ପୂର୍ବ ମୁଖ୍ୟ ଚୟନକର୍ତ୍ତାଙ୍କ ଚର୍ଚ୍ଚିତ ବୟାନ: ବିରାଟଙ୍କୁ ଦଳରେ ସ୍ଥାନ ଦେଇଥିବାରୁ ଚାଲିଗଲା ମୋ ଚାକିରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ଦିଲୀପ ଭେଙ୍ଗସରକାର ୨୦୦୮ରେ ଦଳର ମୁଖ୍ୟ ଚୟନକର୍ତ୍ତା ଥିଲେ। ସେତେବେଳେ ବିରାଟ କୋହଲିଙ୍କୁ ସେ ଟିମ୍‌ରେ ସ୍ଥାନ ଦେଇଥିବାରୁ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଇଦିଆଯାଇଥିଲା। ଏଭଳି ବୟାନ ଦେଇଛନ୍ତି ନିଜେ ଦିଲୀପ ଭେଙ୍ଗସରକାର।  ୨୦୦୮ରେ ମୁଖ୍ୟ ଚୟନକର୍ତ୍ତା ବିରାଟଙ୍କୁ ତାମିଲନାଡ଼ୁ ଖେଳାଳି ଏସ୍‌ ବଦ୍ରିନାଥଙ୍କ ସ୍ଥାନରେ ଟିମ୍‌ରେ ସୁଯୋଗ ଦେବାକୁ ଚାହୁଁଥିଲେ। ସେତେବେଳର ବିସିସିଆଇର କୋଷାଧ୍ୟକ୍ଷ ଏନ୍‌ ଶ୍ରୀନିବାସନ କିନ୍ତୁ  ବଦ୍ରିନାଥଙ୍କୁ ହିଁ ଟିମ୍‌ରେ ସ୍ଥାନ […]

Dilip-Vengsarkar-on-selection-of-Virat-Kohli

Ordigital Desk
  • Published: Friday, 09 March 2018
  • , Updated: 09 March 2018, 10:03 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ଦିଲୀପ ଭେଙ୍ଗସରକାର ୨୦୦୮ରେ ଦଳର ମୁଖ୍ୟ ଚୟନକର୍ତ୍ତା ଥିଲେ। ସେତେବେଳେ ବିରାଟ କୋହଲିଙ୍କୁ ସେ ଟିମ୍‌ରେ ସ୍ଥାନ ଦେଇଥିବାରୁ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଇଦିଆଯାଇଥିଲା। ଏଭଳି ବୟାନ ଦେଇଛନ୍ତି ନିଜେ ଦିଲୀପ ଭେଙ୍ଗସରକାର।

 ୨୦୦୮ରେ ମୁଖ୍ୟ ଚୟନକର୍ତ୍ତା ବିରାଟଙ୍କୁ ତାମିଲନାଡ଼ୁ ଖେଳାଳି ଏସ୍‌ ବଦ୍ରିନାଥଙ୍କ ସ୍ଥାନରେ ଟିମ୍‌ରେ ସୁଯୋଗ ଦେବାକୁ ଚାହୁଁଥିଲେ। ସେତେବେଳର ବିସିସିଆଇର କୋଷାଧ୍ୟକ୍ଷ ଏନ୍‌ ଶ୍ରୀନିବାସନ କିନ୍ତୁ  ବଦ୍ରିନାଥଙ୍କୁ ହିଁ ଟିମ୍‌ରେ ସ୍ଥାନ ଦେବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ ମୁଖ୍ୟ ଚୟନକର୍ତ୍ତା ବିରାଟଙ୍କୁ ଟିମ୍‌ରେ ସ୍ଥାନ ଦେଇଥିବାରୁ ଏନ୍‌ ଶ୍ରୀନିବାସନ ରାଗି ଯାଇଥିଲେ। ଫଳରେ ମୁଖ୍ୟଚୟନକର୍ତ୍ତା ଥିବା ଦିଲୀପ ଭେଙ୍ଗସରକାରଙ୍କ କାର୍ଯ୍ୟକାଳକୁ କମାଇ ଦିଆଯାଇଥିଲା।

 ଦିଲୀପ ଭେଙ୍ଗସରକା ଏହା ମଧ୍ୟ କହିଛନ୍ତି ଯେ ସେତେବେଳେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଚୟନ ସମିତି ବୈଠକରେ ସେ କୋହଲିଙ୍କୁ ଦିନିକିଆରେ ସୁଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ ତତ୍‌କାଳୀନ ଅଧିନାୟକ ଧୋନୀ ଓ କୋଚ୍‌ ଗ୍ୟାରି କ୍ରିଷ୍ଟେନ୍ ମଧ୍ୟ ସହମତି ପ୍ରକାଶ କରିନଥିଲେ। ଯେହେତୁ ଧୋନୀ କୋହଲିଙ୍କ ଖେଳ ଦେଖିନଥିଲେ ସେଥିପାଇଁ ସେ ଇଛୁକ ନଥିବା କଥା ଦିଲୀପ କହିଛନ୍ତି। ତଥାବି ମୁଖ୍ୟ ଚୟନକର୍ତ୍ତା ରିସ୍କ୍‌ ନେଇ କୋହଲିଙ୍କୁ ଦଳରେ ସାମିଲ କରାଇଥିଲେ।୨୦୦୮ରେ ବିରାଟଙ୍କ ନେତୃତ୍ୱରେ ଅଣ୍ଡର-୧୯ ବିଶ୍ୱକପ ଭାରତ ଜତିବା ପରେ ତାଙ୍କୁ ସିନିୟର ଟିମ୍‌ରେ ସାମିଲ କରାଯାଇଥିଲା।

ବୁଧବାର ମୁମ୍ବାଇ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲୀପ ଭେଙ୍ଗସରକାର କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଯୁବ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରିବା ପାଇଁ ମଧ୍ୟ ସେ ଜୋର ନିଜେ ଦେଇଥିଲେ।

Related story