ଆଇଏଏଏଫ୍‌ ମିଟ୍‌: ଜାତୀୟ ରେକର୍ଡ ଭାଙ୍ଗିଲା ମହିଳା ୪x୧୦୦ ରିଲେ ଟିମ୍‌

ବେଜିଂ: ଭାରତୀୟ ୪ ଗୁଣା ୧୦୦ ମହିଳା ରିଲେ ଟିମ୍‌ ବୁଧବାର ୧୮ ବର୍ଷର ଜାତୀୟ ରେକର୍ଡକୁ ଭାଙ୍ଗି ଆଇଏଏଏଫ୍‌ ୱାର୍ଲ୍ଡ ଚ୍ୟାଲେଞ୍ଜରେ ଚତୁର୍ଥ ସ୍ଥାନ ହାସଲ କରିଛି। ଏହି ଟିମ୍‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ସହିତ ଏଚ୍‌ ଏମ୍ ଜ୍ୟୋତି ଏବଂ ମର୍ଲିନ୍ ଜୋସେଫ୍‌ ସାମିଲ ଥିଲେ। ଏହି ଟିମ୍‌ ୪୪.୦୩ ସେକେଣ୍ଡରେ ଧାର୍ଯ୍ୟ ଦୂର ଅତିକ୍ରମ କରିଥିଲା। ପୂର୍ବରୁ ଏହି ବର୍ଗରେ ଭାରତୀୟ ମହିଳା ଟିମ୍‌ ନାଁରେ ୪୪.୪୩ […]

dutee and srabani

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 05:24 PM IST

ବେଜିଂ: ଭାରତୀୟ ୪ ଗୁଣା ୧୦୦ ମହିଳା ରିଲେ ଟିମ୍‌ ବୁଧବାର ୧୮ ବର୍ଷର ଜାତୀୟ ରେକର୍ଡକୁ ଭାଙ୍ଗି ଆଇଏଏଏଫ୍‌ ୱାର୍ଲ୍ଡ ଚ୍ୟାଲେଞ୍ଜରେ ଚତୁର୍ଥ ସ୍ଥାନ ହାସଲ କରିଛି। ଏହି ଟିମ୍‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ସହିତ ଏଚ୍‌ ଏମ୍ ଜ୍ୟୋତି ଏବଂ ମର୍ଲିନ୍ ଜୋସେଫ୍‌ ସାମିଲ ଥିଲେ।

ଏହି ଟିମ୍‌ ୪୪.୦୩ ସେକେଣ୍ଡରେ ଧାର୍ଯ୍ୟ ଦୂର ଅତିକ୍ରମ କରିଥିଲା। ପୂର୍ବରୁ ଏହି ବର୍ଗରେ ଭାରତୀୟ ମହିଳା ଟିମ୍‌ ନାଁରେ ୪୪.୪୩ ସେକେଣ୍ଡର ରେକର୍ଡ ରହିଥିଲା। ୧୯୯୮ ମସିହା ଜୁଲାଇ ୨୨ରେ ଜାପାନର ଫୁକୁଓକାରେ ସରାସ୍ୱତୀ ଦେ, ରଚିତା ମିସ୍ତ୍ରୀ, ଇ.ବି ସାଇଲା ଓ ପି.ଟି ଉସା ଏହି ରେକର୍ଡ କରିଥିଲେ।

ଆଜି ଏହି ବର୍ଗରେ ଚୀନ୍‌ ଏ ଓ ଚୀନ୍ ବି ପ୍ରଥମ ଓ ତୃତୀର୍ୟ ସ୍ଥାନ ଅଧଇକାର କରିଥିବା ବେଳେ ଜାପାନ ଦ୍ୱତୀୟ ସ୍ଥାନ ଅଧିକାର କରିଥିଲେ।

Related story