ଧର୍ମଶାଳାରେ ଭାରତ-ପାକ୍‌ ଟି-୨୦ ବିଶ୍ୱକପ୍ ହେବା ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଆସନ୍ତା ୧୯ରେ ଧର୍ମଶାଳା ହେବାକୁ ଥିବା ବହୁ ପ୍ରତିକ୍ଷିତ ଭାରତ-ପାକ୍‌ ବିଶ୍ୱକପ୍‌ ଟି-୨୦ ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ମ୍ୟାଚ୍‌ ଲାଗି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ହିମାଚଳ ପ୍ରଦେଶ ସରକାର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ସୁରକ୍ଷା ବ୍ୟବସ୍ଥା ନେଇ ଗୃହମନ୍ତ୍ରଣାଳୟକୁ ଚିଠି ଲେଖିବା ପରେ ଏପରି ସ୍ଥିତି ଉପୁଜିଛି। ଏ ନେଇ ବିସିସିଆଇ ସଚିବ ଅନୁରାଗ ଠାକୁର ଏହାକୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ଟ୍ୱିଟର […]

Dharamshala

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 12:16 PM IST

ନୂଆଦିଲ୍ଲୀ: ଆସନ୍ତା ୧୯ରେ ଧର୍ମଶାଳା ହେବାକୁ ଥିବା ବହୁ ପ୍ରତିକ୍ଷିତ ଭାରତ-ପାକ୍‌ ବିଶ୍ୱକପ୍‌ ଟି-୨୦ ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ମ୍ୟାଚ୍‌ ଲାଗି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ହିମାଚଳ ପ୍ରଦେଶ ସରକାର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ସୁରକ୍ଷା ବ୍ୟବସ୍ଥା ନେଇ ଗୃହମନ୍ତ୍ରଣାଳୟକୁ ଚିଠି ଲେଖିବା ପରେ ଏପରି ସ୍ଥିତି ଉପୁଜିଛି। ଏ ନେଇ ବିସିସିଆଇ ସଚିବ ଅନୁରାଗ ଠାକୁର ଏହାକୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ଟ୍ୱିଟର ପେଜ୍‌ରେ ଉଲ୍ଲେଖ କରିଛନ୍ତି, “ଏକ ବର୍ଷ ପୂର୍ବରୁ ଟି-୨୦ ବିଶ୍ୱକପ୍ ପାଇଁ ସିଡ୍ୟୁଲ୍ ଓ ସ୍ଥାନ ନିର୍ଦ୍ଧାରଣ ହୋଇଛି। କିଛି ମାସ ପୂର୍ବରୁ ଭେନ୍ୟୁ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଏବେ ମ୍ୟାଚ୍‌ ଲାଗି ସୁରକ୍ଷା ଯୋଗାଇ ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବା ରାଜନୀତି ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “କଂଗ୍ରେସ କ୍ଷମତାସୀନ ହିମାଚଳ ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି। ସାଉଥ୍‌ ଏସିଆନ୍‌ ଗେମ୍ସରେ ଯଦି ଆସାମ୍ ସରକାର ଶତାଧିକ ପାକିସ୍ଥାନୀ ଖେଳାଳିଙ୍କୁ ସୁରକ୍ଷା ଯୋଗାଇ ଦେଇପାରୁଛି ତେବେ କାହିଁକି ହିମାଚଳ ସରକାର ଆସନ୍ତା ମ୍ୟାଚ୍‌ରେ ସୁରକ୍ଷା ଯୋଗାଇ ପାରିବେ ନାହିଁ। ପାକିସ୍ଥାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ନେଇ ଭାରତକୁ ସମାଲୋଚନା କରୁଥିଲା। ଭାରତ ପକ୍ଷରୁ ସୁରକ୍ଷା ପ୍ରସଙ୍ଗ ନେଇ ଆଶ୍ୱାସନା ଦିଆଯିବା ପରେ ଏହି ସମସ୍ୟା ଟିଳିଥିଲା। କଂଗ୍ରେସ ଏହାକୁ ନେଇ ରାଜନୀତି ଆରମ୍ଭ କରିଛି। ଦେଶର ସମ୍ମାନକୁ ଦୃଷ୍ଟିରେ ରଖି ଏପରି କରା ନ ଯିବା ଦରକାର।”

ସୋମବାର ହିମାଚଳ ପ୍ରଦେଶ କଂଗ୍ରେସ ବିସିସିଆଇକୁ ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବନ୍ଦ କରିବା ନେଇ ଚିଠି କରିଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା, ପାକିସ୍ତାନ ବିପକ୍ଷରେ କାର୍ଗିଲ ଯୁଦ୍ଧରେ ଲଢି ସହୀଦ ହୋଇଥିବା ସେନାଙ୍କ ପରିବାରଙ୍କୁ ଏହା ଶକ୍ତ ଧକ୍କା ହେବ। ପାକିସ୍ତାନ ଏଠାକୁ ଖେଳିବାକୁ ଆସିଲେ କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରା ଓ କ୍ୟାପ୍‌ଟେନ୍‌ ସୌରଭ କଲିଆଙ୍କ ପରିବାର ପ୍ରତି କୁଠାରଘାତ ହେବ।

Related story