ଡାଇମଣ୍ଡ୍ ଲିଗର ଆଉ ତିନୋଟି ଇଭେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଡାଇମଣ୍ଡ୍ ଲିଗ୍ ତା’ର ତିନୋଟି ଯାକ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଇଭେଣ୍ଟକୁ ସ୍ଥଗିତ କରିଦେଇଛି। ଏହି ପ୍ରତିଯୋଗିତା ମେ’ ୨୪ ତାରିଖରେ ଷ୍ଟକହୋମ୍‌, ମେ’ ୨୮ ତାରିଖରେ ନେପଲ୍ସ ଓ ରୋମ୍ ଏବଂ ମେ’ ୩୧ ତାରିଖରେ ମରକ୍କୋର ରବାତରେ ଆୟୋଜିତ ହେବାର ଥିଲା। ଫଳରେ ଏପର୍ଯ୍ୟନ୍ତ ଡାଇମଣ୍ଡ୍ ଲିଗର ମୋଟ ୫ଟି ଇଭେଣ୍ଟ ଏବେ ସ୍ଥଗିତ କରିଦିଆଯାଇଛି। ଏହା ପୂର୍ବରୁ ଦୋହା ଓ ଚାଇନାରେ ହେବାକୁଥିବା ଇଭେଣ୍ଟକୁ ସ୍ଥଗିତ କରାଯାଇଥିଲା। […]

diamond

Ranjit Kumar Jena
  • Published: Friday, 27 March 2020
  • , Updated: 27 March 2020, 09:03 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଡାଇମଣ୍ଡ୍ ଲିଗ୍ ତା'ର ତିନୋଟି ଯାକ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଇଭେଣ୍ଟକୁ ସ୍ଥଗିତ କରିଦେଇଛି। ଏହି ପ୍ରତିଯୋଗିତା ମେ' ୨୪ ତାରିଖରେ ଷ୍ଟକହୋମ୍‌, ମେ' ୨୮ ତାରିଖରେ ନେପଲ୍ସ ଓ ରୋମ୍ ଏବଂ ମେ' ୩୧ ତାରିଖରେ ମରକ୍କୋର ରବାତରେ ଆୟୋଜିତ ହେବାର ଥିଲା। ଫଳରେ ଏପର୍ଯ୍ୟନ୍ତ ଡାଇମଣ୍ଡ୍ ଲିଗର ମୋଟ ୫ଟି ଇଭେଣ୍ଟ ଏବେ ସ୍ଥଗିତ କରିଦିଆଯାଇଛି। ଏହା ପୂର୍ବରୁ ଦୋହା ଓ ଚାଇନାରେ ହେବାକୁଥିବା ଇଭେଣ୍ଟକୁ ସ୍ଥଗିତ କରାଯାଇଥିଲା।

ଏ ନେଇ ଡାଇମଣ୍ଡ୍ ଲିଗ୍ ପକ୍ଷରୁ କୁହାଯାଇଛି, "ସମସ୍ତ ରେଲିଭାଣ୍ଟ ପାର୍ଟିଙ୍କ ସହ ପରାମର୍ଶ କରିବା ପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ। କୋଭିଡ୍‌-୧୯ର ପ୍ରକୋପ ଏବେ ବର୍ତ୍ତମାନ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲ୍ କରାଯାଇଛି। ତେଣୁ ଆମେ ମଧ୍ୟ ଡାଇମଣ୍ଡ୍ ଲିଗର ଆଉ ତିନି ଇଭେଣ୍ଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛୁ।

ଅନ୍ତର୍ଜାତୀୟ ଆଥଲେଟିକ୍ସ କ୍ୟାଲେଣ୍ଡର୍ ଅନୁଯାୟୀ ଆମେ ଡାଇମଣ୍ଡ୍ ଲିଗ୍ ଇଭେଣ୍ଟର ନୂଆ ତାରିଖର ଘୋଷଣା କରିବୁ।" ଚଳିତ ବର୍ଷ ଜୁନରେ ହେବାକୁଥିବା ପ୍ରତିଯୋଗିତା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଜୁନ୍ ୬ ଓ ୭ ତାରିଖରେ ଓରେଗନର ୟୁଗିନିରେ ପ୍ରିଫୋଣ୍ଟେନ୍ କ୍ଲାସିକ୍ ଆୟୋଜିତ ହେବା ପାଇଁ ସ୍ଥିର ହୋଇଛି। ଚଳିତ ବର୍ଷ ମୋଟ ୧୫ଟି ଇଭେଣ୍ଟ ଆୟୋଜିତ ହେବାର ଅଛି, ସେଥିମଧ୍ୟରୁ ସେପ୍ଟେମ୍ବର ୧୧ରେ ଜ୍ୟୁରିକରେ ଅନ୍ତିମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

Related story