ଦିନିକିଆ ସିରିଜ୍: ଦ୍ୱିତୀୟ ମ୍ୟାଚ୍ ହାରିଗଲା ଭାରତୀୟ ମହିଳା ଦଳ

ବେଙ୍ଗଲୁରୁ: ବେଙ୍ଗଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିମୟରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ମହିଳା ଦଳ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ଫଳରେ ପ୍ରଥମ ଦିନକିଆରେ ଜିତି ଥିବା ଭାରତୀୟ ମହିଳା ଦଳ ବିଜୟଧାରା ବଜାଇ ରଖିବାରେ ବିଫଳ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ୪୪.୪ ଓଭରରେ ବିଜୟ ହାସଲ କରି ନେଇଥିଲା। ପ୍ରଥମରୁ […]

indiawomen

indiawomen

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 03:43 PM IST

Sports

Latest News

ବେଙ୍ଗଲୁରୁ: ବେଙ୍ଗଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିମୟରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ମହିଳା ଦଳ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ଫଳରେ ପ୍ରଥମ ଦିନକିଆରେ ଜିତି ଥିବା ଭାରତୀୟ ମହିଳା ଦଳ ବିଜୟଧାରା ବଜାଇ ରଖିବାରେ ବିଫଳ ହୋଇଛି।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ୪୪.୪ ଓଭରରେ ବିଜୟ ହାସଲ କରି ନେଇଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ। ତେବେ ପଞ୍ଚମ ୱିକେଟ୍ ଯୋଡି ସୋଫି ଡିଭାଇନଙ୍କ ୩୩ ଓ କେଟ୍ଟି ପରକିନଙ୍କ ୩୦ ରନ୍ ବଳରେ ଦଳର ସ୍ଥିତି ମଜଭୁତ ହୋଇଥିଲା। ପରେ ଅଷ୍ଟମ ୱିକେଟ୍ ଯୋଡ଼ି ଏଲ. କ୍ୟାପ୍ସ୍ରକଙ୍କ ଅପରାଜିତ ୧୭ ଏବଂ ଆନ୍ନା ପିଟରସନଙ୍କ ଅପରାଜିତ ୨୩ ରନ ଦଳକୁ ବିଜୟ ଆଡକୁ ଅଗ୍ରସର କରିପାରିଥିଲା।

ଆସନ୍ତା ୩ ତାରିଖରେ ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos