ଅଗରତାଲା: ରିଓ ଅଲିମ୍ପିକ୍ର ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଦୀପା କର୍ମକାରଙ୍କୁ ଦେଶର ବ୍ରାଣ୍ଡ ଆମ୍ଭାସଡ଼ର କରାଯିବା ଉଚିତ ବୋଲି କହିଛନ୍ତି ପୂର୍ବତନ ଫୁଟବଲ ଅଧିନାୟକ ପ୍ରଶୁନ ବାନାର୍ଜୀ।
ସେ କହିଛନ୍ତି,“ସେ ହେଉଛନ୍ତି ଭାରତର ସୁନା ଝିଅ ଯିଏ ରିଓରେ ଉଚ୍ଚ ପ୍ରଦର୍ଶନ କରି ସବୁ ଭାରତୀୟଙ୍କୁ ଗର୍ବିତ କରିଛନ୍ତି। ତେଣୁ ସେ ଭାରତର ବ୍ରାଣ୍ଡ ଆମ୍ଭାସଡର ଭାବେ ନିଯୁକ୍ତି ଦିଆଯିବା ଉଚିତ । ଏହି ପ୍ରସଙ୍ଗ ମୁଁ ଆସନ୍ତା ଦିନରେ ସଂସଦରେ ଉଠାଇବି।”
ତୃଣମୂଳ କଂଗ୍ରେସର ସାଂସଦ ହେଉଛନ୍ତି ପ୍ରଶୁନ ବାନାର୍ଜୀ ଦୀପାକୁ ସମ୍ବର୍ଦ୍ଧିତ କରିଥିଲେ।
୧୯୭୦ ଓ ୧୯୮୦ ଦଶକରେ ଏହି ଫୁଟବଲର ଜଣକ ଭାରତ ପାଇଁ ଖେଳିଥିଲେ। ଏହସହ ଅର୍ଜୁନ ପୁରସ୍କାର ମଧ୍ୟ ପାଇଥିଲେ।