୁ ପଠାଇ ଦେଇଥିଲି। ମୁଁ ପିସିଆଇ ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲି, ଯାହା ଆଜି ଆମ ସପକ୍ଷରେ ଯାଇଛି। ଦେଶରେ ପାରା ଆଥଲେଟଙ୍କୁ କିପରି ସମସ୍ତ ସୁବିଧାସୁଯୋଗ ମିଳିବ, ତାହା ମୋର ମୂଳ ପ୍ରାଥମିକତା।"

ଜାତୀୟ ସ୍ପୋର୍ଟ୍ସ କୋଡ୍ ଅନୁଯାୟୀ, ଜଣେ ସକ୍ରିୟ ଆଥଲେଟ୍ସ କୌଣସି ଫେଡେରସନରେ ଆନୁଷ୍ଠାନିକ ଭାବେ ପଦବୀରେ ରହିପାରିବ ନାହିଁ। ଏହି ନିୟମ କାରଣରୁ ଦୀପା ନିଜର ଆଥଲେଟିକ୍ସ କ୍ୟାରିୟରରେ ବ୍ରେକ୍ ଲଗାଇଛନ୍ତି।

ଦୀପା କହିଛନ୍ତି, "ସନ୍ନ୍ୟାସର ଘୋଷଣା କରିବା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ଦେଶର ନିୟମକୁ ମୋତେ ମାନିବାକୁ ପଡ଼ିବ। ଯଦି ଆବଶ୍ୟକ ପଡ଼େ, ତାହେଲେ ୨୦୨୨ ଏସିଆନ୍ସ ଗେମ୍ସ ସମୟରେ ମୁଁ ନିଜ ନିଷ୍ପତ୍ତି ଉପରେ ପୁନଃସମୀକ୍ଷା କରିପାରେ। ମୋ ଭିତରେ ଥିବା ଜଣେ କ୍ରୀଡ଼ାବିତ୍ ଶେଷ କି ନାହିଁ, ତାହା ମୁଁ ଜାଣିନାହିଁ। କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ନିଷ୍ପତ୍ତି (ସନ୍ନ୍ୟାସ) ନେଇଛି, ତାହା ଉଚିତ୍। କ୍ରୀଡ଼ାର ବିକାଶ ପାଇଁ ମୋତେ ଏହି ପଦକ୍ଷେପ ଉଠାଇବାକୁ ପଡ଼ିଲା।"

ସୂଚନାଯୋଗ୍ୟ, ଦୀପା ଭାରତର ପ୍ରଥମ ମହିଳା ଭାବେ ୨୦୧୬ ପାରାଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହାଛଡ଼ା ସେ ଏସିଆନ ପାରା ଗେମ୍ସରେ ମଧ୍ୟ ଏକାଧିକ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ରାଜୀବ ଗାନ୍ଧି 'ଖେଳରତ୍ନ' ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Related story